Advertisment

ରାଜ୍ୟରେ କାୟା ମେଲାଉଛି ଡେଙ୍ଗୁ, ୪୮୮ ପଜିଟିଭ ଚିହ୍ନଟ

ଖୋର୍ଦ୍ଧା ଜିଲ୍ଲାରେ ସର୍ବାଧିକ ୧୩୦ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି। ଗତକାଲି ୩୩ ଜଣ ଡେଙ୍ଗୁ ପଜିଟିଭ ଚିହ୍ନଟ ହୋଇଛନ୍ତି। ବର୍ଷା ଋତୁ ଆସିଥିବାରୁ ରାଜ୍ୟରେ ମ୍ୟାଲେରିଆ ବଢିଛି।

Dengue

Dengue

Advertisment

ରାଜ୍ୟରେ ଏବେ ବଢୁଛି ଡେଙ୍ଗୁ ଆକ୍ରାନ୍ତଙ୍କ ସଂଖ୍ୟା। ଆଜି ସୁଦ୍ଧା ୪୮୮ ଜଣ ଡେଙ୍ଗୁ ପଜିଟିଭ ଚିହ୍ନଟ ହୋଇଛନ୍ତି। ଏଯାଏଁ ମୋଟ ୩୫ ହଜାର ୪୭୦ ଟେଷ୍ଟିଂ ହୋଇଛି। ଖୋର୍ଦ୍ଧା ଜିଲ୍ଲାରେ ସର୍ବାଧିକ ୧୩୦ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି। ଗତକାଲି ୩୩ ଜଣ ଡେଙ୍ଗୁ ପଜିଟିଭ ଚିହ୍ନଟ ହୋଇଛନ୍ତି। ବର୍ଷା ଋତୁ ଆସିଥିବାରୁ ରାଜ୍ୟରେ ମ୍ୟାଲେରିଆ ବଢିଛି।

Advertisment

ଗତକାଲି ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ହାଇଲେବଲ ମିଟିଂ ହୋଇଥିଲା। ସବୁ ବିଭାଗର ସଚିବ ମାନେ ଉପସ୍ଥିତ ଥିଲେ। ସବୁ ବିଭାଗକୁ ସତର୍କ ରହିବା ସହ ମାର୍ଗଦର୍ଶିକା ଜାରି କରାଯାଇଛି। ମଶା ବଂଶ ବୃଦ୍ଧିକୁ ରୋକାଯିବା ପାଇଁ ଆବଶ୍ୟକ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦିଆଯାଇଛି। ସ୍କୁଲ ପ୍ରଧାନଶିକ୍ଷକ ମାନେ ପିଲାଙ୍କୁ ସଚେତନ କରିବାକୁ କୁହାଯାଇଛି। ହଷ୍ଟେଲରେ ମଶାରୀ ଟାଙ୍ଗି ଶୋଇବାକୁ କୁହାଯାଇଛି। ସ୍କୁଲ ପାଖରେ ଯେଭଳି ପାଣି ନ ଜମେ, ଧୂଆଁ ଦିଆଯିବ ସେଥିପାଇଁ ସ୍ୱତନ୍ତ୍ର ଧ୍ୟାନ ଦେବାକୁ ଗଣଶିକ୍ଷା ବିଭାଗ ପକ୍ଷରୁ କୁହାଯାଇଥିବା ସୂଚନା ଦେଇଛନ୍ତି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନୀଳକଣ୍ଠ ମିଶ୍ର।

ଅନ୍ୟପଟେ କଟକ ସହରରେବି ବଢିଲା ଡେଙ୍ଗୁର ଭୟ। ମେଡିକାଲରେ ବଢୁଛି ଡେଙ୍ଗୁରୋଗୀଙ୍କ ସଂଖ୍ୟା। କଟକ ମହାନଗର ନିଗମ ଆରମ୍ଭ କରିଛି ଡେଙ୍ଗୁ ମୁକାବିଲା ପ୍ରସ୍ତୁତି। ବିଭିନ୍ନ ବିଭାଗର ଅଧିକାରୀଙ୍କୁ ନେଇ ବୈଠକ କରାଯିବା ସହ ସହରରେ ଗଡ଼ିଛି ଡେଙ୍ଗୁ ସଚେତନତା ରଥ। ବିଶେଷ କରି ଗତବର୍ଷର ଡେଙ୍ଗୁ ହଟସ୍ପଟ ଅଞ୍ଚଳ ଉପରେ ଅଧିକ ଫୋକସ କରିଛି ସିଏମସି। ଖାଲି ପଡ଼ିଥିବା ଜମି, ଅର୍ଦ୍ଧନିର୍ମିତ ଘର, ବଣବୁଦା, ପାଣି ଜମି ରହୁଥିବା ସ୍ଥାନ, ବିଭିନ୍ନ ପାତ୍ର ଓ ଭଙ୍ଗା ଜିନିଷରେ ଦାର୍ଘ ଦିନ ପାଣି ରହିଲେ ମଶାଙ୍କ ବଂଶବୃଦ୍ଧି ହୋଇଥାଏ। ତେଣୁ ଉତ୍ପତ୍ତି ସ୍ଥଳରୁ ମଶାଙ୍କୁ ନିପାତ କରିବାକୁ ଯୋଜନା କରିଛି ସିଏମସି ।

Advertisment

ସିଏମସି କମିଶନର କହିଛନ୍ତି, ନିୟମିତ ମଶା ତେଲ ସିଞ୍ଚନ କରାଯାଉଛି। ବୁଶ୍ କଟିଂ ପାଇଁ ୨ଟି ଟିମ ଗଠନ କରାଯାଇଛି। ୨୦୨୩ ଜାନୁଆରୀ ମାସରୁ ଡିସେମ୍ବର ଯାଏ କଟକ ସହରରେ ୪୬୭ଜଣ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଥିଲେ। ଏଥର ଯେମିତି ଡେଙ୍ଗୁ ନ ବ୍ୟାପିବ, ତାହା ଉପରେ ନଜର ରଖାଯାଇଛି। ଡେଙ୍ଗୁ ରୋଗୀଙ୍କ ସଂଖ୍ୟା ବଢୁଥିବାରୁ କଟକ ବଡ଼ ଡାକ୍ତରଖାନାରେ ଏକ ସ୍ୱତନ୍ତ୍ର ୱାର୍ଡ ମଧ୍ୟ ଖୋଲାଯାଇଛି।

Dengue
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe