/odisha-reporter/media/post_attachments/uploadimage/library/16_9/16_9_0/Tower_1692115186.jpg)
Tower
ଓଡ଼ିଶା ବିଧାନସଭା ପରିସରରେ ୩୨ମିଟର ଉଚ୍ଚ ଜାତୀୟ ପତାକା ସ୍ତମ୍ଭ ଆଜି ଉନ୍ମୋଚିତ ହୋଇଛି । ଏହି ସ୍ତମ୍ଭରେ ୨୦ଫୁଟ ଲମ୍ବ ଓ ୩୦ ଫୁଟ୍ ଓସାରର ଜାତୀୟ ପତାକା ରହିଛି । ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ୩୨ ମିଟର ଉଚ୍ଚ ସ୍ତମ୍ଭକୁ ଉଦଘାଟନ କରିଛନ୍ତି ।
Advertisment
ବିଧାନସଭା ପରିସରରେ ଏହି ଉଚ୍ଚ ସ୍ତମ୍ଭକୁ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଉଦଘାଟନ କରିବା ପରେ ରାଜ୍ୟ ପୁଲିସ୍ ବ୍ୟାଣ୍ଡ ଦ୍ୱାରା ଜାତୀୟ ସଙ୍ଗୀନ ଗାନ କରାଯାଇଥିଲା । ଏହି ଉଦଘାଟନ କାର୍ଯ୍ୟକ୍ରମରେ ବିଧାନସଭା କାର୍ଯ୍ୟକାରୀ ବାଚସ୍ପତି ରଜନୀକାନ୍ତ ସିଂ, ସଂସଦୀୟ ବ୍ୟାପାର ମନ୍ତ୍ରୀ ନିରଞ୍ଜନ ପୂଜାରୀ, ସରକାରୀ ଦଳ ମୁଖ୍ୟ ସଚେତକ ପ୍ରଶାନ୍ତ କୁମାର ମୁଦୁଲି, ଭୁବନେଶ୍ୱର ବିଧାୟକ ଅନନ୍ତ ନାରାୟଣ ଜେନା ଓ ସୁଶାନ୍ତ ରାଉତଙ୍କ ସମେତ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ । ଏହି ଉଚ୍ଚ ସ୍ତମ୍ଭ ଓ ବୃହତ୍ ତ୍ରିରଙ୍ଗା ଦେଶପ୍ରେମର ଏକ ଅନନ୍ୟ ସ୍ମାରକୀ ଭାବେ ରାଜଧାନୀ ଭୁବନେଶ୍ୱରର ଏକ ଅନୁପମ ଆକର୍ଷଣ ହେବ ବୋଲି ସରକାରଙ୍କ ପକ୍ଷରୁ କୁହାଯାଇଛି ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
