Advertisment

୭ ବର୍ଷର ଆଶିଷ ସ୍ୱାଇଁ ସାଜିଲେ IPS ଅଧିକାରୀ

ଆଉ ଗାଁରେ ଆଶିଷଙ୍କୁ ଆଇପିଏସ୍ ଅବତାରରେ ଦେଖି ସମସ୍ତେ ଖୁସ ହୋଇଛନ୍ତି। ପୁଲିସ୍ ଓ ଜନତାଙ୍କ ମଧ୍ୟରେ ସୁସମ୍ପର୍କ ରଖିବାକୁ ଗାଁରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଆୟୋଜନ ହୋଇଥିଲା।

author-image
Biswajit Samal
ଅଦ୍ୟତନ ହୋଇଛି
IPS

IPS

୭ ବର୍ଷର କୁନି ପୁଅ IPS ଅଫିସର୍। ୟୁନିଫର୍ମ ପିନ୍ଧିଲେ, ସ୍ୟାଲୁଟ୍ ପାଇଲେ। ନୟାଗଡ଼ ଜିଲ୍ଲା ଇଟାମାଟି ଥାନା ସଙ୍ଖେଇ ଗାଁର କୁନି ପୁଅ ଆଶିଷ ସ୍ୱାଇଁ ସାଜିଲେ ଆଇପିଏସ୍ ଅଧିକାରୀ। ନୟାଗଡ଼ ଏସପି ରାହୁଲ ଜୈନ୍ ଖୋଦ୍ ଆଶିଷଙ୍କୁ ଦେଲେ ୟୁନିଫର୍ମ।

Advertisment

ନିର୍ବାଚନ ସମୟରେ ଗାଁରେ ଶାନ୍ତି ଶୃଙ୍ଖଳା ରକ୍ଷା ପାଇଁ ବୁଲୁଥିଲେ ଏସପି ରାହୁଲ ଜୈନ୍। ସଂଖେଇ ଗାଁରେ ବୁଲିବା ବେଳେ କୁନି ପୁଅ ଆଶିଷ ଏସପି ରାହୁଲ ଜୈନଙ୍କୁ ଦେଖି ସ୍ୟାଲୁଟ୍ ମାରିଥିଲେ। ଏସପି ଏହା ଦେଖି ବଡ଼ ହେଲେ କ’ଣ ହେବାକୁ ଇଚ୍ଛା ରଖିଛ ବୋଲି ଆଶିଷଙ୍କୁ ପଚାରିଥିଲେ। ଏସପିଙ୍କ ପ୍ରଶ୍ନରେ ଆଶିଷ କହିଥିଲେ ସାର, ମୁଁ ବଡ଼ ହେଲେ ଆପଣଙ୍କ ଭଳି ପୁଲିସ ଅଫିସର ହେବି।

ଏହାକୁ ମନେ ରଖି ନିଜେ ଡ୍ରେସ କିଣି ଗାଁରେ ପହଞ୍ଚିଥିଲେ ନୟାଗଡ଼ ଏସପି ରାହୁଲ ଜୈନ। ଆଉ ଗାଁରେ ଆଶିଷଙ୍କୁ ଆଇପିଏସ୍ ଅବତାରରେ ଦେଖି ସମସ୍ତେ ଖୁସ ହୋଇଛନ୍ତି। ପୁଲିସ୍ ଓ ଜନତାଙ୍କ ମଧ୍ୟରେ ସୁସମ୍ପର୍କ ରଖିବାକୁ ଗାଁରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଆୟୋଜନ ହୋଇଥିଲା।

Advertisment
Odisha Ias Officers Ias Officer