Advertisment

ବିଧାନସଭା ପରିସରରେ ୩୨ ମିଟର ଉଚ୍ଚ ଜାତୀୟ ପତାକା ସ୍ତମ୍ଭ ଉନ୍ମୋଚିତ

ବିଧାନସଭା ପରିସରରେ ଏହି ଉଚ୍ଚ ସ୍ତମ୍ଭକୁ ମୁଖ୍ୟମନ୍ତ୍ରୀ ଉଦଘାଟନ କରିବା ପରେ ରାଜ୍ୟ ପୁଲିସ୍ ବ୍ୟାଣ୍ଡ ଦ୍ୱାରା ଜାତୀୟ ସଙ୍ଗୀନ ଗାନ କରାଯାଇଥିଲା ।

Tower

Tower

Advertisment

ଓଡ଼ିଶା ବିଧାନସଭା ପରିସରରେ ୩୨ମିଟର ଉଚ୍ଚ ଜାତୀୟ ପତାକା ସ୍ତମ୍ଭ ଆଜି ଉନ୍ମୋଚିତ ହୋଇଛି । ଏହି ସ୍ତମ୍ଭରେ ୨୦ଫୁଟ ଲମ୍ବ ଓ ୩୦ ଫୁଟ୍ ଓସାରର ଜାତୀୟ ପତାକା ରହିଛି । ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ୩୨ ମିଟର ଉଚ୍ଚ ସ୍ତମ୍ଭକୁ ଉଦଘାଟନ କରିଛନ୍ତି ।

Advertisment

ବିଧାନସଭା ପରିସରରେ ଏହି ଉଚ୍ଚ ସ୍ତମ୍ଭକୁ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଉଦଘାଟନ କରିବା ପରେ ରାଜ୍ୟ ପୁଲିସ୍ ବ୍ୟାଣ୍ଡ ଦ୍ୱାରା ଜାତୀୟ ସଙ୍ଗୀନ ଗାନ କରାଯାଇଥିଲା । ଏହି ଉଦଘାଟନ କାର୍ଯ୍ୟକ୍ରମରେ ବିଧାନସଭା କାର୍ଯ୍ୟକାରୀ ବାଚସ୍ପତି ରଜନୀକାନ୍ତ ସିଂ, ସଂସଦୀୟ ବ୍ୟାପାର ମନ୍ତ୍ରୀ ନିରଞ୍ଜନ ପୂଜାରୀ, ସରକାରୀ ଦଳ ମୁଖ୍ୟ ସଚେତକ ପ୍ରଶାନ୍ତ କୁମାର ମୁଦୁଲି, ଭୁବନେଶ୍ୱର ବିଧାୟକ ଅନନ୍ତ ନାରାୟଣ ଜେନା ଓ ସୁଶାନ୍ତ ରାଉତଙ୍କ ସମେତ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ । ଏହି ଉଚ୍ଚ ସ୍ତମ୍ଭ ଓ ବୃହତ୍ ତ୍ରିରଙ୍ଗା ଦେଶପ୍ରେମର ଏକ ଅନନ୍ୟ ସ୍ମାରକୀ ଭାବେ ରାଜଧାନୀ ଭୁବନେଶ୍ୱରର ଏକ ଅନୁପମ ଆକର୍ଷଣ ହେବ ବୋଲି ସରକାରଙ୍କ ପକ୍ଷରୁ କୁହାଯାଇଛି ।

Odisha Assembly
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe