Advertisment

ବନ୍ଦ ପାଳନ କଲେ, ଡ୍ରାଇଭରଙ୍କୁ ଖାଇବାକୁ ଦେଲେ

ଏନଏସି ଘୋଷଣା ଦାବିରେ ଆଜି ନୂଆପଡ଼ା ଜିଲ୍ଲା କୋମନାରେ ୫ ଘଣ୍ଟିଆ ବନ୍ଦ ଡାକରା ଦିଆଯାଇଥିଲା।

ଅଦ୍ୟତନ ହୋଇଛି
Protest

Protest

Advertisment

ଏନଏସି ଘୋଷଣା ଦାବିରେ ଆଜି ନୂଆପଡ଼ା ଜିଲ୍ଲା କୋମନାରେ ୫ ଘଣ୍ଟିଆ ବନ୍ଦ ଡାକରା ଦିଆ ଯାଇଛି। କିଛି ଦିନ ତଳେ ରାଜ୍ୟ ସରକାର ଛୋଟ ଛୋଟ ଗାଁକୁ ଏନଏସି ଘୋଷଣା କରି ଥିବା ବେଳେ ସବୁ କ୍ରାଏଟ୍ରେରିଆ ପୂରଣ କରି ଥିବା କୋମନାକୁ ଏନଏସି ଘୋଷଣାରୁ ବାଦ ଦିଆଯାଇଥିଲା।

Advertisment

ସରକାରଙ୍କୁ କୋମନା ଗ୍ରାମବାସୀ ଦାବି କରି ଥିଲେ ସୁଦ୍ଧା ଏନଏସି ଘୋଷଣା ହେଲା ନାହିଁ। ଆଜି ସକାଳ ୮ଟାରୁ ମଧ୍ୟାନ୍ନ ୧ଟା ଯାଏ ୫ ଘଣ୍ଟିଆ ବନ୍ଦ ଡାକରା ଦିଆଯାଇଥିଲା। ସକାଳୁ ଦୋକାନ ବଜାର,ସ୍କୁଲ କଲେଜ, ଯାନବାହାନ ଚଳାଚଳ ବନ୍ଦ ରହିଛି। କୌଣସି ଆନ୍ଦୋଳନକି ବନ୍ଦ ଡାକରା ଦେଲେ ସାଧାରଣ ଲୋକେ ଅନେକ ସମସ୍ୟାରେ ପଡ଼ନ୍ତି,ହଇରାଣ ହୁଅନ୍ତି।

କିନ୍ତୁ ଏକ ନିଆରା କାର୍ଯ୍ୟ କରିଛନ୍ତି କୋମନାର ଏନଏସି ଦାବି କରି କୋମନା ବନ୍ଦ ଡାକରା ଦେଇ ଥିବା ଆନ୍ଦୋଳନକାରୀମାନେ। ଆଜି ସକାଳ ୮ଟାରୁ ମଧ୍ୟାନ୍ନ ଗୋଟାଏ ପର୍ଯ୍ୟନ୍ତ କୋମନାରେ ଏନଏଚ ୩୫୩କୁ ଅବରୋଧ କରିବା ସହ ଦୋକାନ ବଜାର, ସ୍କୁଲ କଲେଜ ଅଫିସ ବନ୍ଦ କରାଯାଇଥିଲା।

Advertisment

ଏନଏଚ ୩୫୩ ରାୟପୁରରୁ ଗୋପାଳପୁର ରାସ୍ତା ବନ୍ଦ ହେବା ଯୋଗୁଁ ଶହ ଶହ ଟ୍ରକ ଓ ବସ୍ ଘଣ୍ଟା ଘଣ୍ଟା ଅଟକି ରହିଥିଲା। ଦୂରସ୍ଥାନକୁ ଯାଉ ଥିବା ବସ ଯାତ୍ରୀ ଓ ଟ୍ରକ ଡ୍ରାଇଭରମାନଙ୍କ ପାଇଁ ଭୋଜନର ବ୍ୟବସ୍ଥା କରାଯାଇଥିଲା। ୩୦୦ରୁ ଅଧିକ ବସ ଯାତ୍ରୀ ଓ ଟ୍ରକ ଡ୍ରାଇଭର ଭୋଜନ କରିଥିଲେ। ଭାତ,ଡାଲି,ତରକାରୀ ଓ ଖଟାର ବ୍ୟବସ୍ଥା ସହ ପାନୀୟ ଜଳର ବ୍ୟବସ୍ଥା କରି ଥିଲେ କୋମନାର ଆନ୍ଦୋଳନକାରୀ ମାନେ। ଯାତ୍ରୀ ଓ ଟ୍ରକ୍ ଡ୍ରାଇଭରମାନେ ଭୋଜନ ପାଇ ଖୁସି ଅନୁଭଵ କରିଛନ୍ତି।

Protest
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe