Advertisment

ଜିରୋ ନାଇଟ ସେଲିବ୍ରେସନ: ଟ୍ୱିନ ସିଟିକୁ ଜଗିବେ ୫୦ ପ୍ଲାଟୁନ ଫୋର୍ସ

ରାତି ୧୨ ପରେ ପୂରା ଟ୍ୱିନ୍ ସିଟି ୫୦ ପ୍ଲାଟୁନ୍ ଫୋର୍ସ ସହ ପୂରା ପୁଲିସ୍ ଛାଉଣୀରେ ପରିଣତ ହେବ। କେବଳ ରାଜଧାନୀରେ ରହିବ ୬୦ ବ୍ଲକିଂ ପଏଣ୍ଟ୍।

author-image
Hemant Lenka
ଅଦ୍ୟତନ ହୋଇଛି
zero Night

zero Night

ନୂଆବର୍ଷ ଓ ଜିରୋ ନାଇଟ ସେଲିବ୍ରେସନ ବେଳେ ଟ୍ୱିନସିଟିରେ ହେବ କଡ଼ାକଡ଼ି ସୁରକ୍ଷା ବ୍ୟବସ୍ଥା। କଟକ ଓ ଭୁବନେଶ୍ୱରକୁ ଜଗିବେ ୫୦ ପ୍ଲାଟୁନ୍ ଫୋର୍ସ। ବିଶେଷ କରି ନିଶାଶକ୍ତ ଅବସ୍ଥାରେ ଗାଡ଼ି ଚାଳକଙ୍କ ପୁଲିସ ଫୋକସ କରିବ। ଏଥିସହ ହୋଟେଲଗୁଡ଼ିକରେ ଆୟୋଜନ ହେଉଥିବା ପାର୍ଟି ଉପରେ ଅବକାରୀ ବିଭାଗ ନଜର ରଖିବ।

Advertisment

ଆଉ କିଛି ଦିନ ପରେ ବିଦାୟ ନେବ ୨୦୨୩। ନୂଆବର୍ଷକୁ ସ୍ୱାଗତ କରିବା ଓ ୨୦୨୩କୁ ବିଦାୟ ଦେବା ପାଇଁ ଲୋକମାନେ ଚାତକ ଭଳି ଚାହିଁ ରହିଛନ୍ତି। ଜିରୋ ନାଇଟ୍ ସେଲିବ୍ରେସନ ପାଇଁ ଲୋକଙ୍କ ମଧ୍ୟରେ ଉତ୍କଣ୍ଠା ଦେଖିବାକୁ ମିଳିଲାଣି। ବାଣ ଫୁଟାଇ ଓ ଡିଜେ ବଜାଇ ଭିନ୍ନ ଭିନ୍ନ ଢଙ୍ଗରେ ସେଲିବ୍ରେସନ୍ କରିବାକୁ ସମସ୍ତେ ପ୍ରସ୍ତୁତ। ହେଲେ ଜିରୋ ନାଇଟ୍ ସେଲିବ୍ରେସନ୍ ପୂର୍ବରୁ ହୋଟେଲ ମାଲିକଙ୍କୁ ନେଇ ଗୁରୁତ୍ୱପୂର୍ଣ୍ଣ ବୈଠକ କରିଛି କମିଶନରେଟ୍ ପୁଲିସ୍।

ଯେଉଁଥିରେ ନୂଆ ଗାଇଡଲାଇନକୁ ଗୋଟି ଗୋଟି କରି ବୁଝାଯାଇଛି। ରାତି ୧୨ ପରେ ପୂରା ଟ୍ୱିନ୍ ସିଟି ୫୦ ପ୍ଲାଟୁନ୍ ଫୋର୍ସ ସହ ପୂରା ପୁଲିସ୍ ଛାଉଣୀରେ ପରିଣତ ହେବ। କେବଳ ରାଜଧାନୀରେ ରହିବ ୬୦ ବ୍ଲକିଂ ପଏଣ୍ଟ୍। ଯେପରି ନିଶାଶକ୍ତ ଅବସ୍ଥାରେ କେହି ଗାଡ଼ି ଚଲାଇବେନି ତା’ ଉପରେ ଗୁରୁତ୍ୱ ଦିଆଯିବ। ଯଦି ହୋଟେଲରୁ ନିଶାଶକ୍ତ ଅବସ୍ଥାରେ ଲୋକେ ବାହାରନ୍ତି ତା’ହେଲେ ଡ୍ରାଇଭରର ବ୍ୟବସ୍ଥା ହୋଟେଲ୍ ମାଲିକ କରାଇବାକୁ କୁହାଯାଇଛି। ମଦ୍ୟପାନ କରି ଧରାପଡ଼ିଲେ କଡ଼ା କାର୍ଯ୍ୟାନୁଷ୍ଠାନ ହେବ ବୋଲି ପୁଲିସ୍ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ କହିଛନ୍ତି।

Advertisment

ହୋଟେଲ୍, ପବ୍ ଓ ରେସ୍ତୋରାଁ ମାଲିକଙ୍କ ପାଇଁ ବି କଡ଼ାକଡ଼ି ନିୟମ କରାଯାଇଛି। ଅନୁମତି ନେଇଥିବା ସମୟ ଭିତରେ ହିଁ ପାର୍ଟି ହେବ। କୌଣସି ଖୋଲା ସ୍ଥାନରେ ସେଲିବ୍ରେସନ୍ ହେବନି। ସିସିଟିଭି ଲଗାଇବା ଭଳି ନିୟମ କଡ଼ାକଡ଼ି ପାଳନ କରିବାକୁ ପୁଲିସ କହିଛି। ଏଥିସହ ଅବକାରୀ ପଦାର୍ଥ ବିକ୍ରି ନେଇ ବି ସ୍ୱତନ୍ତ୍ର ନଜର ରଖିଛି ଅବକାରୀ ବିଭାଗ।

Cuttack Bhubaneswar Odisha