/odisha-reporter/media/post_attachments/uploadimage/library/16_9/16_9_0/illness_1725941268.jpg)
illness
ବିଷାକ୍ତ ଛତୁ ଖାଇ ଗୋଟିଏ ପରିବାରର ୪ ଗୁରୁତର ଆହତ ହୋଇଛନ୍ତି। ଗଜପତି ଜିଲ୍ଲା ମୋହନା ଥାନା ଅନ୍ତର୍ଗତ ଖପୁରିପଟା ଗାଁରେ ଏହି ଘଟଣା ଘଟିଛି। ଆହତଙ୍କୁ ମୋହନା ମେଡ଼ିକାଲରେ ଭର୍ତ୍ତି କରାଯାଇଛି।
Advertisment
ଗତକାଲି ଜଙ୍ଗଲରୁ ଛତୁ ଆଣି ପରିବାର ଲୋକେ ରୋଷେଇ କରି ଖାଇଥିଲେ। ଖାଇବାର କିଛି ସମୟ ପରେ ପରିବାରର ଜଣଙ୍କ ପରେ ଜଣଙ୍କୁ ବାନ୍ତି ହେବା ସହ ସମସ୍ତଙ୍କର ମୁଣ୍ଡ ଘୁରାଇଥିଲା।
ଘରେ ପ୍ରାଥମିକ ଚିକିତ୍ସାପରେ ସେମାନଙ୍କ ସ୍ୱାସ୍ଥ୍ୟାବସ୍ଥାର କୌଣସି ସୁଧାର ଆସି ନଥିଲା। ପରେ ସମସ୍ତଙ୍କୁ ମୋହନା ମେଡ଼ିକାଲରେ ଭର୍ତ୍ତି କରାଯାଇଥିଲା। ପ୍ରାଥମିକ ଚିକିତ୍ସାପରେ ସ୍ୱାସ୍ଥ୍ୟବସ୍ଥା ଭଲ ଥିବା ଜଣାଯାଇଛି। ବିଷାକ୍ତ ଛତୁ ଖାଇବା ଦ୍ୱାରା ସମସ୍ତେ ଅସୁସ୍ଥ ହୋଇ ପଡ଼ିଥିବା ଜଣାଯାଇଛି।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
