Advertisment

ସ୍ମିତା ରାଉତଙ୍କ ସମେତ ୪ ଅଣପ୍ରଶାସନିକ ସେବା ଅଫିସରଙ୍କୁ ମିଳିଲା ଆଇଏଏସ୍ ପାହ୍ୟା

ରାଜ୍ୟ ଅଣପ୍ରଶାସନିକ ସେବା(ଏନଏସସିଏସ)ର ୪ଜଣ ଅଫିସରଙ୍କୁ ଆଇଏଏସ୍ ପାହ୍ୟା ମିଳିଛି

undefined

Loka Seva Bhavan

Advertisment

ରାଜ୍ୟ ଅଣପ୍ରଶାସନିକ ସେବା(ଏନଏସସିଏସ)ର ୪ଜଣ ଅଫିସରଙ୍କୁ ଆଇଏଏସ୍ ପାହ୍ୟା ମିଳିଛି । ଏହି ୪ଜଣ ଅଫିସରଙ୍କୁ ୨୦୨୨ ସିଲେକ୍ଟ ଲିଷ୍ଟରେ ଓଡ଼ିଶା କ୍ୟାଡ଼ରରେ ଖାଲି ପଡ଼ିଥିବା ଆଇଏଏସ୍ ପଦବୀ ନିମନ୍ତେ ଚୟନ କରାଯାଇଛି ।  ସର୍ବଭାରତୀୟ ସେବା(କ୍ୟାଡ଼ର) ରୁଲ-୧୯୫୪ର ରୁଲସ ୫(୧) ଆଧାରରେ ରାଜ୍ୟ ସରକାରଙ୍କ ସହ ବିଚାରବିମର୍ଶ କରି ସମ୍ପୃକ୍ତ ୪ଜଣ ଅଫିସରଙ୍କୁ କ୍ୟାଡ଼ର ବର୍ଷ ଆବଂଟନ କରାଯିବ ବୋଲି ଜଣାପଡ଼ିଛି। ଅର୍ଥ ବିଭାଗର ଅତିରିକ୍ତ ସଚିବ ସ୍ମିତା ରାଉତଙ୍କ ସମେତ  ଓଡ଼ିଶା ଅର୍ଥ ସେବାର ଅନ୍ୟ ଦୁଇଜଣ ଅଫିସର ମଧୁସ୍ମିତା ସାମଲ ଓ ସାଗରିକ ହୋତା ଏବଂ ପରିବହନ ବିଭାଗର ସଞ୍ଜୟ କୁମାର ବିଶ୍ୱାଳଙ୍କୁ ଆଇଏଏସ୍ ପାହ୍ୟା ଆବଂଟିତ ହୋଇଛି ।

Advertisment

କେନ୍ଦ୍ର କାର୍ମିକ ମନ୍ତ୍ରଣାଳୟ ପକ୍ଷରୁ ଏନେଇ ଆଜି ବିଧିବଦ୍ଧ ବିଜ୍ଞପ୍ତି ଜାରି ହୋଇଛି । ଏହାସହିତ ସମ୍ପୃକ୍ତ ୪ଜଣ ଅଫିସରଙ୍କ ବରିଷ୍ଠତା ଓ କ୍ୟାଡ଼ର ନିର୍ଦ୍ଧାରଣ ପାଇଁ ନିର୍ଦ୍ଧାରିତ ଫର୍ମାଟରେ ପଠାଇବାକୁ ରାଜ୍ୟ ମୁଖ୍ୟ ସଚିବଙ୍କୁ କେନ୍ଦ୍ର କାର୍ମିକ ମନ୍ତ୍ରଣାଳୟ ଅନୁରୋଧ କରିଛି ।
ଓଡ଼ିଶା ଅର୍ଥ ସେବାର ଅଧିକାରୀ ଶ୍ରୀମତୀ ରାଉତ ଏବେ ଅର୍ଥ ବିଭାଗର ଅତିରିକ୍ତ ସଚିବ ଭାବେ କାର୍ଯ୍ୟ କରୁଥିବାବେଳେ ମଧୁସ୍ମିତା ସାମଲ ଏବେ ଯୋଜନା ଓ ସଂଯୋଜନ ବିଭାଗର ଅତିରିକ୍ତ ସଚିବ ଏବଂ ସାଗରିକ ହୋତା ଏବେ ସାଧାରଣ ପ୍ରଶାସନ ବିଭାଗର ଅର୍ଥ ଅଫିସର ଭାବେ କାର୍ଯ୍ୟ କରୁଛନ୍ତି । କେନ୍ଦ୍ର କାର୍ମିକ ମନ୍ତ୍ରଣାଳୟ ମାଗିଥିବା ତଥ୍ୟ ରାଜ୍ୟ ସରକାର ଦେବାପରେ ଏହି ଅଫିସରମାନଙ୍କର କ୍ୟାଡ଼ର ବର୍ଷ ନିର୍ଦ୍ଧାରଣ ହେବ ବୋଲି ଜଣାପଡ଼ିଛି।

ଉଲ୍ଲେଖଯୋଗ୍ୟ, ୨୦୨୧ ଓ ୨୦୨୨ ମସିହା ପାଇଁ ରାଜ୍ୟ ଅଣପ୍ରଶାସନିକ ସେବା ବର୍ଗରୁ କୌଣସି ଅଫିସରଙ୍କୁ ଆଇଏଏସ୍ ପାହ୍ୟା ଆବଂଟିତ ହୋଇପାରିନଥିଲା । ଶେଷଥର ପାଇଁ ୨୦୨୨ ଫେବୃୟାରୀ ମାସରେ ଓଡ଼ିଶା ଅର୍ଥ ସେବାର ୩ଜଣ ଅଫିସର ସତ୍ୟପ୍ରିୟ ରଥ, ଦୀପଙ୍କର ମହାପାତ୍ର ଓ ପ୍ରଣତି ଛୋଟରାୟଙ୍କୁ ୨୦୨୦ ମସିହା ଓଡ଼ିଶା କ୍ୟାଡ଼ର ଆବଂଟିତ ହୋଇଥିଲା।

Advertisment

ସୂଚନାଯୋଗ୍ୟ, ରାଜ୍ୟ ଅଣପ୍ରଶାସନିକ ସେବା(ଏନଏସସିଏସ) ବର୍ଗରେ ଆଇଏଏସ୍ ପାହ୍ୟା ପାଇଥିବା ଗୋପବନ୍ଧୁ ଶତପଥୀ, ସୁରେଶ ଚନ୍ଦ୍ର ଦଳେଇ, ଶ୍ରୀକାନ୍ତ ପୃଷ୍ଟି ଓ ଅନୀଲ ସାମଲ ପୂର୍ବରୁ ସରକାରୀ ଚାକିରିରୁ ଅବସର ନେଇଥିବାରୁ ଏହି ଖାଲି ପଡ଼ିଥିବା ପଦବୀରେ ସମ୍ପୃକ୍ତ ଅଫିସରମାନେ ଆଇଏଏସ୍ ପାହ୍ୟାକୁ ଚୟନ ହୋଇଥିବା ଜଣାପଡ଼ିଛି।

Ias
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe