/odisha-reporter/media/post_attachments/uploadimage/library/16_9/16_9_0/Diarrhea_1720674321.jpg)
Diarrhea
ମାଲକାନଗିରି ମାଥିଲି ବ୍ଲକ ଅନ୍ତର୍ଗତ କୋପ୍ରା ଗାଁରେ ଝାଡ଼ାବାନ୍ତିରେ ୭ ଜଣ ଆକ୍ରାନ୍ତ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ୪ ଜଣଙ୍କ ଅବସ୍ଥା ଗୁରୁତର ରହିଛି। ଅସୁସ୍ଥଙ୍କୁ ମାଥିଲି ସବଡିଭିଜନ ମେଡିକାଲରେ ଭର୍ତ୍ତି କରାଯାଇଛି।
Advertisment
ଗତକାଲି କୋପ୍ରା ଗାଁରେ କିଛି ଲୋକଙ୍କୁ ଝାଡ଼ାବାନ୍ତି ହୋଇଥିଲା। ପ୍ରାଥମିକ ଚିକିତ୍ସା ପରେ ମଧ୍ୟ ସ୍ୱାସ୍ଥ୍ୟାବସ୍ଥାରେ କିଛି ସୁଧାର ଆସିନଥିଲା। ପରେ ୭ଜଣଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେମାନଙ୍କ ମଧ୍ୟରୁ ୪ ଜଣଙ୍କ ଅବସ୍ଥା ଗୁରୁତର ରହିଛି। ଗାଁରେ ଝାଡ଼ାବାନ୍ତି ବ୍ୟାପିକାର କାରଣ ଜଣାପଡ଼ି ନଥିବା ବେଳେ ନଳକୂପ ପାଣି ପିଇବା ଯୋଗୁ ଝାଡ଼ାବାନ୍ତି ବ୍ୟାପୁଥିବା ସନ୍ଦେହ କରାଯାଉଛି।
ଆଜି ଗାଁକୁ ମେଡିକାଲ ଟିମ୍ ଯାଇ ଲୋକମାନଙ୍କ ସ୍ୱା଼ସ୍ଥ୍ୟାବସ୍ଥା ଯାଞ୍ଚ କରିବାର ସୂଚନା ରହିଛି। ଏଥିସହ ପାଣିର ନମୂନା ପରୀକ୍ଷା ପାଇଁ ଆଣିପାରନ୍ତି।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
