Advertisment

BSKY ନବୀନ କାର୍ଡ ପାଇଁ ହୋଇଛି ୩.୪୬ ଲକ୍ଷରୁ ଅଧିକ ଆବେଦନ

ମିଳିଥିବା ସୂଚନା ଅନୁସାରେ ସମଗ୍ର ରାଜ୍ୟରେ ଆଜି ସୁଦ୍ଧା ମୋଟ୍‌ ୩,୪୬,୨୯୪ଟି ପରିବାରଙ୍କର ଦରଖାସ୍ତ ଅନଲାଇନରେ ପଞ୍ଜୀକୃତ ହୋଇଛି।

BSKY Card

BSKY Card

Advertisment

ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ନବୀନ କାର୍ଡ ପାଇଁ ଆବେଦନ କ୍ଷେତ୍ରରେ ଦୃତ ଅଗ୍ରଗତି ପରିଲକ୍ଷିତ ହୋଇଛି। ଗାଁ ଓ ପଞ୍ଚାୟତ ସ୍ତରରେ ବ୍ୟାପକ ସଚେତନତା ଯୋଗୁ ଏହା ସମ୍ଭବ ହୋଇଛି। ଆଜି ଅର୍ଥାତ ୧୬ ତାରିଖ ସୁଦ୍ଧା BSKY ନବୀନ କାର୍ଡ ପାଇଁ ୩.୪୬ ଲକ୍ଷରୁ ଅଧିକ ହିତାଧିକାରୀ ଆବେଦନ କରିଛନ୍ତି।

Advertisment

ମିଳିଥିବା ସୂଚନା ଅନୁସାରେ ସମଗ୍ର ରାଜ୍ୟରେ ଆଜି ସୁଦ୍ଧା ମୋଟ୍‌ ୩,୪୬,୨୯୪ଟି ପରିବାରଙ୍କର ଦରଖାସ୍ତ ଅନଲାଇନରେ ପଞ୍ଜୀକୃତ ହୋଇଛି। ଏହି ପଞ୍ଜୀକୃତ ଦରଖାସ୍ତରେ ୯.୭୦ ଲକ୍ଷରୁ ଅଧିକ ସଦସ୍ୟଙ୍କର ନାଁ ରହିଛି। ସେଥିରୁ ଗଞ୍ଜାମ ଜିଲ୍ଲାରୁ ସର୍ବାଧିକ ୪୮,୫୦୦ ଅଛନ୍ତି। ସେହିପରି ଖୋର୍ଦ୍ଧା ଜିଲ୍ଲାରୁ ୨୬,୮୨୫ ; କଟକରୁ ୨୮,୭୯୪; ଭଦ୍ରକରୁ ୨୩,୦୪୨ ଏବଂ ବାଲେଶ୍ୱର ଜିଲ୍ଲାରୁ ୨୨,୫୭୦ ଦରଖାସ୍ତ ମିଳିଛି।

ସେହିପରି ପୁରୀ ଜିଲ୍ଲାରୁ ୨୦,୭୪୪ ଦରଖାସ୍ତ ମିଳିଥିବା ବେଳେ କେନ୍ଦ୍ରାପଡାରୁ ୧୯,୫୭୮ ଓ ନୟାଗଡରୁ ୧୪,୯୪୭ ଦରଖାସ୍ତ ଅନଲାଇନରେ ପଞ୍ଜୀକୃତ ହୋଇଛି। ଏହାଛଡ଼ା ଜଗତତ୍ସିଂହପୁରରୁ ୧୫,୨୪୮, ଯାଜପୁରରୁ ୧୪,୦୬୧, ବରଗଡ଼ରୁ ୧୪,୫୬୯, ସୁନ୍ଦରଗଡ଼ରୁ ୧୨,୩୪୯, ଅନୁଗୋଳରୁ ୧୨,୩୯୭ ଏବଂ ଢେଙ୍କାନାଳରୁ ୧୧,୮୮୦ ଦରଖାସ୍ତ ମିଳିଛି।

Advertisment
BSKY
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe