ଆଉ ୩୫ ଓଆରଏସ୍ ଅଫିସରଙ୍କ ବଦଳି: ୧୦ ମାସ ପରେ ବାତିଲ ହେଲା ବଦଳି

କାକଟପୁର ସବରେଜିଷ୍ଟ୍ରାର ଦିଲ୍ଲୀପ କୁମାର ବିଶ୍ୱାଳଙ୍କୁ ଭୁବନେଶ୍ୱର ଉନ୍ନୟନ ପ୍ରାଧିକରଣ(ବିଡିଏ)ର ଅତିରିକ୍ତ ଲ୍ୟାଣ୍ଡ ଅଫିସର ଭାବେ ବଦଳି ହୋଇଛି । ଏହି ସମସ୍ତ ଓଆରଏସ୍ ଅଫିସରଙ୍କୁ ଆଜି ଅପରାହ୍ନରେ ବିଭାଗ ପକ୍ଷରୁ ରିଲିଭ୍ କରିଦିଆଯାଇଛି ।

Loka Seva Bhavan PhotoOR

Loka Seva Bhavan

Ordigital Desk
  • Published: Tuesday, 17 October 2023
  • Updated: 17 October 2023, 10:38 PM IST

Sports

Latest News

 ରାଜ୍ୟ ସରକାର ଆଜି ଆଉ ୩୫ଜଣ ଓଡ଼ିଶା ରାଜସ୍ୱ ସେବା(ଓଆରଏସ) ଅଫିସରଙ୍କ ବଦଳି କରିଛନ୍ତି । ଆଉ ୩ଜଣ ଓଆରଏସ୍ ଅଫିସରଙ୍କ ବଦଳି ବାତିଲ ହୋଇଛି । ଏହି ୩ଜଣ ଓଆରଏସ ଅଫିସରଙ୍କ ମଧ୍ୟରୁ ଦୁଇଜଣଙ୍କ ବଦଳି ଜାନୁୟାରୀ ୩୧ରେ ହୋଇଥିଲା । ବଦଳିର ପ୍ରାୟ ୧୦ମାସ ପରେ ଏହାକୁ ସରକାର ବାତିଲ କରିଛନ୍ତି, ଯାହାକି ରାଜ୍ୟ ପ୍ରଶାସନର ଅପାରଗତାକୁ ପଦାରେ ପକାଇଛି ।

ରାଜ୍ୟ ରାଜସ୍ୱ ଓ ବିପର୍ଯ୍ୟୟ ପ୍ରଶମନ ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁସାରେ, ୩୫ଜଣ ଓଆରଏସ୍ ଅଫିସରଙ୍କୁ ଅତିରିକ୍ତ ତହସିଲଦାର, ସବରେଜିଷ୍ଟ୍ରାର, ଆସିଷ୍ଟାଣ୍ଟ କଲେକ୍ଟର, ଲ୍ୟାଣ୍ଡ ଅଫିସର ଓ ମ୍ୟୁନିସପାଲଟି କାର୍ଯ୍ୟନିର୍ବାହୀ ଅଧିକାରୀ ଭାବେ ବଦଳି ହୋଇଛି । ଭୁବନେଶ୍ୱରରେ ଦେବୋତ୍ତର କମିଶନରେ ଲ୍ୟାଣ୍ଡ ଅଫିସର ଭାବେ କାର୍ଯ୍ୟରତ ଓଆରଏସ୍ ମୃତ୍ୟୁଞ୍ଜୟ ମହାପାତ୍ରଙ୍କୁ କୃଷି ବିଭାଗରେ ଓଏସଡି ଭାବେ ବଦଳି କରାଯାଇଛି। ସେ ଓୟୁଏଟି ଲ୍ୟାଣ୍ଡ ଅଫିସର ଭାବେ କାର୍ଯ୍ୟ କରିବେ । ସେହିପରି କାକଟପୁର ସବରେଜିଷ୍ଟ୍ରାର ଦିଲ୍ଲୀପ କୁମାର ବିଶ୍ୱାଳଙ୍କୁ ଭୁବନେଶ୍ୱର ଉନ୍ନୟନ ପ୍ରାଧିକରଣ(ବିଡିଏ)ର ଅତିରିକ୍ତ ଲ୍ୟାଣ୍ଡ ଅଫିସର ଭାବେ ବଦଳି ହୋଇଛି । ଏହି ସମସ୍ତ ଓଆରଏସ୍ ଅଫିସରଙ୍କୁ ଆଜି ଅପରାହ୍ନରେ ବିଭାଗ ପକ୍ଷରୁ ରିଲିଭ୍ କରିଦିଆଯାଇଛି । ସେମାନଙ୍କୁ ୨୫ତାରିଖ ସୁଦ୍ଧା ନିଜ ନୂଆ ସ୍ଥାନରେ ଯୋଗ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି । ଯାହାଫଳରେ ୨୭ତାରିଖରୁ ଆରମ୍ଭ ହେଉଥିବା ଫଟୋ ଇଲୋକ୍ଟ୍ରାଲ ରୋଲ୍ ସ୍ୱତନ୍ତ୍ର ସଂଶୋଧନ କାର୍ଯ୍ୟ ଠିକ୍ ଭାବେ ସମ୍ପନ୍ନ ହୋଇପାରିବ ବୋଲି ବିଭାଗ ପକ୍ଷରୁ କୁହାଯାଇଛି ।

Also Read

ସେହିପରି ଓଆରଏସ୍ ନିତ୍ୟାନନ୍ଦ ସେଠୀ, ଶରତ ଚନ୍ଦ୍ର ସାହୁ ଓ ପ୍ରସନ୍ନ କୁମାର ପାଢ଼ୀଙ୍କ ବଦଳିକୁ ବାତିଲ କରାଯାଇଛି । ତେବେ ଆଶ୍ଚର୍ଯ୍ୟର କଥା ହେଉଛି ଓଆରଏସ୍ ଶ୍ରୀ ସାହୁ ଓ ଶ୍ରୀ ପାଢ଼ୀଙ୍କ ବଦଳି ୨୦୨୩ ଜାନୁୟାରୀ ୩୧ତାରିଖରେ ହୋଇଥିଲା । କଳାହାଣ୍ଡିରେ ଆସିଷ୍ଟାଣ୍ଟ କଲେକ୍ଟର ଶ୍ରୀ ସାହୁଙ୍କ ବଦଳି ତୁଷୁରା ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀ ଏବଂ ଶ୍ରୀ ପାଢ଼ୀଙ୍କ ବଦଳି ରାୟଗଡ଼ା ଜିଲ୍ଲା ଆସିଷ୍ଟାଣ୍ଟ କଲେକ୍ଟର ଭାବେ ହୋଇଥିଲା । ଶ୍ରୀ ପାଢ଼ୀ ଏବେ ମାଲାକାନଗିରି ଜିଲ୍ଲା ଆସିଷ୍ଟାଣ୍ଟ କଲେକ୍ଟର ଅଛନ୍ତି । ସେହିପରି କରଞ୍ଜିଆ ଅତିରିକ୍ତ ତହସିଲଦାର ନିତ୍ୟାନନ୍ଦ ସେଠୀଙ୍କ ବଦଳି ଗତ ମେ’ ୨୨ତାରିଖରେ ସୋର ଅତିରିକ୍ତ ତହସିଲଦାର ଭାବେ ହୋଇଥିଲା । କିନ୍ତୁ ଏହି ୩ଜଣ ଓଆରଏସ୍ ଅଫିସର ନିଜର ବଦଳି ନିର୍ଦ୍ଦେଶକୁ ମାନି ନଥିଲେ । କିମ୍ବା ସେମାନଙ୍କୁ ଉପରିସ୍ଥ ଅଫିସର କାର୍ଯ୍ୟରୁ ରିଲିଭ୍ ମଧ୍ୟ କରିନଥିଲେ । ଯେଉଁଥିପାଇଁ ସରକାର ବାଧ୍ୟ ହୋଇ ବଦଳି ନିର୍ଦ୍ଦେଶର ପ୍ରାୟ ୫ରୁ ୧୦ମାସ ପରେ ଏହାକୁ ବାତିଲ କରିଥିବା ଜଣାପଡ଼ିଛି । ଏଥିରୁ ରାଜ୍ୟ ସରକାରଙ୍କ ପ୍ରଶାସନିକ ଅସହାୟତା ଜଳଜଳ ଦିଶିବାରେ ଲାଗିଛି ।

ସୂଚନାଯୋଗ୍ୟ, ଜାତୀୟ ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶରେ ରାଜ୍ୟ ସରକାର ଆଜି ଓଆରଏସ୍ ପାହ୍ୟାର ୧୬୦ଜଣ ଅତିରିକ୍ତ ତହସିଲଦାରଙ୍କ ବଦଳି କରିଥିଲେ । ଆଜି ଗୋଟିଏ ଦିନରେ ମୋଟ ୧୯୫ଜଣ ଓଆରଏସ୍ ଅଫିସରଙ୍କ ବଦଳି ହୋଇଛି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story