Advertisment

ମାଲବାହୀ ଟ୍ରେନ୍‌ ଲାଇନଚ୍ୟୁତ; ୨ଟି ଏକ୍ସପ୍ରେସ ବାତିଲ

ଗତ ବିଳମ୍ବିତ ରାତିରେ ଛତିଶଗଡ଼ ସ୍ଥିତ ରାୟପୁରରୁ ଆସୁଥିବା ଏକ ମାଲ ବୋଝେଇ ଟ୍ରେନ ଲାଇନଚ୍ୟୁତ ହୋଇଥିଲା।

Train Accident

Train Accident

Advertisment

ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ରେଲୱେ ଷ୍ଟେସନ ନିକଟରେ ମାଲବାହୀ ଟ୍ରେନ୍‌ର ୪ ବଗି ଲାଇନଚ୍ୟୁତ ହେବା ଫଳରେ ରେଳ ଚଳାଚଳ ପ୍ରଭାବିତ ହୋଇଛି। ସେହି ରୁଟ୍‌ରେ ଯାଉଥିବା ରାୟପୁର-ଟିଟିଲାଗଡ଼ ଓ ଜୁନାଗଡ଼ ରୋଡ୍‌-ରାୟପୁର ଏକ୍ସପ୍ରେସ ବାତିଲ କରାଯାଇଛି।

Advertisment

ଗତ ବିଳମ୍ବିତ ରାତିରେ ଛତିଶଗଡ଼ ସ୍ଥିତ ରାୟପୁରରୁ ଆସୁଥିବା ଏକ ମାଲ ବୋଝେଇ ଟ୍ରେନ ଲାଇନଚ୍ୟୁତ ହୋଇଥିଲା।ଟ୍ରାକରୁ ୪ଟି ବଗି ଖସି ଯାଇଥିଲା। ଫଳରେ ସେହି ରୁଟ୍‌ରେ ଟ୍ରେନ ଚଳାଚଳା ପ୍ରଭାବିତ ହୋଇଥିଲା। ସକାଳେ ରେଲୱେ ବିଭାଗର କର୍ମଚାରୀ ପହଞ୍ଚି ଯୁଦ୍ଧକାଳୀନ ଭିତ୍ତିରେ ଟ୍ରାକ୍‌ କାମ ଶେଷ କରିଥିଲେ।

ଫଳରେ ଟ୍ରେନ ଚଳାଚଳ ସ୍ୱାଭାବିକ ହୋଇଥିଲା। ହେଲେ କିଛି ଟ୍ରେନକୁ ବାତିଲ କରି ଦିଆଯାଇଥିଲା। ଏହି ଦୁର୍ଘଟଣାରେ କେହି ଆହତ ହୋଇ ନ ଥିବା ଜଣାଯାଇଛି

Advertisment
Train Accident Bolangiri
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe