Advertisment

ଗଞ୍ଜାମରୁ ବ୍ରହ୍ମଗିରି ଯାଉଥିଲା ୪ କ୍ୱିଣ୍ଟାଲ ଗଞ୍ଜେଇ, ମାଡ଼ି ବସିଲା ଅବକାରୀ ବିଭାଗ

ଏତେ ପରିମାଣର ଗଞ୍ଜେଇ ଗଞ୍ଜାମର ଶେରଗଡ଼ ଅଞ୍ଚଳରୁ ନିରାକାରପୁର ଦେଇ ବ୍ରହ୍ମଗିରି ଯାଉଥିଲା। କିନ୍ତୁ ନରାକରପୁର ଠାରେ ଏହାକୁ ଜବତ କରାଯାଇଛି।

author-image
Hemant Lenka
Ganja

Ganja

ଗୁପ୍ତ ଭାବେ ଗଞ୍ଜେଇ ଚାଲାଣ ବେଳେ ଧରିଛି ଅବକାରୀ ବିଭାଗ। ଟାଙ୍ଗୀ ଅବକାରୀ ବିଭାଗ ଆଜି ଜବତ କରିଛି ୪ କ୍ୱିଣ୍ଟାଲ ଓଜନର ଗଞ୍ଜେଇ। ଏତେ ପରିମାଣର ଗଞ୍ଜେଇ ଗୋଟିଏ ପିକଅପ ଭ୍ୟାନାରେ ଚାଲାଣ ହେଉଥିଲା। ଅବକାରୀ ବିଭାଗ ଗଞ୍ଜେଇକୁ ଜବତ କରିଥିବା ବେଳେ ପିକଅପ ଭ୍ୟାନ ଡ୍ରାଇଭରଙ୍କୁ ଗିରଫ କରିଛି। 

Advertisment

ଆଜି ଭୋର ସମୟରେ ନିରାକାରପୁର ଲେଭଲ କ୍ରସିଂ ଦେଇ ଗୋଟିଏ ପିକଅପ ଭ୍ୟାନ ଯାଉଥିଲା। ଏଥିରେ ଗଞ୍ଜେଇ ଚାଲାଣ ହେଉଥିବା ଅବକାରୀ ବିଭାଗକୁ ପୂର୍ବରୁ ହିଁ ଗୁପ୍ତ ସୂଚନା ମିଳି ସାରିଥିଲା। ଗାଡ଼ିଟି ଲେଭଲ କ୍ରସିଂ ପାର୍‌ ହେଉଥିବା ବେଳେ ଟାଙ୍ଗୀ ଅବକାରୀ ବିଭାଗ ଏହାକୁ ଅଟକାଇଥିଲା। ଗାଡ଼ି ଯାଞ୍ଚ ସମୟରେ ପ୍ରାୟ ଚାରି କ୍ୱିଣ୍ଟାଲ ଗଞ୍ଜେଇ ଅବକାରୀ ବିଭାଗ ଜବତ କରିବା ସହିତ ଡ୍ରାଇଭଙ୍କୁ ଗିରଫ କରିଛି।

ଜବତ ଗଞ୍ଜେଇ ଓ ଅନ୍ୟାନ୍ୟ ଜିନିଷର ଆନୁମାନିକ ମୂଲ୍ୟ ପ୍ରାୟ ୪୫ ଲକ୍ଷ ଟଙ୍କା ହେବ ବୋଲି ଟାଙ୍ଗୀ ଅବକାରୀ ଅଧୀକ୍ଷକ ସୁମତି ତ୍ରିପାଠୀ ସୂଚନା ଦେଇଛନ୍ତି। ତାଙ୍କ କହିବା କଥା ଯେ ଏତେ ପରିମାଣର ଗଞ୍ଜେଇ ଗଞ୍ଜାମର ଶେରଗଡ଼ ଅଞ୍ଚଳରୁ ନିରାକାରପୁର ଦେଇ ବ୍ରହ୍ମଗିରି ଯାଉଥିଲା। କିନ୍ତୁ ନରାକରପୁର ଠାରେ ଏହାକୁ ଜବତ କରାଯାଇଛି।

Advertisment

ଆଜି ଟାଙ୍ଗୀ ଅବକାରୀ ବିଭାଗ ସକାଳ ୬.୩୦ ସମୟରେ ପ୍ୟାଟ୍ରୋଲିଂ କରୁଥିଲା। ଏହି ସମୟରେ ଖବର ମିଳିଥିଲା ଯେ ଗୋଟିଏ ପକଅପ ଭ୍ୟାନରେ ଗଞ୍ଜେଇ ଲୋଡ ହୋଇ ନରାକାରପୁର ଲେଭଲ କ୍ରସିଂ ପାର କରିବ। ଖବର ପାଇ ଅବକାରୀ ଟିମ ତୁରନ୍ତ ଘଟଣା ସ୍ଥଳରେ ପହଞ୍ଚି ଗଞ୍ଜେଇ ଲୋଡେଡ ପିକଅପ ଭ୍ୟାନକୁ ଧରିଥିଲା। ଏହି ସମୟରେ ଗାଡ଼ି ଭିତରେ ଗାଡ଼ି ଚାଳକ ରହିଥିଲେ।

ତାଙ୍କୁ ମଧ୍ୟ ଗିରଫ କରାଯାଇଛି। ଗିରଫ ଡ୍ରାଇଭର ଜଣଙ୍କ ହେଲେ ପୂର୍ଣ୍ଣଚନ୍ଦ୍ର ଦେ ଓ ତାଙ୍କ ଘର ପୁରୀ ଜିଲ୍ଲା ବ୍ରହ୍ମଗିରି ଅଞ୍ଚଳରେ। ଗାଡ଼ିରୁ ୪ କ୍ୱିଣ୍ଟାଲ ୧ କେଜି ୬୦୦ ଗ୍ରାମ ଗଞ୍ଜେଇ ସହ ୨ଟି ମୋବାଇଲ ଜବତ ହୋଇଛି।

ଏସବୁ ମୂଲ୍ୟ ପ୍ରାୟ ୪୫ ଲକ୍ଷ ଟଙ୍କା ହେବ। ଏହି ଘଟଣାରେ ଗିରଫ ଡ୍ରାଇଭର ନାଁରେ ମାମଲା ହୋଇଛି। ଏଥିରେ ସାମିଲ ଥିବା ଅନ୍ୟମାନଙ୍କୁ ମଧ୍ୟ ଖୁବଶୀଘ୍ର ଗିରଫ କରାଯିବ। ଗିରଫ ପୂର୍ଣ୍ଣଚନ୍ଦ୍ର ପୂର୍ବରୁ ମଧ୍ୟ ଅନେକ ଥର ଗଞ୍ଜେଇ ଚୋରା ଚାଲାଣ କରିଥିଲା ବୋଲି ସୁମତି ତ୍ରିପାଠୀ କହିଛନ୍ତି।

Odisha Khorda Ganja