Advertisment

ଧକ୍କା ଦେଇ ଚଢ଼ିଗଲା ଟ୍ରେଲର; ସ୍ୱାମୀ ଗୁରୁତର, ସ୍ତ୍ରୀ ମୃତ

ରାଉରକେଲା ଜଗଦା ଗାଁର ବିଜୟ ଡୁଙ୍ଗଡୁଙ୍ଗ ଓ ତାଙ୍କ ପତ୍ନୀ ମଞ୍ଜୁଳା ଡୁଙ୍ଗଡୁଙ୍ଗ ସ୍କୁଟିରେ ଝାରଖଣ୍ଡ ରାଜ୍ୟର ଖୁରଖୁରା ପୁରୁଣାପାଣି ଗ୍ରାମକୁ ଯାଉଥିଲେ। ତେବେ ବୀରମିତ୍ରପୁର ଉପର ମାର୍କେଟ ନିକଟରେ ଅପର ପାର୍ଶ୍ୱରୁ ଆସୁଥିବା ଏକ ଟ୍ରେଲର ସେମାନଙ୍କୁ ଧକ୍କା ଦେଇଥିଲା।

ଅଦ୍ୟତନ ହୋଇଛି
Sundargarh

Sundargarh

Advertisment

ସ୍ୱାମୀ-ସ୍ତ୍ରୀ ସ୍କୁଟିରେ ଯାଉଥିଲେ। ମଝି ରାସ୍ତାରେ ସ୍କୁଟିକୁ ଧକ୍କା ଦେଲା ଟ୍ରେଲ୍‌ର। ଘଟଣାସ୍ଥଳରେ ମହିଳାଙ୍କ ମୃତ୍ୟୁ ଘଟିଥିବା ବେଳେ ମେଡ଼ିକାଲ୍‌ ବେଡ୍‌ରେ ତାଙ୍କ ସ୍ୱାମୀ ଚିକିତ୍ସିତ ହେଉଛନ୍ତି। ଆଜି ଏପରି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ସୁନ୍ଦରଗଡ଼ ଜିଲ୍ଲା ଦେଇ ଯାଇଥିବା ୧୪୩ ନମ୍ୱର ଜାତୀୟ ରାଜପଥରେ ଘଟିଛି।

Advertisment

ରାଉରକେଲା ଜଗଦା ଗାଁର ବିଜୟ ଡୁଙ୍ଗଡୁଙ୍ଗ(୫୨) ଓ ତାଙ୍କ ପତ୍ନୀ ମଞ୍ଜୁଳା ଡୁଙ୍ଗଡୁଙ୍ଗ(୪୭) ସ୍କୁଟିରେ ଝାରଖଣ୍ଡ ରାଜ୍ୟର ଖୁରଖୁରା ପୁରୁଣାପାଣି ଗ୍ରାମକୁ ଯାଉଥିଲେ। ତେବେ ବୀରମିତ୍ରପୁର ଉପର ମାର୍କେଟ ନିକଟରେ ଅପର ପାର୍ଶ୍ୱରୁ ଆସୁଥିବା ଏକ ଟ୍ରେଲର ସେମାନଙ୍କୁ ଧକ୍କା ଦେଇଥିଲା। ମଞ୍ଜୁଳା ତଳେ ପଡ଼ି ଯାଇଥିବା ବେଳେ ଟ୍ରେଲର ପଛ ଚକା ତାଙ୍କ ଉପରେ ଚଢ଼ି ଯାଇଥିଲା। ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା। ବିଜୟ ଗୁରୁତର ଆହତ ହୋଇଥିଲେ। ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରି ବୀରମିତ୍ରପୁର ସରକାରୀ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ଏହାକୁ ନେଇ ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଥିଲା।

ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ ଦୁର୍ଘଟଣା ପରେ ଟ୍ରେଲରଟି ଦ୍ରୁତ ଗତିରେ ପଳାଇ ଯାଇଥିଲା। ସ୍ଥାନୀୟ ଲୋକେ ଏନେଇ ବୀରମିତ୍ରପୁର ଥାନାକୁ ଖବର ଦେଇଥିଲେ। ପୁଲିସ୍‌ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇ ଦେଇଛି। ଏଥିସହ ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିଥିଲା।

Advertisment

ରିପୋର୍ଟ- ବୀରମିତ୍ରପୁରରୁ ରାକେଶ ସାହୁ

Accident Roadaccident Sundargarh
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe