/odisha-reporter/media/post_attachments/uploadimage/library/16_9/16_9_0/OSRTC_1719233465.jpg)
OSRTC
ଉତ୍ତରପ୍ରଦେଶର ପ୍ରୟାଗରାଜରେ ହେବାକୁ ଥିବା ମହାକୁମ୍ଭ ମେଳା ପାଇଁ ପ୍ରଥମ ପର୍ଯ୍ୟାୟରେ ଓଡ଼ିଶାରୁ ଯିବ ୮ଟି ବସ୍। ଏଥିରେ ମହିଳାଙ୍କ ପାଇଁ ୫୦% ରିହାତି ରହିଛି। ଏନେଇ ସୂଚନା ଦେଇଛନ୍ତି OSRTC ଅତିରିକ୍ତ ସଚିବ ଲକ୍ଷ୍ମୀକାନ୍ତ ସେଠୀ।
ସେ କହିଛନ୍ତି, ୧୨ ତାରିଖରେ ପ୍ରଥମ ପର୍ଯ୍ୟାୟରେ ଯିବ ୮ଟି ବସ। ଆବଶ୍ୟକ ହେଲେ ଅଧିକ ବସ ଚାଲିବା ବ୍ୟବସ୍ଥା ହେବ। ପ୍ରତି ଯାତ୍ରୀଙ୍କୁ ୫ ହଜାରରୁ ଊର୍ଦ୍ଧ୍ୱ ଟଙ୍କା ଟିକେଟ ଚାର୍ଜ ରହିଛି। ମହିଳାଙ୍କ ପାଇଁ ୫୦% ରିହାତି ବ୍ୟବସ୍ଥା ରହିଛି। ରହିବା, ଖାଇବାର ବ୍ୟବସ୍ଥା କରିବ OSRTC। ପୁରୀ, ସମ୍ବଲପୁର, ଭବାନୀପାଟଣା, ବ୍ରହ୍ମପୁରରୁ ବସ୍ ଗୁଡ଼ିକ ଅଯୋଧ୍ୟା ଯିବ ବୋଲି OSRTC ଅତିରିକ୍ତ ସଚିବ କହିଛନ୍ତି।
ଆସନ୍ତା ୧୩ ତାରିଖରୁ ପ୍ରୟାଗରାଜରେ ଆରମ୍ଭ ହେବାକୁ ଯାଉଛି ମହାକୁମ୍ଭ ମେଳା। ଏଥିରେ ଦେଶ ବିଦେଶର କୋଟିକୋଟି ଶ୍ରଦ୍ଧାଳୁ, ସାଧୁସନ୍ଥ ଓ ସନ୍ନ୍ୟାସୀମାନେ ଯୋଗଦେଲେଣି। ବିଶେଷ କରି ନାଗା ସାଧୁମାନେ ପ୍ରୟାଗରାଜ ଆସିବା ଆରମ୍ଭ କଲେଣି। ସେଥିପାଇଁ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି। ୧୨ ବର୍ଷରେ ଥରେ ଏହି ମହାକୁମ୍ଭ ମେଳା ପଡ଼ୁଥିବାରୁ ଶ୍ରଦ୍ଧାଳୁଙ୍କ ମଧ୍ୟରେ ଉତ୍ସାହ ଖେଳି ଯାଇଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
