Advertisment

କେଦାରନାଥରେ ଫସିଛନ୍ତି ୪ ଓଡ଼ିଆ

ବାବାଙ୍କୁ ଦର୍ଶନ କରି ଫେରିବା ବେଳେ ଲଗାଣ ବର୍ଷା ହୋଇଥିଲା। ଯେଉଁଥିପାଇଁ ସେମାନଙ୍କୁ ଅଧା ବାଟରେ ଅଟକିବାକୁ ପଡ଼ିଥିଲା। ଶୁକ୍ରବାର ସେମାନେ ଘରକୁ ଫୋନ୍‌ ସେଠାରେ ଫସି ରହିଥିବା ସମ୍ପର୍କରେ କହିଥିଲେ।

Kedarnath

Kedarnath

Advertisment

ଦେବଭୁମୀ କେଦାରନାଥରେ ଫସିଛନ୍ତି ୪ ଓଡ଼ିଆ। ଲଗାଣ ବର୍ଷା ଯୋଗୁ ସେମାନେ ଘରକୁ ଫେରିପାରୁନାହାନ୍ତି। ଏ ସମ୍ପର୍କରେ ସୂଚନା ପାଇବା ପରେ ପରିବାର ଲୋକଙ୍କ ଭିତରେ ଭୟର ବାତାବରଣ ଖେଳି ଯାଇଛି।

Advertisment

ଗତ ୩୧ ତାରିଖରେ ଏହି ୪ ବନ୍ଧୁ କେଦାରନାଥ ଯାଇଥିଲେ। ସେମାନଙ୍କ ଘର କେନ୍ଦୁଝର ଜିଲ୍ଲାରେ। ବାବା କେଦାରନାଥଙ୍କ ପୀଠକୁ ଯାଇଥିବା ୪ ବନ୍ଧୁ ହେଲେ କେନ୍ଦୁଝର କେମସଡା ଗାଁର ଋଷିବର ମହାନ୍ତ ଓ ତେଲକୋଇ ବ୍ଲକର ଜଗମୋହନପୁରର ସଦାନନ୍ଦ ସାହୁ, ସରୁଆଳିର କାର୍ତ୍ତିକ ଖିଲାର, ଚନ୍ଦ୍ରଶେଖରପୁରର ମହେଶ୍ୱର ପ୍ରଧାନ।

ବାବାଙ୍କୁ ଦର୍ଶନ କରି ଫେରିବା ବେଳେ ଲଗାଣ ବର୍ଷା ହୋଇଥିଲା। ଯେଉଁଥିପାଇଁ ସେମାନଙ୍କୁ ଅଧା ବାଟରେ ଅଟକିବାକୁ ପଡ଼ିଥିଲା। ଶୁକ୍ରବାର ସେମାନେ ଘରକୁ ଫୋନ୍‌ ସେଠାରେ ଫସି ରହିଥିବା ସମ୍ପର୍କରେ କହିଥିଲେ। ତେବେ ସେଠାରେ ସୁରକ୍ଷିତ ଥିବା କହିଥିଲେ। କିନ୍ତୁ ଅକ୍ସିଜେନ ଅଭାବ ଯୋଗୁ ଅସୁବିଧା ପାଉଥିବା ପ୍ରକାଶ କରିଥିଲେ। ଏପଟେ ସେମାନଙ୍କୁ ଉଦ୍ଧାର କରିବାକୁ ପ୍ରଶାସନକୁ ଗୁହାରି କରିଛନ୍ତି ପରିବାର ଲୋକ।

Advertisment

ରିପୋର୍ଟ- ତେଲକୋଇରୁ ଚିନ୍ମୟ କୁମାର ସାହୁ

Kendujhar
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe