Advertisment

ଯାଜପୁର ବସ୍ ଟ୍ରାଜେଡି: ‘ଡ୍ରାଇଭରର ଭୁଲ୍ ଯୋଗୁଁ ଘଟିଛି ଦୁର୍ଘଟଣା’

ଗତକାଲି ଯାଜପୁରର ଏନ୍ ଏଚ୍ -୧୬ର ବାରବାଟୀ ଛକ ନିକଟରେ ଓଭରବ୍ରିଜ୍ ରୁ ତଳକୁ ଖସି ପଡ଼ିଥିଲା ଏକ ଯାତ୍ରୀବାହୀ ବସ୍।

ଅଦ୍ୟତନ ହୋଇଛି
Accident

Accident

Advertisment

ଯାଜପୁର ଓଭରବ୍ରିଜରୁ ବସ୍ ଖସି ୫ ଜଣଙ୍କ ମୃତ୍ୟୁ ଘଟଣାରେ ଚାଞ୍ଚଲ୍ୟକର ବୟାନ ଦେଇଛନ୍ତି ପରିବହନ ବିଭାଗର ଅତିରିକ୍ତ ସଚିବ ଲାଲମୋହନ ସେଠୀ। ଡ୍ରାଇଭରର ଭୁଲ୍ ଯୋଗୁ ଏହି ଦୁର୍ଘଟଣା ଘଟିଥିବା ସେ କହିଛନ୍ତି।

Advertisment

ପରିବହନ ବିଭାଗ ଅତିରିକ୍ତ ସଚିବ ଆହୁରି କହିଛନ୍ତି, ଗାଡ଼ି ଦ୍ରୁତ ଗତିରେ ଚଲାଇବା କିମ୍ବା ଗାଡ଼ି ଚଲାଇବା ବେଳେ ଡ୍ରାଇଭର ମୋବାଇଲ ଦେଖିବା ଯୋଗୁ ଦୁର୍ଘଟଣା ଘଟିଥାଇ ପାରେ। ଏହାସହ ଡ୍ରାଇଭର ଅନ୍ୟ କୌଣସି ଗାଡ଼ିକୁ ଓଭରଟେକ କରିବା ଦ୍ୱାରା ଏହି ଦୁର୍ଘଟଣା ଘଟିଥାଇ ପାରେ ବୋଲି ସନ୍ଦେହ କରାଯାଉଛି। 

ସେ କହିଛନ୍ତି, ବସ୍‌ର କଣ୍ଡିସନ ଭଲ ଅଛି। ୨୦୨୦ରେ ଗାଡିର ରେଜିଷ୍ଟ୍ରେସନ କରାଯାଇଥିଲା। ଏମିତିକି ଗତ ମାର୍ଚ୍ଚ ମାସରେ ବସ୍‌ର ଫିଟନେସ ସାର୍ଟିଫିକେଟ ମଧ୍ୟ ଦିଆଯାଇଛି । ଦୁର୍ଘଟଣା ସମୟରେ ଗାଡିର ବ୍ରେକ୍  ମରାଯାଇନାହିଁ। ଡ୍ରାଇଭର ଦ୍ରୁତ ଗତିରେ ଗାଡ଼ି ଚଲାଉଥିଲା। କଣ୍ଟ୍ରୋଲ ନ କରିବା ଦ୍ୱାରା ଗାଡ଼ି ବ୍ୟାରକେଡକୁ ଧକ୍କା ଦେଇ ଓଭରବ୍ରିଜ ତଳକୁ ଖସି ପଡ଼ିଛି। ଦୁର୍ଘଟଣା ପାଇଁ ଡ୍ରାଇଭର ଦାୟୀ।

Advertisment

୫ ଜୀବନ ଯାଇଥିବାରୁ ଡ୍ରାଇଭର ନାଁରେ ଅପରାଧିକ ମାମଲା ଲାଗିବ। ଅଧିକ ତଦନ୍ତ କରାଯାଇ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ।  ବୋଲି ପରିବହନ ବିଭାଗର ଅତିରିକ୍ତ ସଚିବ କହିଛନ୍ତି।

ଗତକାଲି ଯାଜପୁରର ଏନ୍ ଏଚ୍ -୧୬ର ବାରବାଟୀ ଛକ ନିକଟରେ ଓଭରବ୍ରିଜ୍ ରୁ ତଳକୁ ଖସି ପଡ଼ିଥିଲା ଏକ ଯାତ୍ରୀବାହୀ ବସ୍। ଦୁର୍ଘଟଣାରେ ୫ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୪୬ ଜଣ ଆହତ ହୋଇଥିଲେ। ସେମାନଙ୍କୁ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ଆହତଙ୍କ ମଧ୍ୟରୁ ୫ ଜଣଙ୍କ ଅବସ୍ଥା ଅତି ଗୁରୁତର ଥିବାରୁ ଆଇସିୟୁରେ ଚିକିତ୍ସାଚାଲିଛି। 

ସେହିପରି ୧୪ ଜଣଙ୍କୁ ଅସ୍ଥିଶଲ୍ୟ ବିଭାଗରେ ଭର୍ତ୍ତି କରାଯାଇଛି। ଚିକିତ୍ସା ପରେ ୨୭ ଜଣଙ୍କୁ ଡିସଚାର୍ଜ କରାଯାଇଛି। ଗତକାଲି ବସଟି ପୁରୀରୁ ଦିନ ୪ଟାରୁ ବାହାରି ପଶ୍ଚିମବଙ୍ଗର ହଳଦିଆ ଯିବାର ଥିଲା। ଏଥିରେ ୫୦ରୁ ଅଧିକ ଯାତ୍ରୀଥିଲେ। କିନ୍ତୁ ଅଧା ବାଟରେ ଏପରି ଦୁର୍ଘଟଣା ଘଟିଥିଲା। 

Jajpur Road Accident
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe