Advertisment

ରୋଷେଇ ବେଳେ ଫାଟିଲା ଗ୍ୟାସ ଟାଙ୍କି, ପରିବାରର ୫ ଗୁରୁତର

ଆଜି ମଧ୍ୟାହ୍ନ ପ୍ରାୟ ୧୧.୩୦ରୁ ୧୨ଟା ମଧ୍ୟରେ ପୂରା ଘଟଣା ଘଟିଥିଲା।

ଅଦ୍ୟତନ ହୋଇଛି
Angul

Angul

Advertisment

ଅନୁଗୋଳ ଜିଲ୍ଲା ବଅଁରପାଳ ବ୍ଲକ ତଳମୂଳ ଗାଁରେ ଘଟିଛି ଅଘଟଣ। ଘରେ ରୋଷେଇ କରୁଥିବା ବେଳେ ଫାଟି ଯାଇଛି ଗ୍ୟାସ୍‌ ଟାଙ୍କି। ଏଥିରେ ଗୋଟିଏ ପରିବାର ୫ ଜଣ ଗୁରୁତର ଆହତ ହୋଇଛନ୍ତି। ଆହତଙ୍କ ମଧ୍ୟରେ ଦୁଇ ଦମ୍ପତି ଓ ଜଣେ ନାବାଳକ ରହିଛନ୍ତି। ସେହିପରି ଆହତଙ୍କ ମଧ୍ୟରୁ ୩ ଜଣ ଅବସ୍ଥା ସଙ୍କଟାପନ୍ନ ଥିବାରୁ ସେମାନଙ୍କୁ କଟକ ସ୍ଥାନାନ୍ତର କରାଯାଇଛି।

Advertisment

ମିଳିଥିବା ସୂଚନା ଅନୁସାରେ, ଆଜି ମଧ୍ୟାହ୍ନ ପ୍ରାୟ ୧୧.୩୦ରୁ ୧୨ଟା ମଧ୍ୟରେ ପୂରା ଘଟଣା ଘଟିଥିଲା। ସର୍ବେଶ୍ୱର ସାହୁ ଓ ତାଙ୍କ ପୁଅ ରଞ୍ଜିତ ଆଜି ରୋଷେଇ କରୁଥିଲେ। ଏହି ସମୟରେ ଗ୍ୟାସ୍‌ ଲିକ ହୋଇଥିଲା। ଏହାକୁ ଦେଖି ପୁଅ ରଞ୍ଜିତ ଗ୍ୟାସ ଟାଙ୍କିକୁ ବାହାରକୁ ଫିଙ୍ଗି ଦେଇଥିଲେ। କିନ୍ତୁ ଏହା ଘର ବାହାରକୁ ଯାଇ ନଥିଲା। ଘର ଭିତରେ ହିଁ ଏହା ବିସ୍ଫୋରଣ କରିବା ସହ ରୋଷେଇ ଘରେ ନିଆଁ ଲାଗି ଯାଇଥିଲା।

ଫଳରେ ସର୍ବେଶ୍ୱର ଓ ରଞ୍ଜିତ ରୋଷେଇ ଘରେ ଫସି ଯାଇଥିଲେ। ସେମାନଙ୍କୁ ବଞ୍ଚାଇବାକୁ ସର୍ବେଶ୍ୱରଙ୍କ ଭାଇ ବାବୁଲା, ପତ୍ନୀ ସୁମ୍ରିତା ଓ ବାବୁଲାଙ୍କ ପତ୍ନୀ ତପସ୍ୱୀନ ଆଗେଇ ଆସିଥିଲା। କିନ୍ତୁ ନିଆଁର ପ୍ରଖର ଏତେ ଅଧିକ ଥିଲା ଯେ ପରିବାରର ସମସ୍ତ ୫ ଜଣ ନିଆଁରେ ପୋଡ଼ି ଯାଇ ଆହତ ହୋଇଥିଲେ।

Advertisment

ସେମାନଙ୍କ ଚିତ୍କାର ଶୁଣି ପଡ଼ୋଶୀ ନିଆଁ ଲିଭାଇବାକୁ ଧାଇଁ ଆସିଥିଲେ। ସେମାନେ ନିଆଁକୁ କିଛି ମାତ୍ରାରେ ଆୟତ୍ତ କରି ପରିବାରର ୫ ଜଣଙ୍କୁ ପ୍ରଥମେ ଅନୁଗୋଳ ଜିଲ୍ଲା ମୁଖ୍ୟାଳୟକୁ ନେଇଥିଲେ। ସେଠାରେ ସର୍ବେଶ୍ୱର, ବାବୁଲି ଓ ରଞ୍ଜିତଙ୍କ ଅବସ୍ଥା ସଙ୍କଟାପନ୍ନ ହେବାରୁ ସେମାନଙ୍କୁ କଟକ ସ୍ଥାନାନ୍ତର କରାଯାଇଛି।

ଏହି ୩ ଜଣଙ୍କ ଶରୀରର ପ୍ରାୟ ୪୦% ଅଂଶ ପୋଡ଼ି ଯାଇଛି। ଅନ୍ୟ ୨ ଆହତ ସୁମିତ୍ରା ଓ ତପସ୍ୱୀନ ଏବେ ଅନୁଗୋଳ ଜିଲ୍ଲା ମୁଖ୍ୟାଳୟରେ ଚିକିତ୍ସିତ ହେଉଛନ୍ତି। ଦରକାର ପଡ଼ିଲେ ସେମାନଙ୍କୁ ମଧ୍ୟ କଟକଟ ସ୍ଥାନାନ୍ତର କରାଯାଇ ପାରେ ବୋଲି ଡାକ୍ତର କହିଛନ୍ତି।

ରିପୋର୍ଟ: ବିରଜା ଦାସ

Anugul Blast Odisha
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe