Advertisment

୩୨ ଜଣ ଗର୍ଭବତୀଙ୍କୁ ମେଡିକାଲ୍‌ରେ ଭର୍ତ୍ତି

ବାତ୍ୟା ‘ଦାନା’ ଭିତରକନିକାରେ ଲ୍ୟାଣ୍ଡଫଲ କରିବାର ସମ୍ଭାବନା ରହିଛି। ଯେଉଁଥିପାଇଁ ଉପକୂଳ ଓଡ଼ିଶାର ରାଜନଗରରେ ବାତ୍ୟା ହୋଇପାରେ। ତେଣୁ ବାତ୍ୟା ପ୍ରବଣ ଅଞ୍ଚଳର ଲୋକଙ୍କୁ ବାତ୍ୟା ଆଶ୍ରୟ ସ୍ଥଳକୁ ସ୍ଥାନାନ୍ତରିତ କରାଯାଇଛି।

author-image
Manoranjan Sial
Medical

Medical

୩୨ ଜଣ ଗର୍ଭବତୀଙ୍କୁ ମେଡିକାଲ୍‌ରେ ଭର୍ତ୍ତି କରାଯାଇଛି। ଏପରି ଚିତ୍ର ଆସିଛି କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ଅଞ୍ଚଳରୁ। ବାତ୍ୟା ‘ଦାନା’ ଧୀରେ ଧୀରେ ଭୟଙ୍କର ହେଉଥିବାରୁ ସୁରକ୍ଷା ଦୃଷ୍ଟିରୁ ଜିଲ୍ଲା ପ୍ରଶାସନ ଏପରି ନିଷ୍ପତ୍ତି ନେଇଛି।

Advertisment

ବାତ୍ୟା ‘ଦାନା’ ଭିତରକନିକାରେ ଲ୍ୟାଣ୍ଡଫଲ କରିବାର ସମ୍ଭାବନା ରହିଛି। ଯେଉଁଥିପାଇଁ ଉପକୂଳ ଓଡ଼ିଶାର ରାଜନଗରରେ ବାତ୍ୟା ହୋଇପାରେ। ତେଣୁ ବାତ୍ୟା ପ୍ରବଣ ଅଞ୍ଚଳର ଲୋକଙ୍କୁ ବାତ୍ୟା ଆଶ୍ରୟ ସ୍ଥଳକୁ ସ୍ଥାନାନ୍ତରିତ କରାଯାଇଛି। ସେଥିରେ ଅଛନ୍ତି ୩୨ ଜଣ ଗର୍ଭବତୀ। ସୁରକ୍ଷା ଦୃଷ୍ଟିରୁ ସେମାନଙ୍କୁ ରାଜନଗର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି। ଡାକ୍ତରଖାନାରେ ସମସ୍ତଙ୍କୁ ସବୁ ପ୍ରକାର ସହାୟତା ଯୋଗାଇ ଦିଆଯାଉଛି।

ଗର୍ଭବତୀଙ୍କ ଚିକିତ୍ସା ନେଇ ମେଡ଼ିକାଲ୍‌ ଅଧିକାରୀ କହିଛନ୍ତି, ବାତ୍ୟା ସମୟରେ ପାୱାର କେପ୍‌ଅପ୍‌ ନିହାତି ଜରୁରୀ। ସେଥିପାଇଁ ଡିଜି, ଇନ୍‌ଭର୍ଟର ଓ ସୋଲାର୍‌ ବ୍ୟବସ୍ଥା ହୋଇଛି। ତିନି ଓଳି ଖାଇବାକୁ ଦିଆଯାଉଛି। ଡାକ୍ତରଖାନାରେ ପର୍ଯ୍ୟପ୍ତ ପରିମାଣରେ ମେଡ଼ିସିନ୍‌ ମହଜୁଦ୍‌ ରହିଛି ବୋଲି ମେଡ଼ିକାଲ୍‌ ଅଧିକାରୀ କହିଛନ୍ତି।

Advertisment

ସୂଚନାରୁ ପ୍ରକାଶ, ବାତ୍ୟା ‘ଦାନା’ ୨୪ ତାରିଖ ରାତିରୁ ୨୫ ତାରିଖ ସକାଳ ଭିତରେ ଧାମରାରୁ ଭିତରକନିକାରେ ଲ୍ୟାଣ୍ଡଫଲ କରିବାର ସମ୍ଭାବନା ରହିଛି। ଏହାର ପ୍ରଭାବରେ ପ୍ରବଳ ବର୍ଷା ସହିତ ପବନ ବୋହିବାର ସମ୍ଭାବନା ରହିଛି।

ରିପୋଟ-ପଟ୍ଟାମୁଣ୍ଡାଇରୁ ପ୍ରବୀର ନାୟକ 

Kendrapada Cyclone Dana