ବର୍ଷା-ବନ୍ୟା ବିତ୍ପାତ: ୨୨ ଜିଲ୍ଲାର ୫.୭୩ ଲକ୍ଷ ଲୋକ ପ୍ରଭାବିତ, ୫୨୫୭୩ ଜଣ ସ୍ଥାନାନ୍ତର, ୨୭୩୭ ଘର ନଷ୍ଟ

ସରକାରୀ ଭାବେ ଏପର୍ଯ୍ୟନ୍ତ ବନ୍ୟାରେ ୨ଜଣଙ୍କ ମୃତ୍ୟୁ ହୋଇଛି ଓ ୨୭୩୭ଟି ଘର ନଷ୍ଟ ହୋଇଛି । ଏହି କ୍ଷୟକ୍ଷତି ପରିମାଣ ବୃଦ୍ଧି ପାଇବାର ଆଶଙ୍କା ରହିଛି ।

Flood PhotoOR

ଆଳି ବ୍ଲକର ତଳି ଅଞ୍ଚଳଗୁଡ଼ିକ ଜଳମଗ୍ନ ହୋଇଯାଇଛି।

Ordigital Desk
  • Published: Saturday, 05 August 2023
  • Updated: 05 August 2023, 09:24 PM IST

Sports

Latest News

ଲଗାଣ ବର୍ଷା ଯୋଗୁ ରାଜ୍ୟରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ରାଜ୍ୟର ବିଭିନ୍ନ ନଦୀରେ ଜଳସ୍ତର ହ୍ରାସ ପାଉଥିଲେ ମଧ୍ୟ ବର୍ଷା ଓ ବନ୍ୟା ପରିସ୍ଥିତି ଯୋଗୁ ମୋଟ ୨୨ଟି ଜିଲ୍ଲାର ମୋଟ ୧୪୫ଟି ବ୍ଲକର ୧୮୯୮ଟି ଗାଁ ଓ ୨୬ଟି ପୌରାଂଚଳର ୧୦୧ଟି ୱାର୍ଡର ମୋଟ ୫ଲକ୍ଷ ୭୩ହଜାର ୧୨୧ଜଣ ଲୋକ ପ୍ରଭାବିତ ହୋଇଥିବାବେଳେ ୫୨୫୭୩ଜଣ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି । ସରକାରୀ ଭାବେ ଏପର୍ଯ୍ୟନ୍ତ ବନ୍ୟାରେ ୨ଜଣଙ୍କ ମୃତ୍ୟୁ ହୋଇଛି ଓ ୨୭୩୭ଟି ଘର ନଷ୍ଟ ହୋଇଛି । ଏହି କ୍ଷୟକ୍ଷତି ପରିମାଣ ବୃଦ୍ଧି ପାଇବାର ଆଶଙ୍କା ରହିଛି । ଏବେ ନଦୀଗୁଡ଼ିକର ଜଳସ୍ତର ହ୍ରାସ ପାଉଥିଲେ ମଧ୍ୟ କେବଳ ଆଖୁଆପଦାଠାରେ ବୈତରଣୀ ନଦୀ ବିପଦ ସଙ୍କେତ ଉର୍ଦ୍ଧ୍ୱରେ ପ୍ରବାହିତ ହେଉଛି । ପରିସ୍ଥିତର ମୁକାବିଲା ପାଇଁ ରାଜ୍ୟ ସରକାର ୧୬ଟି ଜିଲ୍ଲାରେ ୧୩ଟି ଓଡ୍ରାଫ, ୮ଟି ଏନଡିଆରଏଫ ଓ ୮୫ଟି ଅଗ୍ନିଶମ ବାହିନୀ ଟିମକୁ ମୁତୟନ କରିଛନ୍ତି । ଗତକାଲି ତୁଳନାରେ ପ୍ରଭାବିତ ଲୋକଙ୍କ ସଂଖ୍ୟା ବୃଦ୍ଧି ପାଇଥିବାବେଳେ ସୁରକ୍ଷିତ ସ୍ଥାନକୁ ସ୍ଥାନ୍ତାନ୍ତର ଲୋକଙ୍କ ସଂଖ୍ୟା ମଧ୍ୟ ଅଧିକ ରହିଛି ।

ରାଜ୍ୟ ସ୍ୱତନ୍ତ୍ର ରିଲିଫ କମିଶନରଙ୍କ କାର୍ଯ୍ୟାଳୟରୁ ମିଳିଥିବା ସୂଚନା ଅନୁସାରେ, ଆଜି ଅପରାହ୍ନ ୩ଟା ସୁଦ୍ଧା ହୀରାକୁଦ ଜଳଭଣ୍ଡାରର ମୋଟ ୧୭ଟି ଗେଟ୍ ଦେଇ ୩ଲକ୍ଷ ୩ହଜାର ୧୩୨କ୍ୟୁସେକ ଜଳ ନିଷ୍କାସନ ହେଉଥିବାବେଳେ ଜଳଭଣ୍ଡାର ଭିତରକୁ ୪ଲକ୍ଷ ୪୬ହଜାର ୪୨୪ କ୍ୟୁସେକ ଜଳ ପ୍ରବେଶ କରୁଛି । ମୁଣ୍ଡଳୀଠାରେ ୩.୩୭ ଲକ୍ଷ କ୍ୟୁସେକ ଜଳ ପ୍ରବାହିତ ହେଉଛି । ମହାନଦୀ ଓ ତା’ର ଶାଖା ନଦୀଗୁଡ଼ିକରେ ଜଳସ୍ତର କ୍ରମଶଃ ହ୍ରାସ ପାଇବାରେ ଲାଗିଥିବାବେଳେ କେବଳ ଆଖୁଆପଦାଠାରେ ବୈତରଣୀ ନଦୀ ବିପଦ ସଙ୍କେତ ଉର୍ଦ୍ଧ୍ୱରେ ପ୍ରବାହିତ ହେଉଛି । ସେଠାରେ ବିପଦ ସଙ୍କେତ ୧୭.୩୩ଫୁଟ ଥିବାବେଳେ ଅପରାହ୍ନ ୫ଟା ସୁଦ୍ଧା ସେଠାରେ ଜଳସ୍ତର ୧୭.୩୯ଫୁଟ ରହିଥିଲା ।

Also Read

ଲଗାଣ ବର୍ଷା ଓ ବନ୍ୟା ଯୋଗୁ ଅନୁଗୁଳ, ବୌଦ୍ଧ, କେନ୍ଦୁଝର, ସମ୍ବଲପୁର, ସୋନପୁର, ବାଲେଶ୍ୱର, ଯାଜପୁର, ଭଦ୍ରକ, ନୟାଗଡ଼, କଟକ ,କେନ୍ଦ୍ରାପଡ଼ା ଓ ପୁରୀ ଜିଲ୍ଲାର ମୋଟ ୬୬ଟି ବ୍ଲକର ୪୦୮ଟି ପଂଚାୟତର ୧୪୨୫ଟି ଗାଁ ଏବଂ ୧୨ଟି ପୌରାଂଚଳର ୪୫ଟି ୱାର୍ଡର ମୋଟ ୫ଲକ୍ଷ ୬୧ହଜାର ୩୯୧ଜଣ ଲୋକ ପ୍ରଭାବିତ ହୋଇଛନ୍ତି । ଏସବୁ ଜିଲ୍ଲାର ୪୯୭୬୯ଜଣ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି ଓ ୨୨୮ଟି ରନ୍ଧା ଖାଦ୍ୟ କେନ୍ଦ୍ର ଖୋଲାଯାଇଛି । ବର୍ଷା ଓ ବନ୍ୟା ଯୋଗୁ ଏହି ୧୨ଟି ଜିଲ୍ଲାର ମୋଟ ୧୮୪୭ଟି ଘର ନଷ୍ଟ ହୋଇଛି । ଭଦ୍ରକ ଜିଲ୍ଲାରେ ସର୍ବାଧିକ ୩.୩୮ଲକ୍ଷ ଲୋକ, ଯାଜପୁରରେ ୧.୦୨ଲକ୍ଷ ଲୋକ, କେନ୍ଦ୍ରାପଡ଼ା ଜିଲ୍ଲାରେ ୭୩ହଜାର ଲୋକ ପ୍ରଭାବିତ ହୋଇଥିବାବେଳେ ପୁରୀରେ ମାତ୍ର ୧୫୦ଜଣ ଲୋକ ପ୍ରଭାବିତ ହୋଇଛନ୍ତି ।

ସେହିପରି ଲଗାଣ ବର୍ଷା ଯୋଗୁ ରାଜ୍ୟର ୧୦ଟି ଜିଲ୍ଲା ଯଥା- ବରଗଡ଼, ବଲାଙ୍ଗିର, ଢେଙ୍କାନାଳ,ଗଞ୍ଜାମ, ଝାରସୁଗୁଡ଼ା, କଳାହାଣ୍ଡି, କନ୍ଧମାଳ, କୋରାପୁଟ, ମୂୟୂରଭଞ୍ଜ ଓ ନବରଙ୍ଗପୁର ଜିଲ୍ଲାର ମୋଟ ୭୯ଟି ବ୍ଲକର ୨୬୯ଟି ପଂଚାୟତର ୪୭୩ଟି ଗାଁ ଏବଂ ୧୪ଟି ପୌରାଂଚଳର ୫୬ଟି ୱାର୍ଡରେ ମୋଟ ୧୧୭୩୦ଜଣ ଲୋକ ପ୍ରଭାବିତ ହୋଇଛି ।  ପ୍ରାୟ ୨୮୦୪ଜଣ ଲୋକଙ୍କୁ ସ୍ଥାନାନ୍ତର କରାଯାଇଛି ଓ ୮୭ଟି ରନ୍ଧା ଖାଦ୍ୟ କେନ୍ଦ୍ର ଖୋଲାଯାଇଛି । ବର୍ଷା ବିତ୍ପାତରେ ଏସବୁ ଜିଲ୍ଲାର ମୋଟ ୮୯୦ଟି ଘର ନଷ୍ଟ ହୋଇଛି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story