Advertisment

ଆଜି ଓଡ଼ିଶା ଫେରିବେ ୫ ଶ୍ରମିକ; ନବୀନଙ୍କୁ ଭେଟିବେ

ଗତକାଲି  ହସ୍ପିଟାଲରୁ ସମସ୍ତ ୪୧ ଶ୍ରମିକଙ୍କ ସମେତ ୫ ଓଡ଼ିଆଙ୍କୁ ଡିସଚାର୍ଜ କରି ଦିଆଯାଇଥିଲା।

author-image
Tapaswini Nayak
Bhubaneswar

Bhubaneswar

ଉତ୍ତରାଖଣ୍ଡର ଉତ୍ତରକାଶୀ ଟନେଲରୁ ପୁନର୍ଜନ୍ମ ପାଇଥିବା ଓଡ଼ିଆ ଶ୍ରମିକମାନେ ଆଜି ଘରକୁ ଫେରିବେ। ସକାଳ ୯.୩୦ରେ ଫ୍ଲାଇଟରେ ନୂଆଦିଲ୍ଲୀରୁ ୫ଜଣ ଓଡ଼ିଆ ଶ୍ରମିକ ଭୁବନେଶ୍ୱର ଅଭିମୁଖେ ବାହାରିବେ।

Advertisment

ଗତକାଲି  ହସ୍ପିଟାଲରୁ ସମସ୍ତ ୪୧ ଶ୍ରମିକଙ୍କ ସମେତ ୫ ଓଡ଼ିଆଙ୍କୁ ଡିସଚାର୍ଜ କରି ଦିଆଯାଇଥିଲା।ପରେ ଲେବର ଅଫିସର ୫ଜଣ ଓଡ଼ିଆ ଶ୍ରମିକଙ୍କୁ ଧରି ନୂଆଦିଲ୍ଲୀରେ ବିଳମ୍ବିତ ରାତିରେ ପହଞ୍ଚିଥିଲେ। ସମସ୍ତ ଓଡ଼ିଶା ନିବାସରେ ରାତିରେ ରହିଥିଲେ। ଆଜି ସକାଳ ୯.୩୦ରେ ଫ୍ଲାଇଟରେ ନୂଆଦିଲ୍ଲୀରୁ ୫ଜଣ ଓଡ଼ିଆ ଶ୍ରମିକ ଭୁବନେଶ୍ୱର ଅଭିମୁଖେ ବାହାରିବେ। ଭୁବନେଶ୍ୱର ପହଞ୍ଚିବା ପରେ ୫ ଜଣ ଓଡ଼ିଆ ଶ୍ରମିକ ନବୀନ ନିବାସ ଯାଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସାକ୍ଷାତ କରିବେ। ତା’ ପରେ ୫ଜଣ ଶ୍ରମିକ ନିଜ ଗାଁକୁ ଫେରିଯିବେ। 

କାମ କରୁଥିବା ବେଳେ ମାଟି ଅତଡ଼ା ଧସିବାରୁ ଉତ୍ତରାଖଣ୍ଡର ଉତ୍ତରକାଶୀର ଟନେଲରେ ଫସି ଯାଇଥିଲେ ୪୧ ଶ୍ରମିକ। ୧୭ ଦିନ ପରେ ଗତ ମଙ୍ଗଳବାର ସେମାନଙ୍କୁ ଉଦ୍ଧାର କରାଯାଇଥିଲା। ପାଇପ ଯୋଗେ ସମସ୍ତଙ୍କୁ ଟନେଲରୁ ବାହାର କରାଯାଇଥିଲା। ଏହାପରେ ସମସ୍ତଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିବା ପାଇଁ ହସ୍ପିଟାଲକୁ ଆମ୍ବୁଲାନ୍ସ ଯୋଗେ ପଠାଯାଇଥିଲା।

Advertisment

ସୁଡ଼ଙ୍ଗ ଭିତରେ ଫସି ରହିଥିବା ଶ୍ରମିକଙ୍କୁ ଉଦ୍ଧାର କରିବା ପାଇଁ ବଡ଼ବଡ଼ ଓ ଅତ୍ୟାଧୁନିକ ମେସିନର ସହାୟତା ନିଆଯାଇଥିଲା। କିନ୍ତୁ ସବୁ କିଛି ଫେଲ ମାରିଥିଲା। ଶେଷରେ ପାରମ୍ପରିକ ରାଟ ହୋଲ୍‌ ମାଇନିଂ ଦ୍ୱାରା ଶ୍ରମିକମାନଙ୍କ ପାଖରେ ଉଦ୍ଧାକାରୀ ଦଳର ପାଇପ ପହଞ୍ଚିଥିଲା।ପରେ ସେମାନଙ୍କୁ ଉଦ୍ଧାର ପାଇଁ ପାଇପ ଯୋଗେ ଏନଡିଆରଏଫର ୩ଟି ଟିମ ଟନେଲ ଭିତରକୁ ଯାଇଥିଲେ। ଏହାପରେ ପର୍ଯ୍ୟାୟକ୍ରମେ ଶ୍ରମିକମାନଙ୍କୁ ବାହାରକୁ ଅଣାଯାଇଥିଲା।

Bhubaneswar Cmo Of Odisha