Advertisment

ହୀରାକୁଦ ଡ୍ୟାମ୍‌ର ୫ ଗେଟ୍‌ ଖୋଲିବ

ଆସନ୍ତାକାଲି ସକାଳ ୯ଟାରେ ଖୋଲିବ ହୀରାକୁଦ ଗେଟ। ଆଉ ଛଡ଼ାଯିବ ଚଳିତ ବର୍ଷର ପ୍ରଥମ ବନ୍ୟାଜଳ।

ଅଦ୍ୟତନ ହୋଇଛି
Hirakud Dam

Hirakud dam

Advertisment

ଆସନ୍ତାକାଲି ସକାଳ ୯ଟାରେ ଖୋଲିବ ହୀରାକୁଦ ଡ୍ୟାମ୍‌ର ଗେଟ। ଆଉ ଛଡ଼ାଯିବ ଚଳିତ ବର୍ଷର ପ୍ରଥମ ବନ୍ୟାଜଳ। ଉପରମୁଣ୍ଡରେ ପ୍ରବଳ ବର୍ଷା ହେଉଥିବାରୁ କାଲି ହୀରାକୁଦରୁ ପାଣି ଛଡ଼ାଯିବ। ପ୍ରଥମ ପର୍ଯ୍ୟାୟରେ ୫ଟି ଗେଟ୍ ଖୋଲାଯିବ। ଜଳଭଣ୍ଡାରର ସର୍ବୋଚ୍ଚ ଜଳଧାରଣ କ୍ଷମତା ୬୩୦ ଫୁଟ ରହିଥିବା ବେଳେ ଏବେ ଜଳପତ୍ତନ ୬୧୪. ୩୩ଫୁଟରେ ପହଞ୍ଚିଛି ।

Advertisment

ଡ୍ୟାମକୁ ସେକେଣ୍ଡକୁ ୯୧ ହଜାର ୨୪୦ ଘନଫୁଟ ଜଳ ପ୍ରବେଶ କରୁଥିବା ବେଳେ ପ୍ରାୟ ୩୯ ହଜାର ୫୮୨ ଘନଫୁଟ ଜଳ ନିଷ୍କାସିତ ହେଉଛି। ବନ୍ୟା ଜଳ ଛାଡ଼ିବା ବେଳେ ମହାନଦୀ ଭିତରକୁ ନ ଯିବାକୁ ପରାମର୍ଶ ଦିଆଯାଇଛି। ମାଇକ ଯୋଗେ ବିଭିନ୍ନ ସ୍ଥାନରେ ବୁଲି ଲୋକଙ୍କୁ ସତର୍କ କରାଇଛନ୍ତି। ଜୁଲାଇ ୩୧ ସୁଦ୍ଧା ଜଳଭଣ୍ଡାରରେ ୬୦୫ ଫୁଟ ଜଳ ରଖିବାକୁ ନିଷ୍ପତ୍ତି ହୋଇଛି।

ଏହାକୁ ଦୃଷ୍ଟିରେ ରଖି ଗେଟ୍ ଖାଲାଯାଉଥିବା ହୀରାକୁଦ ଡ୍ୟାମ ମୁଖ୍ୟ ଯନ୍ତ୍ରୀ ଆନନ୍ଦ ଚନ୍ଦ୍ର ସାହୁ କହିଛନ୍ତି। ସେହିପରି ଏବେ ଉପରମଣ୍ଡ ଓ ତଳମୁଣ୍ଡରେ ବେଶୀ ବର୍ଷା ନଥିବାରୁ ଗେଟ ଖୋଲିଲେ ବିଶେଷ ପ୍ରଭାବ ପଡ଼ିବନାହିଁ ବୋଲି ସେ ସୂଚନା ଦେଇଛନ୍ତି।

Advertisment
Sambalpur Hirakud Dam Rain Water
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe