Advertisment

ସ୍ମାର୍ଟସିଟି ରାଉରକେଲାରେ ଝାଡ଼ାବାନ୍ତି: ୬ ମୃତ, ୫୯୫ ଆକ୍ରାନ୍ତ

୫୯୫ ଆକ୍ରାନ୍ତଙ୍କ ମଧ୍ୟରୁ ୩୪୩ ଜଣ ବିଭିନ୍ନ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ।

Hospital

Hospital

Advertisment

ରାଉରକେଲାରେ ଝାଡ଼ାବାନ୍ତିରେ ଆଉ ଜଣଙ୍କ ମୃତ୍ୟୁ ଘଟିଛି। ଏହା ସହିତ ମୃତ୍ୟୁ ସଂଖ୍ୟା ୬କୁ ବୃଦ୍ଧି ପାଇଛି। ବର୍ତ୍ତମାନ ସୁଦ୍ଧା ଝାଡ଼ାବାନ୍ତିରେ ୫୯୫ ଜଣ ଆକ୍ରାନ୍ତ ହୋଇଛନ୍ତି ।

Advertisment

ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନିରଞ୍ଜନ ମିଶ୍ରଙ୍କ ସୂଚନା ଅନୁଯାୟୀ, ଏହି ୫୯୫ ଆକ୍ରାନ୍ତଙ୍କ ମଧ୍ୟରୁ ୩୪୩ ଜଣ ବିଭିନ୍ନ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ। ଗତକାଲି ସନ୍ଧ୍ୟା ସୁଦ୍ଧା ୧୬୨ ଜଣ ବିଭିନ୍ନ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ବେଳେ ଅନ୍ୟମାନେ ସୁସ୍ଥ ହୋଇ ଘରକୁ ଫେରିଯାଇଛନ୍ତି। ଡାକ୍ତରଖାନାରେ ଚିକିତ୍ସାଧୀନ ଥିବା ଆକ୍ରାନ୍ତ ମଧ୍ୟରୁ ୨୦ ଜଣଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ରହିଛି ।

ଡାକ୍ତର ମିଶ୍ର କହିଛନ୍ତି, ଗୋଟେ ସ୍ଥାନରୁ ନୁହେଁ ୧୨ରୁ ୧୪ଟି ୱାର୍ଡରୁ ଝାଡ଼ାବାନ୍ତି କେସ ଆସୁଛି । ସେଥିପାଇଁ ୬ ଟି ରାପିଡ଼ ରେସପନ୍ସ ଟିମ ନିୟୋଜିତ ହୋଇଛନ୍ତି । ସୁନ୍ଦରଗଡ଼ ମେଡିକାଲ କଲେଜରୁ ୪ ଜଣ ଫ୍ୟାକଲଟିଙ୍କୁ ନିୟୋଜିତ କରାଯାଇଛି । ସିଡିଏମଓଙ୍କ ତରଫରୁ ୪ ଜଣ ଜୁନିୟର ଡାକ୍ତରଙ୍କୁ ନିୟୋଜିତ କରାଯାଇଛି । ୧୨ ଜଣ ଷ୍ଟାଫ୍ ନର୍ସଙ୍କୁ ସେଠାକୁ ପଠାଯାଇଛି । ଦୁଇ ଜଣ ଟେକ୍ନିସିଆନଙ୍କୁ ପଠା ଯାଉଛି । ଆବଶ୍ୟକୀୟ ଔଷଧ ସରଞ୍ଜାମ ମହଜୁଦ ଅଛି। ଜିଲ୍ଲାପାଳ ସ୍ଥିତି ସମୀକ୍ଷା ନେଇଛନ୍ତି।

Advertisment

ପାଣି ପାଇଁ ଏହି ଝାଡ଼ାବାନ୍ତି ବ୍ୟାପିଛି । ଲୋକ ବି କିଛି ଦିନ ହେଲା ପାଣିକୁ ନେଇ ଅଭିଯୋଗ କରିଥିଲେ। ଜଳବାହିତ ରୋଗ ବୋଲି ପ୍ରାଥମିକ ଯାଞ୍ଚରୁ ଜଣାପଡୁଛି । ପାଣିରେ କ୍ଲୋରିନ କମ ରହିଛି । ପାଣିରେ କ୍ଲୋରିନ ପରିମାଣ ବଢ଼େଇବା ପାଇଁ ଜିଲ୍ଲାପାଳ ୱାଟକୋକୁ ନିର୍ଦ୍ଦେଶ ଦେଇଛନ୍ତି। ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦିଆଯାଇଛି ୱାଟର ଟ୍ୟାଙ୍କ ସଫା କରିବାକୁ ଓ ପାଣି ନଳା ବିଶୋଧନ କରିବାକୁ। ସେହିପରି ଟ୍ୟାଙ୍କରୁ ପାଣି ନେଇ ପରୀକ୍ଷା କରିବା ଭଳି କାମ କରିବାକୁ ମଧ୍ୟ କୁହାଯାଇଛି।

ସୂଚନାଯୋଗ୍ୟ, ସ୍ମାର୍ଟସିଟି କାମ ବେଳେ ଫାଟିଥିବା ପାଣି ପାଇପର ଠିକଭାବରେ ମରାମତି ହୋଇନଥିବାରୁ ସେଥିରେ ଡ୍ରେନ୍ ପାଣି ପଶି ପାଣି ଦୂଷିତ ହୋଇଥିବା ଲୋକେ ଅଭିଯୋଗ କରିଆସୁଛନ୍ତି।

Diarrhea Raurkela
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe