/odisha-reporter/media/post_attachments/uploadimage/library/16_9/16_9_0/Odisha_1753242643.jpg)
Odisha
ରାଜ୍ୟରେ ବିଜେପି ସରକାର କ୍ଷମତାକୁ ଆସିବା ପରେ ପ୍ରଥମଥର ପାଇଁ ଏକକାଳୀନ ଏତେ ବଡ଼ଧରଣର ଆଇଏଏସ୍ ଅଫିସରଙ୍କ ବଦଳି କରିଛନ୍ତି । ୪୭ଜଣ ଆଇଏଏସ୍ ଓ ୨ଜଣ ବରିଷ୍ଠ ଓଏଏସ୍ ଅଫିସରଙ୍କ ସମେତ ମୋଟ ୪୯ଜଣ ଅଫିସରଙ୍କୁ ବିଳମ୍ବିତ ରାତ୍ରିରେ ବଦଳି କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ରାଜ୍ୟରେ ମନ୍ତ୍ରିମଣ୍ଡଳ ଅଦଳବଦଳ ଓ ସମ୍ପ୍ରସାରଣ ଚର୍ଚ୍ଚା ମଧ୍ୟରେ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ପ୍ରଶାସନିକସ୍ତରରେ ଏତେ ବଡ଼ଧରଣର ବଦଳି କରିବାକୁ ବିଭିନ୍ନ ମହଲରେ ଗୁରୁତ୍ୱ ଦିଆଯାଉଛି ।
୯ଟି ବିଭାଗରେ ନୂଆ ସଚିବଙ୍କ ସମେତ ୧୬ଟି ଜିଲ୍ଲାରେ ନୂଆ ଜିଲ୍ଲାପାଳଙ୍କୁ ନିଯୁକ୍ତି ଦିଆଯାଇଛି । ବିଜେଡି ସରକାରର ଖାସ୍ ଆଇଏଏସ୍ ୨୦୦୬ ବ୍ୟାଚର ରୂପାରୋଶନ ସାହୁଙ୍କୁ ରାଜ୍ୟପାଳଙ୍କ ସଚିବ ଭାବେ ବଦଳି କରାଯାଇଛି । ୨୦୨୦ ବ୍ୟାଚର ୫ଜଣ ଆଇଏଏସଙ୍କୁ ଜିଲ୍ଲାପାଳ ଭାବେ ନିଯୁକ୍ତି ମିଳିଥିବାବେଳେ ଖୋର୍ଦ୍ଧା ଜିଲ୍ଲାରେ ମଧ୍ୟ ନୂଆ ଜିଲ୍ଲାପାଳଙ୍କୁ ନିଯୁକ୍ତି ମିଳିଛି ।
କିଏ କେଉଁ ଦାୟିତ୍ୱ ପାଇଲେ : -
ଅତିରିକ୍ତ ମୁଖ୍ୟ ସଚିବ ଆଇଏଏସ୍ ହେମନ୍ତ ଶର୍ମା- ଶିଳ୍ପ ବିଭାଗ ସହ ଅତିରିକ୍ତ ଭାବେ ସୂଚନା ଓ ଲୋକସଂପର୍କ ବିଭାଗ ଦାୟିତ୍ୱ ତୁଲାଇବେ
ସଞ୍ଜିବ କୁମାର ମିଶ୍ର -ଅର୍ଥ ବିଭାଗର ପ୍ରମୁଖ ସଚିବ ଓ ଇଡକୋ ଅଧ୍ୟକ୍ଷ(ଅତିରିକ୍ତ ଦାୟିତ୍ୱ)
ଏନବି.ଏସ୍. ରାଜପୁତ-ସାଧାରଣ ଉଦ୍ୟୋଗର ପ୍ରମୁଖ ସଚିବ ଓ ସିଏମଡି, ଓଏସଆରଟିସି (ଅତିରିକ୍ତ ଦାୟିତ୍ୱ) ।
ଭାସ୍କରଜ୍ୟୋତି ଶର୍ମା: ଅବକାରୀ ବିଭାଗର ପ୍ରମୁଖ ସଚିବ ଓ ସିଏମଡି ଓପିଟିସିଏଲ୍ (ଅତିରିକ୍ତ ଦାୟିତ୍ୱ)
ରୂପାରୋଶନ ସାହୁ- ରାଜ୍ୟପାଳଙ୍କ ସଚିବ
ସଚିନ ଆର୍ ଯାଦବ- କ୍ରୀଡ଼ା ଓ ଯୁବସେବା ବିଭାଗର ସଚିବ, ଅତିରିକ୍ତ ଦାୟିତ୍ୱ ଭାବେ ଉତ୍ତରାଂଚଳ ଆରଡିସି ଓ ପଶ୍ଚିମଓଡ଼ିଶା ବିକାଶ ପରିଷଦର ସିଇଓ
ଭୂପେନ୍ଦ୍ର ସିଂ ପୁନିଆ- ଦକ୍ଷତା ବିକାଶ ଓ ଟେକ୍ନିକାଲ ଶିକ୍ଷା ବିଭାଗର ସଚିବ ଓ ଏମଡି, ଇପିକଲ(ଅତିରିକ୍ତ)
ବି. ପରମେଶ୍ୱରନ୍ - ଅନୁସୂଚିତ ଜାତି,ଜନଜାତି ଓ ପଛୁଆ ବର୍ଗ ବିଭାଗର ସଚିବ
ଗୁହା ପୁନମ ତପସ କୁମାର-ହସ୍ତତନ୍ତ ଓ ବୟନଶିଳ୍ପ ବିଭାଗର ସଚିବ ସହ କେନ୍ଦ୍ରାଂଚଳ ଆରଡିସି(ଅତିରିକ୍ତ)
ଡି. ପ୍ରଶାନ୍ତ କୁମାର ରେଡ୍ଡି : ଏମଏସଏମଇ ବିଭାଗର ସଚିବ ଓ ଇଡକୋ ପରିଚାଳନା ନିର୍ଦ୍ଦେଶକ(ଅତିରିକ୍ତ)
ଇନ୍ଦ୍ରମଣି ତ୍ରିପାଠୀ- ଶ୍ରମ କମିଶନର ସହ ଓଡ଼ିଶା ଫ୍ୟାକ୍ଟ୍ରୀ ଓ ବ୍ରଏଲର ଇନ୍ସପେକ୍ଟର(ଅତିରିକ୍ତ)
ମନୀଷ ଅଗ୍ରୱାଲ - ଅତିରିକ୍ତ ରିଲିଫ କମିଶନର, ଓ ଯୋଜନା ଓ ସମନ୍ୱୟ ବିଭାଗର ଅତିରିକ୍ତ ସଚିବ
ସଂଗ୍ରାମ କେଶରୀ ମହାପାତ୍ର -ଦକ୍ଷିଣାଂଚଳ ଆରଡିସି, ବ୍ରହ୍ମପୁର ।
ଦେବେନ କୁମାର ପ୍ରଧାନ- ଓଡ଼ିଶା ପାନୀୟ ଜଳ ନିଗମର ପରିଚାଳନା ନିର୍ଦ୍ଦେଶକ
ବିଜୟ କୁମାର ଦାଶ- ଅତିରିକ୍ତ ସଚିବ, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ
ସ୍ମୃତି ରଞ୍ଜନ ପ୍ରଧାନ- ଜଙ୍ଗଲ ଓ ପରିବେଶ ବିଭାଗର ଅତିରିକ୍ତ ସଚିବ
ଚଂଚଳ ରାଣା- ଭୁବନେଶ୍ୱର ମହାନଗର ନିଗମର କମିଶନର
ସିଦ୍ଧାର୍ଥ ଶଙ୍କର ସ୍ୱାଇଁ- ପଂଚାୟତି ରାଜ ଓ ପାନୀୟ ଜଳ ବିଭାଗର ନିର୍ଦ୍ଦେଶକ(ସ୍ୱତନ୍ତ୍ର ପ୍ରକଳ୍ପ)
ଚକ୍ରବର୍ତ୍ତୀ ସିଂ ରାଠୋର- ବୈଷୟିକ ଶିକ୍ଷା ଓ ତାଲିମ ନିର୍ଦ୍ଦେଶକ
ଡ. ୟେଦ୍ଦୁଲା ବିଜୟ - କ୍ରୀଡ଼ା ନିର୍ଦ୍ଦେଶକ
ନିୟତି ପଟ୍ଟନାୟକ- ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶକ
ପାରୁଲ ପଟ୍ଟୱାରୀ- ନିର୍ଦ୍ଦେଶିକା, ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ
ଆବୋଲି ସୁନୀଲ ନରୱାଣେ: ଶିଳ୍ପ ନିର୍ଦ୍ଦେଶକ, କଟକ
ମଧୁମିତା ରଥ- ଅତିରିକ୍ତ ସଚିବ, ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ
ସୁବ୍ରତ କୁମାର ପଣ୍ଡା- ନିର୍ଦ୍ଦେଶକ, ମୃତ୍ତିକା ସଂରକ୍ଷଣ ଓ ଜଳଛାୟା ପ୍ରକଳ୍ପ
ପ୍ରତାପ ଚନ୍ଦ୍ର ହୋତା- ଅତିରିକ୍ତ ସଚିବ, ହସ୍ତତନ୍ତ, ବସ୍ତ୍ର ଓ ହସ୍ତଶିଳ୍ପ ବିଭାଗ
ସାଗରିକା ହୋତା- ଅତିରିକ୍ତ ସଚିବ, ଅର୍ଥ ବିଭାଗ ।
ପି. ଅନ୍ୱେଷା ରେଡ୍ଡୀ- ଅବକାରୀ କମିଶନର
ଅନ୍ୟା ଦାସ- ଉପ ସଚିବ, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ।
ଧୀନାହ ଦାସ୍ତାଗୀର: ଅତିରିକ୍ତ ଜିଲ୍ଲାପାଳ, ରାଉରକେଲା ।
ରେହାନ ଖତ୍ରୀ: କମିଶନର, ସମ୍ବଲପୁର ମହାନଗର ନିଗମ
ରୀନା ପ୍ରଧାନ - ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ, ଡିଏମଏଫ, କେନ୍ଦୁଝର ।
କିରନଦୀପ କୌର ସାହୋତା- କମିଶନର, କଟକ ମହାନଗର ନିଗମ
କିଏ କେଉଁ ଜିଲ୍ଲାରେ ହେଲେ ଜିଲ୍ଲାପାଳ
କେନ୍ଦ୍ରାପଡ଼ା: ରଘୁରାମ ଆର. ଆୟାର, ଆଇଏଏସ
ନବରଙ୍ଗପୁର: ଡକ୍ଟର ମହେଶ୍ୱର ସ୍ୱାଇଁ, ଆଇଏଏସ
ଖୋର୍ଦ୍ଧା: ଅମୃତ ୠତୁରାଜ, ଆଇଏଏସ
ପୁରୀ: ଦିବ୍ୟଜ୍ୟୋତି ପରିଡ଼ା, ଆଇଏଏସ
ମାଲକାନଗିରି: ସୋମେଶ କୁମାର ଉପାଧ୍ୟାୟ, ଆଇଏଏସ
ଢେଙ୍କାନାଳ: ଆଶିଷ ଈଶ୍ୱର ପାଟିଲ, ଆଇଏଏସ
ସୁନ୍ଦରଗଡ଼: ଡକ୍ଟର ଶୁଭଙ୍କର ମହାପାତ୍ର, ଆଇଏଏସ
ଗଞ୍ଜାମ: କୀର୍ତ୍ତି ବାସନ ଭି, ଆଇଏଏସ
କୋରାପୁଟ: ମନୋଜ ସତ୍ୟାନ ମହାଜନ, ଆଇଏଏସ
କନ୍ଧମାଳ: ବେଦଭୂଷଣ, ଆଇଏଏସ
ରାୟଗଡ଼ା: କୁଲକର୍ଣ୍ଣି ଆଶୁତୋଷ ସି, ଆଇଏଏସ
ଗଜପତି: ମଧୁମିତା, ଆଇଏଏସ
ଝାରସୁଗୁଡ଼ା: ଚଭନ କୁନାଲ ମୋତିରାମ, ଆଇଏଏସ
ବୌଦ୍ଧ: ବିଭୂତି ଭୂଷଣ ନାୟକ, ଆଇଏଏସ
ସୋନପୁର: ନୃପରାଜ ସାହୁ, ଓଏଏସ
ଯାଜପୁର: ଅମ୍ବର କୁମାର କର, ଓଏଏସ
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
