ପାରାଦୀପରେ ଏକ୍ସପାରୀ ଔଷଧ ଖାଇ ୩୦ ଛାତ୍ରଛାତ୍ରୀ ଅସୁସ୍ଥ ଘଟଣା। ଏହି ଘଟଣାରେ ଲକପଡ଼ା ୟୁପି ସ୍କୁଲର ୨ ଶିକ୍ଷୟିତ୍ରୀଙ୍କୁ ନିଲମ୍ବନ କରିଛନ୍ତି କୁଜଙ୍ଗ ବିଇଓ। ପ୍ରଧାନଶିକ୍ଷୟିତ୍ରୀ ମଞ୍ଜୁଲତା ସାମଲ ଓ ସହକାରୀ ଶିକ୍ଷୟିତ୍ରୀ ଦୀପ୍ତି ସ୍ୱାଇଁ ନିଲମ୍ବିତ ହୋଇଛନ୍ତି। ଆଉ ୨ ସହକାରୀ ଶିକ୍ଷୟିତ୍ରୀଙ୍କୁ ବିଇଓଙ୍କ କାରଣ ଦର୍ଶାଅ ନୋଟିସ କରିଛନ୍ତି। ହଜାରେ ଷ୍ଟ୍ରିପ୍ରୁ ଅଧିକ ଏକ୍ସପାରୀ ଔଷଧ ଜବତ କଲା ସ୍ୱାସ୍ଥ୍ୟ ବିଭାଗ।
Also Read
ସୋମବାର ପ୍ରଥମରୁ ପଞ୍ଚମ ଶ୍ରେଣୀର ଛାତ୍ରଛାତ୍ରୀଙ୍କୁ ୩ ବର୍ଷ ତଳର ଏକ୍ସପାରୀ ଆଇରନ ବଟିକା ଖାଇବାକୁ ଦିଆଯାଇଥିଲା। ପିଲାମାନେ ମେଡ଼ିସିନ୍ ଖାଇବା ପରେ ଅସୁସ୍ଥ ହୋଇ ପଡ଼ିଥିଲେ। ଏକ୍ସପାରୀ ଆଇରନ ବଟିକା ଖାଇବା ପରେ ଛାତ୍ରଛାତ୍ରୀଙ୍କୁ ବାନ୍ତି ହେବା ସହ ମୁଣ୍ଡ ବୁଲାଇଥିଲା। ଏହାପରେ ସେମାନଙ୍କୁ ଚିକିତ୍ସା ପାଇଁ ଅଠରବାଙ୍କି ହସ୍ପିଟାଲକୁ ନିଆଯାଇଥିଲା।
TAGS
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Miscellaneous
କୋଟିଏ ହେଲା ବିଶ୍ୱ ପ୍ରସିଦ୍ଧ ଧନୁଯାତ୍ରା ଅନୁଦାନ ରାଶି
ଧନୁଯାତ୍ରାରେ ଅଂଶ ଗ୍ରହଣ କରିଥିବା ୧୭୦ କଳାକାରଙ୍କୁ ୧୦ ହଜାର ଟଙ୍କା ଲେଖାଏଁ ସମ୍ମାନ ରାଶି ପ୍ରଦାନ କରାଯିବ। ଧନୁଯାତ୍ରାକୁ UNESCO ଐତିହ୍ୟ ମାନ୍ୟତା ପ୍ରଦାନ ପାଇଁ ବିଶେଷଜ୍ଞ କମିଟି ଗଠନ କରାଯିବ।
Miscellaneous
‘ନୂଆବର୍ଷରେ ଫୁଲଟିଏ ବଦଳରେ ଗଛଟିଏ ଉପହାର ଦିଅନ୍ତୁ’
ଆଜି ବକୁଳ ଫାଉଣ୍ଡେସନ୍ ପକ୍ଷରୁ ଆୟୋଜିତ ‘ଫୁଲ ବଦଳରେ ଗଛଟିଏ’ କାର୍ଯ୍ୟକ୍ରମରେ ଯୋଗଦେଇ ମନ୍ତ୍ରୀ ଶ୍ରୀ ହରିଚନ୍ଦନ କହିଛନ୍ତି, ପରିବେଶ ପାଇଁ ଗଛଟିଏର ପ୍ରମୁଖ ଭୂମିକା ରହିଛି। ଆଜିକାଲି ରାସ୍ତା ପ୍ରଶସ୍ତିକରଣ ଓ ବିଭିନ୍ନ ଉନ୍ନତିକରଣ ନାଁରେ ଅନେକ ବଡ଼ ବଡ଼ ଗଛକୁ କଟା ଯାଉଛି।
Miscellaneous
ଲୋକଙ୍କ ପାଇଁ ଆସିଥିଲା, ରାସ୍ତାକଡ଼ରୁ ମିଳିଲା ପୁଳା ପୁଳା ମେଡିସିନ
ଲୋକଙ୍କୁ ବିନା ଖର୍ଚ୍ଚରେ ରୋଗ କବଳରୁ ମୁକୁଳାଇବାକୁ ସରକାର ପାଣି ପରି ଟଙ୍କା ଖର୍ଚ୍ଚ କରୁଛନ୍ତି । ମାତ୍ର ଏହି ମେଡିସିନ ଲୋକେ ଖାଇବା ବଦଳରେ ରାସ୍ତା କଡ଼ରେ ଫୋପଡ଼ା ଯାଉଛି।
Miscellaneous
ରାଜନୈତିକ କାର୍ଯ୍ୟକ୍ରମରେ ଯୋଗଦେବା ମହଙ୍ଗା ପଡ଼ିଲା, ହିନ୍ଦୀ ଶିକ୍ଷକ ନିଲମ୍ବିତ
ରାଜନୈତିକ କାର୍ଯ୍ୟକ୍ରମରେ ଯୋଗଦେବା ମହଙ୍ଗା ପଡ଼ିଲା । ନିଲମ୍ବିତ ହେଲେ ହିନ୍ଦୀ ଶିକ୍ଷକ।
Miscellaneous
ରାଜ୍ୟରେ ୪୦ ଲକ୍ଷ ଭୂତ ହିତାଧିକାରୀ ଉଠାଉଛନ୍ତି ରାସନ୍!
ଫେକ୍ ରାସନ କାର୍ଡକୁ ନେଇ ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର କହିଛନ୍ତି, ରାଜ୍ୟରେ ଇ-କେୱାଇସି ଯାଞ୍ଚ ପ୍ରକ୍ରିୟା ଜାରି ରହିଥିବା ବେଳେ ଗୋଟେ ଗୋଟେ ଜିଲ୍ଲାରେ ଲକ୍ଷେରୁ ଦେଢ ଲକ୍ଷ ଭୂତ ହିତାଧିକାରୀ ଚିହ୍ନଟ ହୋଇ ସାରିଲେଣି। ଏଯାଏ ସମୁଦାୟ ୪୦ ଲକ୍ଷରୁ ଅଧିକ ଭୂତ ହିତାଧିକାରୀଙ୍କୁ ଚିହ୍ନଟ କରାଗଲାଣି।