Advertisment

ହୀରାକୁଦରେ ବ୍ୟାପୁଛି ଝାଡ଼ାବାନ୍ତି; ଗତ ୨ଦିନରେ ୪୦ ଆକ୍ରାନ୍ତ

ପ୍ରଦୁଷିତ ଜଳ ପାନ କରିବା ଦ୍ୱାରା ଲୋକମାନଙ୍କୁ ଝାଡ଼ାବାନ୍ତି ବ୍ୟାପୁଥିବା କୁହାଯାଉଛି। ଏଥିପାଇଁ ପାଣି ନମୂନା ପରୀକ୍ଷା ପାଇଁ ପଠାଯାଇଛି।

ଅଦ୍ୟତନ ହୋଇଛି
Diaria

Diaria

Advertisment

ସମ୍ବଲପୁର ଜିଲ୍ଲା ହୀରାକୁଦ ଅଞ୍ଚଳରେ ବ୍ୟାପୁଛି ଝାଡ଼ାବାନ୍ତି। ଗତ ୨ଦିନ ମଧ୍ୟରେ ପ୍ରାୟ ୪୦ରୁ ଊର୍ଦ୍ଧ ଆକ୍ରାନ୍ତ ହୀରାକୁଦ ହସପିଟାଲରେ ଚିକିତ୍ସା ପାଇଁ ଭର୍ତ୍ତି ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୫ ଜଣଙ୍କ ଅବସ୍ଥା ଗୁରୁତର ହେବାରୁ ସେମାନଙ୍କୁ ବୁର୍ଲା ହସପିଟାଲକୁ ସ୍ଥାନାନ୍ତର କରାଯାଇଛି।

Advertisment

କିଛି ଆକ୍ରାନ୍ତଙ୍କୁ ପ୍ରାଥମିକ ଚିକିତ୍ସା ପରେ ଛାଡ଼ି ଦିଆଯାଇଛି ବୋଲି ଜନସ୍ୱାସ୍ଥ୍ୟ ବିଭାଗ ADMO ସୂଚନା ଦେଇଛନ୍ତି। ଆଜି ଏକ ସ୍ୱତନ୍ତ୍ର ଡାକ୍ତରୀ ଟିମ ସମ୍ବଲପୁରରୁ ହୀରାକୁଦକୁ ଯାଇ ସ୍ଥିତି ଅନୁଧ୍ୟାନ କରିବେ ବୋଲି ADMO ସୂଚନା ଦେଇଛନ୍ତି।

ପ୍ରଦୁଷିତ ଜଳ ପାନ କରିବା ଦ୍ୱାରା ଲୋକମାନଙ୍କୁ ଝାଡ଼ାବାନ୍ତି ବ୍ୟାପୁଥିବା କୁହାଯାଉଛି। ଏଥିପାଇଁ ପାଣି ନମୂନା ପରୀକ୍ଷା ପାଇଁ ପଠାଯାଇଛି।

Advertisment
Sambalpur
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe