Advertisment

ଓଡ଼ିଶାରେ ରେଳ ବିକାଶ ପାଇଁ ୭୩,୭୨୩ କୋଟି ମଞ୍ଜୁର

ଅମୃତ ଷ୍ଟେସନ ଯୋଜନାରେ ଓଡ଼ିଶାର ୫୯ଟି ଷ୍ଟେସନକୁ ପୁନର୍ବିକାଶ କରାଯାଉଛି। ମୋଦି 3.0 ସମୟରେ ୧୯,୨୮୯ କୋଟି ବ୍ୟୟ ଅଟକଳରେ ୮ଟି ନୂତନ ରେଳ ପ୍ରକଳ୍ପକୁ କ୍ୟାବିନେଟ ଅନୁମୋଦନ କରାଯାଇଛି

Train

Train

Advertisment

ଓଡ଼ିଶାରେ ରେଳ ବିକାଶ ପାଇଁ ୭୩,୭୨୩ କୋଟି ଟଙ୍କା ମଞ୍ଜୁର। ଏଥିପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ କୃତଜ୍ଞତା ଜଣାଇଛନ୍ତି ରଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ। ସୋଶାଲ ମିଡ଼ିଆ ଏକ୍ସରେ କୃତଜ୍ଞତା ଜଣାଇବା ସହ ବିସ୍ତୃତ ସୂଚନା ଦେଇଛନ୍ତି ରେଳ ମନ୍ତ୍ରୀ।

Advertisment

ଓଡ଼ିଶାରେ ପ୍ରସ୍ତାବିତ ରାୟଗଡା ରେଳ ମଣ୍ଡଳକୁ ମଞ୍ଜୁର ମିଳିଛି। ରେଳ ମଣ୍ଡଳ କାର୍ଯ୍ୟାଳୟ ନିର୍ମାଣ ପାଇଁ ୧୦୭ କୋଟି ଟଙ୍କାର ଟେଣ୍ଡର ଆହ୍ୱାନ କରାଯାଇଛି। ପୂର୍ବତଟ ରେଳପଥ ମଧ୍ୟରେ ପୂର୍ବପରି ତିନିଟି ରେଳ ମଣ୍ଡଳ ରହିବ। ଅମୃତ ଷ୍ଟେସନ ଯୋଜନାରେ ଓଡ଼ିଶାର ୫୯ଟି ଷ୍ଟେସନକୁ ପୁନର୍ବିକାଶ କରାଯାଉଛି। ମୋଦି 3.0 ସମୟରେ ୧୯,୨୮୯ କୋଟି ବ୍ୟୟ ଅଟକଳରେ ୮ଟି ନୂତନ ରେଳ ପ୍ରକଳ୍ପକୁ କ୍ୟାବିନେଟ ଅନୁମୋଦନ କରାଯାଇଛି ବୋଲି ରେଳ ମନ୍ତ୍ରୀ ଶ୍ରୀ ବୈଷ୍ଣବ Xରେ ଲେଖିଛନ୍ତି।

କ୍ୟାବିନେଟରେ ଅନୁମୋଦନ କରାଯାଇଥିବା ପ୍ରକଳ୍ପ ଗୁଡ଼ିକ ହେଲା; ଗୁଣୁପୁର-ଥେରୁବାଲି ନୂତନ ରେଳ ଲାଇନ, ଜୁନାଗଡ଼ ରୋଡ୍‌-ନବରଙ୍ଗପୁର ନୂତନ ରେଳ ଲାଇନ, ମାଲକାନଗିରି-ପଣ୍ଡୁରଙ୍ଗାପୁରମ ଭାୟା ଭଦ୍ରାଚଳମ ନୂତନ ରେଳ ଲାଇନ, ବାଦାମପାହାଡ଼-କେନ୍ଦୁଝରଗଡ଼ ନୂତନ ରେଳ ଲାଇନ, ବାଙ୍ଗିରିପୋଷୀ-ଗୋରୁମହିଷାଣୀ ନୂତନ ରେଳ ଲାଇନ, ବୁଡ଼ାମରା-ଚାକୁଳିଆ ନୂତନ ରେଳ ଲାଇନ, ସରଡ଼େଗା-ଭାଲୁମୁଡା ନୂତନ ଦୋହରୀକରଣ ରେଳ ଲାଇନ ଓ ବରଗଡ଼ ରୋଡ଼-ନୂଆପଡା ରୋଡ଼ ନୂତନ ରେଳ ଲାଇନ୍‌କୁ କ୍ୟାବିନେଟ୍‌ରେ ମଞ୍ଜୁରି ମିଳିଛି।

Advertisment

Bjp Dharmendra Pradhan Railway
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe