Advertisment

ନିର୍ବାଚନ କମିଶନଙ୍କ ତାଗିଦ୍ ପରେ ଆଉ ୬ ଓଏଏସ୍ ଅଫିସରଙ୍କ ବଦଳି

ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶରେ ରାଜ୍ୟ ସରକାର ଗତକାଲି ୨୮ଜଣ ଓଏଏସ୍ ଅଫିସର ଓ ୫ଜଣ ଓଆରଏସ୍ ଅଫିସରଙ୍କ ବଦଳି କରିଥିଲେ ।

undefined

Loka Seva Bhavan

Advertisment

ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶ ପରେ ରାଜ୍ୟ ସରକାର ଆଉ ୬ଜଣ ବରିଷ୍ଠ ଓଏଏସ୍ ଅଫିସରଙ୍କ ବଦଳି କରିଛନ୍ତି । ଏନେଇ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ବିଜ୍ଞପ୍ତି ଜାରି ହୋଇଛି ।

Advertisment

ଓଡ଼ିଶା ରାଜ୍ୟ ଖାଦ୍ୟ କମିଶନରେ ସଦସ୍ୟ ସଚିବ ଭାବେ କାର୍ଯ୍ୟରତ ବରିଷ୍ଠ ଓଏଏସ୍ ଶିବାନୀ ମହାନ୍ତିଙ୍କୁ ରାଜ୍ୟ ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ବିଭାଗର ଅତିରିକ୍ତ ସଚିବ ଭାବେ ବଦଳି ହୋଇଛି । ସେହିପରି ଗୁଣୁପୁର ଆଇଟିଡିଏ ପ୍ରକଳ୍ପ ଅଧିକାରୀ ବରିଷ୍ଠ ଓଏଏସ୍ ଶାନ୍ତିପ୍ରଭା ପ୍ରଧାନଙ୍କୁ ରାଜ୍ୟ ଖାଦ୍ୟ କମିଶନରେ ସଦସ୍ୟ ସଚିବ ଭାବେ ଅବସ୍ଥାପିତ କରାଯାଇଛି । ଶ୍ରୀମତୀ ପ୍ରଧାନଙ୍କ ଫେବୃୟାରୀ ୨୬ରେ ମାଲକାନଗିରି ଆଇଟିଡିଏକୁ ହୋଇଥିବା ବଦଳି ନିର୍ଦ୍ଦେଶକୁ ବାତିଲ କରାଯାଇଛି ।

ସେହିପରି ଓଏଏସ୍ ଦୟାସିନ୍ଧୁ ପରିଡ଼ାଙ୍କୁ କେନ୍ଦ୍ରାପଡ଼ା ଜିଲ୍ଲା ପରିଷଦର ଅତିରିକ୍ତ କାର୍ଯ୍ୟନିର୍ବାହୀ ଅଧିକାରୀ ଭାବେ ବଦଳି ହୋଇଛି । ଓଏଏସ୍ ନୀଳମାଧବ ମହାନନ୍ଦାଙ୍କୁ ରାୟଗଡ଼ା ଜିଲ୍ଲା ପରିଷଦ ଅତିରିକ୍ତ କାର୍ଯ୍ୟନିର୍ବାହୀ ଅଧିକାରୀ, ସୌରଭ ଚକ୍ରବର୍ତ୍ତୀଙ୍କୁ ବାଲେଶ୍ୱର ଜିଲ୍ଲା ପରିଷଦ ଅତିରିକ୍ତ କାର୍ଯ୍ୟନିର୍ବାହୀ ଅଧିକାରୀ ଏବଂ ନିର୍ଲିପ୍ତା ମହାନ୍ତିଙ୍କୁ ଯାଜପୁରସ୍ଥିତ ଯଯାତି କେଶରୀ ମେଡ଼ିକାଲ କଲେଜ ଆଣ୍ଡ ହସ୍ପିଟାଲର ରେଜିଷ୍ଟ୍ରାର(ପ୍ରଶାସନିକ) ଭାବେ ବଦଳି ହୋଇଛି ।

Advertisment

ସୂଚନାଯୋଗ୍ୟ, ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶରେ ରାଜ୍ୟ ସରକାର ଗତକାଲି ୨୮ଜଣ ଓଏଏସ୍ ଅଫିସର ଓ ୫ଜଣ ଓଆରଏସ୍ ଅଫିସରଙ୍କ ବଦଳି କରିଥିଲେ ।

Bhubaneswar Oas
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe