/odisha-reporter/media/post_attachments/uploadimage/library/16_9/16_9_0/Goat_1702607549.jpg)
Goat
ଅଜଣା ଜନ୍ତୁ ଆକ୍ରମଣରେ ୩୭ ମେଣ୍ଢା ଓ ୭ଟି ଛେଳିଙ୍କର ମୃତ୍ୟୁ ଘଟିଛି। ମାଲକାନାଗିରି ଜିଲ୍ଲା କାଲିମେଳା ବ୍ଲକ ଅନ୍ତର୍ଗତ କୋଇମେଟଲା ପଞ୍ଚାୟତ ଏମଭି ୬୭ ଗ୍ରାମରେ ଏଭଳି ଘଟଣା ଘଟିଛି।
Advertisment
ଗତକାଲି ରାତିରେ ଏମଭି ୬୭ ଗ୍ରାମରେ ରହୁଥିବା ସୁନୀଲ ହାଲଦାରଙ୍କ ଗୁହାଳରୁ ୩୭ ମେଣ୍ଢା ଛୁଆ ଓ ୭ ଛେଳି ଛୁଆ ନିଖୋଜ ହୋଇଯାଇଥିଲେ। ସକାଳେ ଦେଖିଲା ବେଳକୁ ସୁନୀଲଙ୍କ ଘର ପାଖରେ ଥିବା ଜମିରେ ମେଣ୍ଢା ଓ ଛେଳିଙ୍କର ମୃତ ଶରୀର ଖେତାକ୍ତ ହୋଇ ଖଣ୍ଡ ବିଖଣ୍ଡିତ୍ ଅବସ୍ତାରେ ପଡ଼ିଛି।
ସୂଚନା ପାଇଁ କାଲିମେଳା ବନାଞ୍ଚଳ ଅଧିକାରୀ, ଗୋଷ୍ଠୀ ପ୍ରାଣୀ ଚିକିତ୍ସା ଅଧିକାରୀ ଘଟଣାସ୍ଥଳରେ ପହଞ୍ଚିଥିଲେ। ଏହି ମେଣ୍ଢା ଓ ଛେଳିଙ୍କୁ କିଏ ମାରିଲା ତାର କାରଣ ଜଣାପଡ଼ି ନାହିଁ। ଅଜଣା ଜନ୍ତୁ ଏପରି କରିଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
