Advertisment

‘ଓଡ଼ିଶାରେ କାମ ନାହିଁ... ପୁଣି ଯିବାକୁ ପଡ଼ିବ’

ଉଦ୍ଧାର ହୋଇଥିବା ଶ୍ରମିକଙ୍କ ଭିତରୁ ଜଣେ କହିଛନ୍ତି, ଆମ ଓଡ଼ିଶାରେ ତ କାମ ମିଳିବ ନାହିଁ। ଯିବା ପାଇଁ ପଡ଼ିବ। ସେହି କାମ କରିବୁ। ଭୟ ଆମ ପାଖରେ ନାହିଁ। ଆମେ ବାହାରିବୁ ବୋଲି ଜାଣିଥିଲୁ। ଆଜି ହେଉ ବା କାଲି। ନହେଲେ ନାହିଁ ୧୫ ଦିନ ବା ମାସେ ଲାଗି ପାରେ।

author-image
Manoranjan Sial
ଅଦ୍ୟତନ ହୋଇଛି
Labour

Labour

ଓଡ଼ିଶାରେ ତ କାମ ନାହିଁ। ... ପୁଣି ତ ଯିବାକୁ ପଡ଼ିବ... ସେହି କାମ କରିବୁ... ଉତ୍ତରକାଶୀର ଟନେଲ୍‌ରୁ ବାହାରି ଜନ୍ମମାଟିକୁ ଫେରୁଥିବା ଓଡ଼ିଆ ଶ୍ରମିକମାନେ ଆଜି ଏମିତି କହିଛନ୍ତି। ତେବେ ଏଠି ପ୍ରଶ୍ନ ଉଠୁଛି, ରତ୍ନଗର୍ଭା ଓଡ଼ିଶାରେ କ’ଣ କାମ ନାହିଁ? ତାହାହେଲେ ନିଯୁକ୍ତି ନାଁରେ ରାଜ୍ୟ ସରକାର କ’ଣ ବାହାସ୍ପୋଟ୍‌ ମାରୁଛନ୍ତି? ଗାଁକୁ ଫେରୁଥିବା ଶ୍ରମିକଙ୍କ କଥାକୁ ପର୍ଯ୍ୟାଲୋଚନା କଲେ ଏହା ହିଁ ବାସ୍ତବ ଚିତ୍ର ବୋଲି ସାଧାରଣରେ ଚର୍ଚ୍ଚା ହେଉଛି।

Advertisment

ଉତ୍ତରକାଶୀର ଟନେଲ୍‌ରୁ ଉଦ୍ଧାର ହୋଇଥିବା ଶ୍ରମିକମାନଙ୍କୁ ଋଷିକେଶ ଏମ୍‌ସରେ ଭର୍ତ୍ତି କରାଯାଇଥିଲା। ସେଠାରେ ସେମାନଙ୍କ ଚିକିତ୍ସା ପରେ ଡିସ୍‌ଚାର୍ଜ କରାଯାଇଥିଲା। ଆଜି ୪ ଓଡ଼ିଆ ଶ୍ରମିକ ଜନ୍ମମାଟିକୁ ଫେରିଛନ୍ତି। ବିଜୁ ପଟ୍ଟନାୟକ ବିମାନବନ୍ଦରରେ ପହଞ୍ଚିବା ପରେ ଓଡ଼ିଶା ସରକାରଙ୍କ ତରଫରୁ ସେମାନଙ୍କୁ ସ୍ୱାଗତ କରାଯାଇଥିଲା। ସେହି ସମୟରେ ଗଣମାଧ୍ୟମ ପ୍ରତିନିଧିମାନେ ତାଙ୍କୁ ନାନା ପ୍ରଶ୍ନ ପଚାରିଥିଲେ।

ଉଦ୍ଧାର ହୋଇଥିବା ଶ୍ରମିକଙ୍କ ଭିତରୁ ଜଣେ କହିଛନ୍ତି, ଆମ ଓଡ଼ିଶାରେ ତ କାମ ମିଳିବ ନାହିଁ। ଯିବା ପାଇଁ ପଡ଼ିବ। ସେହି କାମ କରିବୁ। ଭୟ ଆମ ପାଖରେ ନାହିଁ। ଆମେ ବାହାରିବୁ ବୋଲି ଜାଣିଥିଲୁ। ଆଜି ହେଉ ବା କାଲି। ନହେଲେ ନାହିଁ ୧୫ ଦିନ ବା ମାସେ ଲାଗି ପାରେ। ଆମେ ନିଶ୍ଚିତ ବାହାରକୁ ବାହାରିବୁ ବୋଲି ଭାବିଥିଲୁ। ପ୍ରତିଦିନ ସକାଳ ୬ଟାରେ ଉଠି ପଡୁଥିଲୁ। ମର୍ଣ୍ଣିଂୱାକ୍‌ କରୁଥିଲୁ। ସେଠାରେ ଘୂରି ବୁଲୁଥିଲୁ। ସକାଳ ୧୦ଟା ଜଳଖିଆ ଖାଉଥିଲୁ ବୋଲି ଶ୍ରମିକ ଜଣକ କହିଛନ୍ତି।

Advertisment

ତେବେ ଏଠି ପ୍ରଶ୍ନ ଉଠୁଛି, ରାଜ୍ୟ ସରକାର ପ୍ରତିବର୍ଷ ନିଯୁକ୍ତି ସୃଷ୍ଟି କରୁଛନ୍ତି ବୋଲି କହୁଛନ୍ତି। ତାହାହେଲେ ଭିଟାମାଟି ଛାଡ଼ି କାହିଁକି ଦାଦନ ଖଟିବାକୁ ଯାଉଛନ୍ତି ଲୋକେ? ଏହାର ଉତ୍ତର ବୋଧହୁଏ ରାଜ୍ୟ ସରକାରଙ୍କ ପାଖରେ ନଥିବ। ମିଳିଥିବା ସୂଚନା ଅନୁସାରେ ମହାମାରୀ କରୋନା ବେଳେ ବିଭିନ୍ନ ରାଜ୍ୟରୁ ୧୦ ଲକ୍ଷ ୭ ହଜାର ୩୩ ଜଣ ଶ୍ରମିକ ଓଡ଼ିଶା ଫେରିଥିଲେ। ସେହି ସମୟରେ ସେମାନଙ୍କ ହାତକୁ କାମ ଯୋଗାଇ ଦିଆଯିବ ବୋଲି ରାଜ୍ୟ ସରକାର ବଡ଼ ବଡ଼ ଘୋଷଣା କରିଥିଲେ। ହେଲେ ଚିତ୍ର ଓଲଟା ଦେଖିବାକୁ ମିଳିଲା। ୨୦୨୨ ମସିହାରେ ଠିକାଦାରଙ୍କ ମାଧ୍ୟମରେ ରାଜ୍ୟରୁ ୯୪ ହଜାର ୪୪୨ ଜଣ ଓ ୨୦୨୩ ମସିହା ଅକ୍ଟୋବର ସୁଦ୍ଧା ରାଜ୍ୟରୁ ୪୦ ହଜାର ୮୮ ଶ୍ରମିକ ରାଜ୍ୟ ବାହାରକୁ ଦାଦନ ଖଟିବାକୁ ଯାଇଥିଲେ। ଏକଥା ଆମେ କହୁନାହୁ। ଓଡ଼ିଶା ବିଧାସଭାରେ ଶ୍ରମମନ୍ତ୍ରୀ କହିଥିଲେ।

Uttarakashi Tunnel Collapses Bhubaneswar Bhubaneswar News