Advertisment

୪ ଦିନ ହେଲା ଝିଅକୁ ଖୋଜୁଛନ୍ତି ବାପା

ଅର୍ଜୁନ ଘରକୁ ଫେରି ଝିଅକୁ ଖୋଜିଲେ। ମାତ୍ର ପାଇଲେ ନାହିଁ। ସାହି ପଡ଼ିଶାରେ ଝିଅକୁ ଖୋଜିଥିଲେ। ହେଲେ ଝିଅ ସମ୍ପର୍କରେ କୌଣସି ସୂଚନା ପାଇଲେ ନାହିଁ। ଝିଅକୁ ନପାଇ ଭାଙ୍ଗି ପଡ଼ିଛନ୍ତି ଅର୍ଜୁନ। ଝିଅ ପାଇଁ ଦିନରାତି ଏକ କରିଦେଇଛନ୍ତି।

ଅଦ୍ୟତନ ହୋଇଛି
Balasore

Father

Advertisment

ଝିଅକୁ ଖୋଜିବା ପାଇଁ ଏ ଗାଁରୁ ସେ ଗାଁ ବୁଲୁଛନ୍ତି ବାପା। ୪ ଦିନ ହେଲା ନିଖୋଜ ଝିଅକୁ ଖୋଜିବାକୁ ଲୁନାରେ ଛକରୁ ଛକ ଓ ଗାଁକୁ ଗାଁ ବୁଲୁଛନ୍ତି ବାଲେଶ୍ୱର ଜିଲ୍ଲା ନୀଳଗିରି ବ୍ଲକ୍‌ ଗରଡି- କୀର୍କିଚିଆ ଗାଁର ଅଜୁର୍ନ ସିଂ। ହେଲେ ଝିଅର ପତ୍ତା ପାଉନାହାନ୍ତି।

Advertisment

ନୀଳଗିରି ବ୍ଲକ୍‌ ବରହମପୁର ଥାନା ଗରଡି କିର୍କିଚିଆ ଗାଁର ଅର୍ଜୁନ ସିଂ। ଦିନ ମଜୁରିଆ ଭାବେ କାମ କରି ପରିବାର ଚଳାନ୍ତି। ଆଜକୁ ୪ ଦିନ ତଳେ ଅର୍ଜୁନ କାମ କରିବା ପାଇଁ ପାଖ ଗାଁକୁ ଯାଇଥିଲେ। ଘରେ ପତ୍ନୀ ଓ ତାଙ୍କର ୭ ବର୍ଷର ଝିଅ ସେଲିନା ସିଂ ଥିଲେ। କୌଣସି କଥାକୁ ନେଇ ମାଆ ଓ ଝିଅଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା। ତା’ପରେ କେଉଁଆଡ଼େ ଚାଲି ଗଲେ ସେଲିନା ସିଂ।

ଅର୍ଜୁନ ଘରକୁ ଫେରି ଝିଅକୁ ଖୋଜିଲେ। ମାତ୍ର ପାଇଲେ ନାହିଁ। ସାହି ପଡ଼ିଶାରେ ଝିଅକୁ ଖୋଜିଥିଲେ। ହେଲେ ଝିଅ ସମ୍ପର୍କରେ କୌଣସି ସୂଚନା ପାଇଲେ ନାହିଁ। ଝିଅକୁ ନପାଇ ଭାଙ୍ଗି ପଡ଼ିଛନ୍ତି ଅର୍ଜୁନ। ଝିଅ ପାଇଁ ଦିନରାତି ଏକ କରିଦେଇଛନ୍ତି। କାମ ଦାମ ଛାଡି ଏ ଗାଁରୁ ସେ ଗାଁ ଘୂରି ବୁଲୁଛନ୍ତି। ସମସ୍ତଙ୍କୁ ଫଟୋ ଦେଖାଇ ନିଜ ଝିଅ ବିଷୟରେ ପଚାରୁଛନ୍ତି ଅର୍ଜୁନ। ସଜନାଗଡ଼, ନୀଳଗିରି, ବରହମ୍‌ପୁର ଅଞ୍ଚଳରେ ଖୋଜି ସାରିଲେଣି। ଆଜି ପଞ୍ଚଲିଙ୍ଗେଶ୍ୱର ଅଞ୍ଚଳରେ ନିଜ ମୋପେଟ୍‌ରେ ଘୂରି ବୁଲୁଛନ୍ତି। ହେଲେ ସେଲିନାଙ୍କ ଖୋଜ ଖବର ପାଉନାହାନ୍ତି ଅର୍ଜୁନ।

Advertisment

ରିପୋର୍ଟ-ନୀଳଗିରିରୁ ବିଶ୍ୱମ୍ଭର ଦାସ

Balasore
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe