Advertisment

ବାଟ ବଣା କରିଦେଲା ଗୁଗୁଲ୍‌ ମ୍ୟାପ୍‌! ରାତି ୧୨ଟାରେ ଜଙ୍ଗଲରୁ ୫ ସାଙ୍ଗ ଉଦ୍ଧାର

୫ ସାଙ୍ଗ ଆଗକୁ ଚାଲିଲେ। ହେଲେ ଖାଲି ଜଙ୍ଗଲ। ରାସ୍ତାର ନାଁ ଗନ୍ଧ ପାଲେନାହିଁ। ସେତେବେଳକୁ ଅପରାହ୍ନ ୨ଟା ବାଜି ଯାଇଥିଲା। କେମିତି ପାଇବେ ମୁଖ୍ୟ ମନ୍ଦିରକୁ ବାଟ ? ଉପାୟ ନପାଇ ଗୁଗୁଲ୍ ମ୍ୟାପର ସହାୟତା ନେଇଥିଲେ।

DKL

DKL

Advertisment

ସପ୍ତଶଯ୍ୟାରେ ବାଟବଣା କରିଦେଲା ଗୁଗୁଲ୍‌ ମ୍ୟାପ୍‌। ଯେଉଁଥିପାଇଁ ଘଞ୍ଚ ଜଙ୍ଗଲରେ ଘୂରି ବୁଲିଲେ ୫ ସାଙ୍ଗ। ସକାଳ ଯାଇ ଦିନ ଗଲା। ତା’ପରେ ରାତି ଆସିଲା। ହେଲେ ଫେରିବାର ରାସ୍ତା ପାଇଲେ ନାହିଁ। ଶେଷରେ ଢେଙ୍କାନାଳ ପୁଲିସ୍‌ର ସହାୟତା ମାଗିଲେ। ବନ ବିଭାଗ ସହାୟତାରେ ପୁଲିସ୍‌ ରାତି ୧୨ଟାରେ ୫ ସାଙ୍ଗଙ୍କୁ ଘଞ୍ଚ ଜଙ୍ଗଲରୁ ସୁରକ୍ଷିତ ଉଦ୍ଧାର କରିଛି। ଜଙ୍ଗଲରେ ସିନା ୫ ସାଙ୍ଗଙ୍କ ଜୀବନ ବଞ୍ଚି ଯାଇଛି, ହେଲେ ଗୁଗୁଲ ମ୍ୟାପ୍‌କୁ ନେଇ ଅନେକ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

Advertisment

କଟକର ଏକ ଘରୋଇ ଆଇଟିଆଇ କଲେଜରେ ପଢୁଥିବା ସୁଜିତ ସାହୁ, ସୂର୍ଯ୍ୟ ପ୍ରକାଶ ମହାନ୍ତି, ଶୁଭନ ମହାପାତ୍ର, ହିମାଂଶୁ ଦାଶ ଓ ଅରକ୍ଷିତ ମହାପାତ୍ର ରବିବାର ସକାଳେ ସପ୍ତଶଯ୍ୟା ପୀଠକୁ ବୁଲିବା ପାଇଁ ଯାଇଥିଲେ। ଦିନ ପ୍ରାୟ ୧୧ଟା ବେଳେ ବାଇକ୍ ରଖି ସମସ୍ତେ ସିଡ଼ି ଚଢ଼ି ପ୍ରଥମେ ରାମ ମନ୍ଦିର ଦର୍ଶନ କରିଥିଲେ। ତା’ପରେ ସେଠୁ ପାହାଡ଼ ଶୀର୍ଷରେ ଥିବା ବିଷ୍ଣୁ ବାବାଙ୍କ ମଠରେ ଶିବ ଲିଙ୍ଗ ଦର୍ଶନ ପାଇଁ ମନ ବଳାଇଥିଲେ। ସେଠିକୁ ଯାଇ ଦର୍ଶନ ସାରି ଫେରିବା ବେଳେ ହଠାତ୍ ବାଟବଣା ହୋଇଗଲେ।

୫ ସାଙ୍ଗ ଆଗକୁ ଚାଲିଲେ। ହେଲେ ଖାଲି ଜଙ୍ଗଲ। ରାସ୍ତାର ନାଁ ଗନ୍ଧ ପାଲେନାହିଁ। ସେତେବେଳକୁ ଅପରାହ୍ନ ୨ଟା ବାଜି ଯାଇଥିଲା। କେମିତି ପାଇବେ ମୁଖ୍ୟ ମନ୍ଦିରକୁ ବାଟ ? ଉପାୟ ନପାଇ ଗୁଗୁଲ୍ ମ୍ୟାପର ସହାୟତା ନେଇଥିଲେ। ହେଲେ ମ୍ୟାପ୍ ଯେଉଁ ରାସ୍ତା ଦେଖାଇଲା, ସେଥିରେ ସେମାନେ ଆହୁରି ଘଞ୍ଚ ଜଙ୍ଗଲକୁ ଚାଲିଗଲେ। ଅଖିଆ ଅପିଆ ପାଖାପାଖି ୧୦ କିଲୋମିଟର ବୁଲି ବୁଲି ହାଲିଆ ହେବା ପରେ ସନ୍ଧ୍ୟା ପ୍ରାୟ ସାଢ଼େ ୫ଟା ବେଳେ ଭୁଆଶୁଣି ଖୋଲରେ ପହଞ୍ଚିଥିଲେ। ସେଇଠି ଫସି ରହିଲେ। ବଡ଼ କଷ୍ଟରେ ସେଠୁ ମୋବାଇଲ୍ ନେଟୱର୍କ ଲାଗିବାରୁ ଫୋନ୍‌ କରି ଜଣେ ଚିହ୍ନା ବ୍ୟକ୍ତିଙ୍କୁ ରାସ୍ତା ପଚାରିଥିଲେ। ସେ ପୂର୍ବ ଦିଗକୁ ଆସିବାକୁ କହିଥିଲେ। ତା’ପରେ ମୋବାଇଲ୍ କମ୍ପାସରେ ଦିଗ ନିର୍ଣ୍ଣୟ ପାଇଁ ଚେଷ୍ଟା କରି ସେଥିରେ ମଧ୍ୟ ଫେଲ୍ ମାରିଥିଲେ। ତେଣୁ ଶେଷରେ ପୁଲିସକୁ ଫୋନ୍ କରି ସେମାନଙ୍କୁ ଉଦ୍ଧାର ପାଇଁ ନିବେଦନ କରିଥିଲେ।

Advertisment

ଜଙ୍ଗଲ ଭିତରେ ୫ ପିଲା ଫସି ଯାଇଥିବା ଖବର ପାଇ ତତ୍ପର ହୋଇଥିଲା ଢେଙ୍କାନାଳ ପୁଲିସ୍। ବନ ବିଭାଗ ସହାୟତାରେ ୨ଟି ଟିମ୍ ଗଢ଼ି ପିଲାଙ୍କ ପାଖେ ପହଞ୍ଚିବାକୁ ଚଳାଇଲା ଅପରେସନ୍। ଗୋଟିଏ ଟିମ୍ ମାଝୀ ସାହି ପଟୁ ତ ଅନ୍ୟଟି ଶପ୍ତଶଯ୍ୟା ମନ୍ଦିର ପାଖରୁ ବାହାରି ପିଲାଙ୍କୁ ଖୋଜିଥିଲେ। ସ୍ଥାନୀୟ ଲୋକଙ୍କ ସହାୟତାରେ ରାତି ପ୍ରାୟ ୧୨ଟା ବେଳେ ଫସିଥିବା ପିଲାଙ୍କ ପାଖେ ପହଞ୍ଚିଥିଲେ। ପ୍ରାୟ ଦେଢ଼ ଘଣ୍ଟାର ଅପରେସନ ପରେ ରାତି ସାଢ଼େ ଗୋଟାଏ ବେଳକୁ ସମସ୍ତଙ୍କୁ ଉଦ୍ଧାର କରି ସୁରକ୍ଷିତ ଭାବେ ତଳକୁ ଅଣାଯାଇଥିଲା। ତେବେ ଦୀର୍ଘ ସମୟ ଧରି ଘଞ୍ଚ ଜଙ୍ଗଲରେ ବର୍ଷା ରାତି ସାଙ୍ଗକୁ ବଣୁଆ ଜନ୍ତୁଙ୍କ ଭୟ, ରେସ୍କ୍ୟୁ ଟିମ୍ ପାଇଁ ବଡ଼ ଚ୍ୟାଲେଞ୍ଜପୂର୍ଣ୍ଣ ଥିଲା ବୋଲି କହିଛନ୍ତି ଡିଏଫଓ ସୁମିତ କର ଓ ଏସଡିପଓ ବିଭୂତି ମହାପାତ୍ର ।

Cuttack Dhenkanal
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe