ଦେବଭୁମୀ କେଦାରନାଥରେ ଫସିଛନ୍ତି ୪ ଓଡ଼ିଆ। ଲଗାଣ ବର୍ଷା ଯୋଗୁ ସେମାନେ ଘରକୁ ଫେରିପାରୁନାହାନ୍ତି। ଏ ସମ୍ପର୍କରେ ସୂଚନା ପାଇବା ପରେ ପରିବାର ଲୋକଙ୍କ ଭିତରେ ଭୟର ବାତାବରଣ ଖେଳି ଯାଇଛି।
ଗତ ୩୧ ତାରିଖରେ ଏହି ୪ ବନ୍ଧୁ କେଦାରନାଥ ଯାଇଥିଲେ। ସେମାନଙ୍କ ଘର କେନ୍ଦୁଝର ଜିଲ୍ଲାରେ। ବାବା କେଦାରନାଥଙ୍କ ପୀଠକୁ ଯାଇଥିବା ୪ ବନ୍ଧୁ ହେଲେ କେନ୍ଦୁଝର କେମସଡା ଗାଁର ଋଷିବର ମହାନ୍ତ ଓ ତେଲକୋଇ ବ୍ଲକର ଜଗମୋହନପୁରର ସଦାନନ୍ଦ ସାହୁ, ସରୁଆଳିର କାର୍ତ୍ତିକ ଖିଲାର, ଚନ୍ଦ୍ରଶେଖରପୁରର ମହେଶ୍ୱର ପ୍ରଧାନ।
Also Read
ବାବାଙ୍କୁ ଦର୍ଶନ କରି ଫେରିବା ବେଳେ ଲଗାଣ ବର୍ଷା ହୋଇଥିଲା। ଯେଉଁଥିପାଇଁ ସେମାନଙ୍କୁ ଅଧା ବାଟରେ ଅଟକିବାକୁ ପଡ଼ିଥିଲା। ଶୁକ୍ରବାର ସେମାନେ ଘରକୁ ଫୋନ୍ ସେଠାରେ ଫସି ରହିଥିବା ସମ୍ପର୍କରେ କହିଥିଲେ। ତେବେ ସେଠାରେ ସୁରକ୍ଷିତ ଥିବା କହିଥିଲେ। କିନ୍ତୁ ଅକ୍ସିଜେନ ଅଭାବ ଯୋଗୁ ଅସୁବିଧା ପାଉଥିବା ପ୍ରକାଶ କରିଥିଲେ। ଏପଟେ ସେମାନଙ୍କୁ ଉଦ୍ଧାର କରିବାକୁ ପ୍ରଶାସନକୁ ଗୁହାରି କରିଛନ୍ତି ପରିବାର ଲୋକ।
ରିପୋର୍ଟ- ତେଲକୋଇରୁ ଚିନ୍ମୟ କୁମାର ସାହୁ
TAGS
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Miscellaneous
ରାଜଧାନୀ ପାର୍କରେ ମଶାରୀ ଭିତରେ ଯୋଗ
ଭୁବନେଶ୍ୱର ଆଠ ନମ୍ବରରେ ରହିଛି ଗୋପବନ୍ଧୁ ପାର୍କ। ଆଉ ପାର୍କ ଭିତରେ ରହିଛି ଗୋଟିଏ ଯୋଗ ମଣ୍ଡପ। ପ୍ରତ୍ୟେକ ଦିନ ସକାଳ ୫ଟାରୁ ୯ଟା ପର୍ଯ୍ୟନ୍ତ ୩ରୁ ୪ଟି ପର୍ଯ୍ୟାୟରେ ଯୋଗଭ୍ୟାସ କରାଯାଇଥାଏ। ଏଠାରେ ମଧ୍ୟ ପ୍ରବଳ ମଶା ହେଉଛନ୍ତି।
Miscellaneous
ଭୋଗ ଖାଇ ୫୦ରୁ ଊର୍ଦ୍ଧ୍ୱ ଅସୁସ୍ଥ; ମେଡ଼ିକାଲ୍ରେ ଭର୍ତ୍ତି
ଶନିବାର ବାଙ୍ଗିରିପୋଷୀ ବ୍ଲକ୍ ଭୂଆଶୁଣୀ ପଞ୍ଚାୟତ ରାୟାଁ ଗାଁ ସ୍କୁଲରେ ଗଣେଶ ପୂଜା ହୋଇଥିଲା। ପୂଜାରେ ଚୁଡ଼ା ଭୋଗ କରାଯାଇଥିଲା। ପୂଜା ପରେ ସେହି ଚୁଡ଼ା ଭୋଗକୁ ଛାତ୍ରଛାତ୍ରୀ, ଅଭିଭାବକ ଓ ଶିକ୍ଷକ/ଶିକ୍ଷୟିତ୍ରୀମାନେ ସେବନ କରିଥିଲେ।
Miscellaneous
ଆଜି ଆରମ୍ଭ ହେବ ସିଏମ କିଷନ ଯୋଜନା, ଚାଷୀ ପାଇବେ ୪ ହଜାର
ଆଜି ନୂଆଁଖାଇରୁ ଆରମ୍ଭ ହେବାକୁ ଯାଉଛି ସିଏମ କିଷନ ଯୋଜନା। ଏହି ଯୋଜନାରେ ଚାଷୀ ପାଇବେ ୪ ହଜାର ଟଙ୍କାର ଆର୍ଥିକ ସହାୟତା।
Miscellaneous
ଆବେଦନ ବେଳେ ଖୋଲୁନି ‘ସୁଭଦ୍ରା’ ପୋର୍ଟାଲ
ସମାନ ଚିତ୍ର ଦେଖିବାକୁ ମିଳିଛି ବରଗଡ଼ରେ। ଏଠି କେତେବେଳେ ପୋର୍ଟାଲ ଖୋଲୁନି ତ ଆଉ କେତେବେଳେ ଖୋଲିଲେ ଆଉ କାହାର ଲଗ୍ ଇନ୍ ଆଡି ଖୋଲିଯାଉଥିବା ଅଭିଯୋଗ କରିଛନ୍ତି ଆବେଦନକାରୀ।
Miscellaneous
ଅଜଣା କଣ୍ଟେନରରୁ ବିଭିନ୍ନ ସାମଗ୍ରୀ ବୋହି ନେଲେ ଲୋକେ
୨ଦିନ ତଳେ ପେଣ୍ଠକଟା ବେଳାଭୂମିରେ ଲାଗିଥିଲା ଏକ ବଡ଼ କଣ୍ଟେନର। ଯାହାକୁ ଖୋଲିବା ପାଇଁ କୋଷ୍ଟଗାର୍ଡ ଓ କଷ୍ଟମ ଡିପାର୍ଟମେଣ୍ଟକୁ ଖବର ଦିଆଯାଇଥିଲା।