ଆଜି ରାଜଧାନୀ ଭୁବନେଶ୍ୱରର ପ୍ରତିଷ୍ଠା ଦିବସ। ୭୬ ବର୍ଷରେ ପାଦ ଥାପିଛି ରାଜଧାନୀ। ଟେମ୍ପଲ ସିଟିରୁ ସ୍ମାର୍ଟ ସିଟିର ଏ ଲମ୍ବା ଯାତ୍ରା ଭିତରେ ବଢିଛି ସହରର କାୟା, ବଦଳିଛି ପରିବେଶ। ସବୁଜ ବଳୟରୁ କଂକ୍ରିଟ ଜଙ୍ଗଲରେ ପରିଣତ ହୋଇଛି ରାଜଧାନୀ।
ରାସ୍ତାଘାଟଠୁ ନେଇ ଆଲୋକୀକରଣ, ଲୋକଙ୍କ ଜୀବନଶୈଳୀ ସବୁକିଛି ବଦଳିଛି। ଏ ୭୬ ବର୍ଷ ମଧ୍ୟରେ ଐତିହ୍ୟ ସହର ଭାବେ ପରିଚିତ ଭୁବନେଶ୍ୱର, ଏବେ ଅତ୍ୟାଧୁନିକ ସ୍ୱାସ୍ଥ୍ୟସେବା, ଶିକ୍ଷା ଏବଂ ସ୍ପୋଟର୍ସର ହବ୍ ଭାବେ ବି ବେଶ ପରିଚିତ। ରୋଜଗାର ପାଇଁ ଅନେକ ଲୋକ ଭୁବନେଶ୍ୱରକୁ ବି ବାଛିଛନ୍ତି।
Also Read
ରାଜଧାନୀର ପ୍ରତିଷ୍ଠା ଉତ୍ସବ ପାଇଁ ବିଧାନସଭା ଆଗରେ ଥିବା ରାଜଧାନୀ ଶିଳାନ୍ୟାସରେ ମାଲ୍ୟାର୍ପଣ ସହିତ ପତାକା ଉତ୍ତୋଳନର କାର୍ଯ୍ୟକ୍ରମ ରହିଛି l ଏହାପରେ ଅତିଥିଙ୍କ ଦ୍ୱାରା ସ୍ଥାନୀୟ ଜୟଦେବ ଭବନରେ ଏକ ସ୍ୱତନ୍ତ୍ର ଫଟୋ ଚିତ୍ର ପ୍ରଦର୍ଶନୀର ଉଦଘାଟନ କାର୍ଯ୍ୟକ୍ରମ ରହିଛି।
ପ୍ରତିଷ୍ଠା ଦିବସ ଉପଲକ୍ଷେ ରାଜଧାନୀ ସଜେଇ ହୋଇଛି। ବିଧାନସଭା, ଲୋକସେବା ଭବନ, କମଶନରେଟ୍ ବିଲଡିଂ ସମେତ ରାସ୍ତାଘାଟ ରଙ୍ଗୀନ ଆଲୋକରେ ଝଲସୁଛି।
TAGS
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Miscellaneous
ପାଦ ଥାପିଲା ୨୦୨୫; ସବୁଠି ସେଲିବ୍ରେଶନର ମାହୋଲ
ଗତକାଲି ବିଳମ୍ବିତ ରାତି ପର୍ଯ୍ୟନ୍ତ ସେଲିବ୍ରସନର ମାହୋଲ ଲାଗି ରହିଥିଲା। ଟ୍ୱିନ ସିଟି ସମେତ ରାଜ୍ୟର ବିଭିନ୍ନ ସହରରେ ଡିଜେର ତାଳେ ତାଳେ ଝୁମି ଥିଲେ ପିଲାଠୁ ବୁଢା।
Miscellaneous
କ୍ଷେତ ବୁଲିଲେ, ଚାଷୀଙ୍କ ଦୁଃଖ ଶୁଣିଲେ ବୈଜୟନ୍ତ
ଜଜାଙ୍ଗ ପରେ ଡେରାବିଶର ବାରିମୂଳକୁ ଯାଇଥିଲେ ସାଂସଦ। ସେଠାରେ ଉଜୁଡା କ୍ଷେତ ବୁଲି ଦେଖିଥିଲେ। କ୍ଷତି ଗ୍ରସ୍ତ ଚାଷୀଙ୍କୁ ପଚାରି ବୁଝିଥିଲେ। କ୍ଷେତ ପରିଦର୍ଶନ କରିବା ପରେ ସାଂସଦ ଶ୍ରୀ ପଣ୍ଡା ଜିଲ୍ଲାପାଳଙ୍କ ସହିତ କ୍ଷୟକ୍ଷତି ନେଇ ବିସ୍ତୃତ ଆଲୋଚନା କରିଥିଲେ।
Miscellaneous
ବାବା ବଳିଆ କହିଲେ, ମହିଳା କମିଶନ ପରି ପୁରୁଷ କମିଶନ ଜରୁରୀ
ବାବା ବଳିଆ କହିଛନ୍ତି, ମାଆ ହେଉଛନ୍ତି ଘରର ଲକ୍ଷ୍ମୀ। ଦିନେ ସମୟ ଥିଲା ତାଙ୍କ ପ୍ରତି ପୁରୁଷମାନେ ଅନେକ ଅତ୍ୟାଚାର କରିଛନ୍ତି। ଏକଥା ସମସ୍ତେ ଜାଣିଛନ୍ତି। ହେଲେ ମହିଳା କମିଶନ ଗଠନ ହେବା ପରେ ସେମାନେ ପୁରୁଷ ଶକ୍ତିଙ୍କୁ ଯେଉଁ ଭଳି ଶ୍ରଦ୍ଧା ବା ସମ୍ମାନ ଦେବା କଥା ତାହା ଦେବାକୁ ପ୍ରସ୍ତୁତ ହେଲେନି।
Miscellaneous
୮ ଆଇପିଏସ୍ ଅଫିସରଙ୍କୁ ପଦୋନ୍ନତି
ପଦୋନ୍ନତି ପାଇଥିବା ଆଇପିଏସ୍ଙ୍କ ମଧ୍ୟରେ ଭୁବନେଶ୍ୱର ଡିସିପି ଅଛନ୍ତି।
Miscellaneous
ଜିରୋ ନାଇଟ୍ ବେଳେ ଜିରୋ ଟଲେରାନ୍ସ ନୀତି, ଆଜି ସନ୍ଧ୍ୟାରୁ ଯାଞ୍ଚ କଡ଼ାକଡ଼ି
ଟୁଇନ୍ ସିଟିରେ ଶାନ୍ତିଶୃଙ୍ଖଳାକୁ ଦୃଷ୍ଟିରେ ରଖି କମିଶନରେଟ ପୁଲିସ ବ୍ୟାପକ ବ୍ୟବସ୍ଥା କରିଛି । ଜିରୋ ନାଇଟ୍ ବେଳେ ଜିରୋ ଟଲେରାନ୍ସ ନୀତି ଆପଣାଇଥିବା ପୁଲିସ ଡ୍ରିଙ୍କ୍ ଆଣ୍ଡ ଡ୍ରାଇଭ୍ ଅଭିଯାନକୁ ଜୋରଦାର କରିବ।