Advertisment

ବିଷାକ୍ତ ଛତୁ ଖାଇ ୪ ଗୁରୁତର

ଗତକାଲି ସନ୍ଧ୍ୟା ସମୟରେ ଜଙ୍ଗଲରୁ ଛତୁ ଆଣି ପରିବାର ଲୋକେ ରୋଷେଇ କରି ଖାଇଥିଲେ।

ଅଦ୍ୟତନ ହୋଇଛି
illness

illness

Advertisment

ବିଷାକ୍ତ ଛତୁ ଖାଇ ଗୋଟିଏ ପରିବାରର ୪ ଗୁରୁତର ଆହତ ହୋଇଛନ୍ତି।  ଗଜପତି ଜିଲ୍ଲା ମୋହନା ଥାନା ଅନ୍ତର୍ଗତ ଖପୁରିପଟା ଗାଁରେ ଏହି ଘଟଣା ଘଟିଛି। ଆହତଙ୍କୁ ମୋହନା ମେଡ଼ିକାଲରେ ଭର୍ତ୍ତି କରାଯାଇଛି।

Advertisment

ଗତକାଲି  ଜଙ୍ଗଲରୁ ଛତୁ ଆଣି ପରିବାର ଲୋକେ ରୋଷେଇ କରି ଖାଇଥିଲେ। ଖାଇବାର କିଛି ସମୟ ପରେ ପରିବାରର ଜଣଙ୍କ ପରେ ଜଣଙ୍କୁ ବାନ୍ତି ହେବା ସହ ସମସ୍ତଙ୍କର ମୁଣ୍ଡ ଘୁରାଇଥିଲା।

ଘରେ ପ୍ରାଥମିକ ଚିକିତ୍ସାପରେ ସେମାନଙ୍କ ସ୍ୱାସ୍ଥ୍ୟାବସ୍ଥାର କୌଣସି ସୁଧାର ଆସି ନଥିଲା। ପରେ ସମସ୍ତଙ୍କୁ ମୋହନା ମେଡ଼ିକାଲରେ ଭର୍ତ୍ତି କରାଯାଇଥିଲା। ପ୍ରାଥମିକ ଚିକିତ୍ସାପରେ ସ୍ୱାସ୍ଥ୍ୟବସ୍ଥା ଭଲ ଥିବା ଜଣାଯାଇଛି। ବିଷାକ୍ତ ଛତୁ ଖାଇବା ଦ୍ୱାରା ସମସ୍ତେ ଅସୁସ୍ଥ ହୋଇ ପଡ଼ିଥିବା ଜଣାଯାଇଛି। 

Advertisment
Gajpati
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe