Advertisment

ଚିତ୍କାର କରି ଚେତା ଶୂନ୍ୟ ହୋଇଯାଉଛନ୍ତି ମହିଳା ଫୁଟବଲର, ସମସ୍ତେ ଚକିତ

ସେମାନଙ୍କୁ କେହି ଗୁଣି କରି ଦେଇଥିବା ଗାଁ ଲୋକମାନେ ଆଶଙ୍କା କରୁଛନ୍ତି। ଏଥିପାଇଁ ଗାଁ ଲୋକମାନେ ୫ ଜଣ ଝିଅଙ୍କୁ ସ୍ଥାନୀୟ ଚର୍ଚ୍ଚକୁ ନେଇ ପ୍ରାର୍ଥନା ଆରମ୍ଭ କରିଛନ୍ତି।

author-image
Hemant Lenka
Foot Ball

Foot Ball

ସାମ୍ନାକୁ ଆସିଛି ଆଶ୍ଚର୍ଯ୍ୟ କରିବା ଭଳି ଘଟଣା। ଫାଇନାଲ ଜିତିବା ପରେ ଅସ୍ୱାଭାବିକ ଆଚରଣ କରିବାରେ ଲାଗିଛନ୍ତି ଦେବଗଡ଼ ମହିଳା ଫୁଟବଲ ଟିମର ୫ ଜଣ ଖେଳାଳି। ସେମାନେ ଫାଇନାଲ ଜିତିବା ପରେ ଚିତ୍କାର କରିବା ସହ ଚେତାଶୂନ୍ୟ ହୋଇଯାଉଛନ୍ତି।

Advertisment

ସେମାନଙ୍କର ଏପରି ଆଚରଣ ଦେଖି ସମସ୍ତେ ଚକିତ ହୋଇଯାଇଛନ୍ତି। ବୌଦ୍ଧ ଜିଲ୍ଲା କଣ୍ଟାମାଳରୁ ଫୁଟବଲ ଟୁର୍ଣ୍ଣାମେଣ୍ଟ ଖେଳି ଦେବଗଡ଼ରେ ପହଁଞ୍ଚିବା ପର ୫ ଜଣ ଝିଅଙ୍କ କ୍ଷେତ୍ରରେ ଏପରି ବ୍ୟତିକ୍ରମ ଦେଖିବାକୁ ମିଳିଛି। ସେମାନଙ୍କୁ କେହି ଗୁଣି କରି ଦେଇଥିବା ଗାଁ ଲୋକମାନେ ଆଶଙ୍କା କରୁଛନ୍ତି। ଏଥିପାଇଁ ଗାଁ ଲୋକମାନେ ୫ ଜଣ ଝିଅଙ୍କୁ ସ୍ଥାନୀୟ ଚର୍ଚ୍ଚକୁ ନେଇ ପ୍ରାର୍ଥନା ଆରମ୍ଭ କରିଛନ୍ତି।

ଦେବଗଡ଼ ଫୁଟବଲ ଟିମର କୋଚ୍‌ କହିଛନ୍ତି, “ଆମେ ବୌଦ୍ଧର କଣ୍ଟାମାଳକୁ ଖେଳିବା ପାଇଁ ଯାଇଥିଲୁ। ମଙ୍ଗଳବାର ଆମେ ସେଠାରେ ସେମି ଓ ବୁଧବାର ଫାଇନାଲ ମ୍ୟାଚ୍‌ ଖେଳିଥିଲୁ। ଫାଇନାଲରେ ମଧ୍ୟ ଦେବଗଡ଼ ମହିଳା ଟିମ ବିଜୟୀ ହୋଇଥିଲା। ଫାଇନାଲ ଖେଳି ସାରିବା ପରେ ଜଣେ ଖେଳାଳି ଅସ୍ୱାଭାବିକ ଆଚରଣ କରିଥିଲେ। ସତେ ଯେମିତି ତାଙ୍କୁ ଭୂତ ଲାଗିଛି, ସେ ସେଭଳି ଆଚରଣ କରିଥିଲେ।

Advertisment

ଏହା ଦେଖି ଆମେ ଡରି ଯିବା ସହ ସେଠାରେ ଜଣଙ୍କୁ ଦେଖାଇଥିଲୁ। ସେ ଝଡ଼ାଫୁଙ୍କା କରିବା ପରେ ସବୁ କିଛି ସ୍ୱାଭାବିକ ହୋଇଥିଲା। ତେବେ କିଛି ଘଣ୍ଟା ପରେ ସେ ପୁଣି ଅସ୍ୱାଭାବିକ ଆଚରଣ କରିଥିଲା। ରାତିରେ ଆଉ ଗୋଟିଏ ଝିଅ ମଧ୍ୟ ସମାନ ଆଚରଣ କରିଥିଲା। ସମୟ ବିତିବା ସହ ଆମେ ଦେବଗଡ଼ରେ ପହଞ୍ଚିଥିଲୁ। ଏଠାରେ ପହଞ୍ଚିବା ପରେ ଆଉ କିଛି ଝିଅ ଚିତ୍କାର କରିବା ସହ ବାରମ୍ବାର ଚେତାଶୂନ୍ୟ ହେବାରେ ଲାଗିଥିଲେ।

ସମସ୍ତେ ଏହାକୁ ଦେଖି ଚକିତ ହୋଇଛନ୍ତି। ଏବେ ସେମାନଙ୍କୁ ପଥୁରାପାଲି ଚର୍ଚ୍ଚକୁ ନିଆଯାଉଛି। ସେଠାରେ ପ୍ରାର୍ଥନା କରି ସମସ୍ତଙ୍କ ଭଲ କରିବାକୁ ଚେଷ୍ଟା କରିବୁ। ମୁଁ ନିଜେ ଛୁଆ ମାନଙ୍କୁ ଖେଳାଉଥିଲି। ଏବେ ସେମାନେ ଅସୁସ୍ଥ ହୋଇ ପଡ଼ିଛନ୍ତି। ସେମାନଙ୍କୁ କେହି ଗୁଣି କରି ଦେଇଛି କିମ୍ବା ସେମାନଙ୍କ ଦେହରେ ଭୂତ ଲାଗିଛି। ମୁଁ ଖାଲି ଏତିକି ଚାହୁଁଛି ଯେ ସମସ୍ତେ ଶୀଘ୍ର ଭଲ ହୋଇଯାଆନ୍ତୁ।”

Odisha Football Deogarh