Vegetable,
ଆକାଶ ଛୁଆଁ ପରିବା ଦର। ହାଟ ବଜାରକୁ ଗଲେ ଏକ ପ୍ରକାର କାନ୍ଦୁଛନ୍ତି ଗ୍ରାହକ। ୫୦୦ଟଙ୍କା ଖର୍ଚ୍ଚ କଲେ, ବ୍ୟାଗ୍ ଭର୍ତ୍ତି ହେବା ତ ଦୂରର କଥା ଅଧା ହେବା ବି ହହେଉନି। ଗାଁଠୁ ସହର ସମସ୍ତଙ୍କୁ ବାଧୁଛି ପରିବା ଦର। ଦର ଆହୁରି ମାସେରୁ ଅଧିକ ସମୟ ଏଭଳି ରହିବ ବୋଲି ବ୍ୟବସାୟୀ ଆକଳନ କରୁଛନ୍ତି। ସେପଟେ ଯୋଗାଣ ମନ୍ତ୍ରୀ କହିଛନ୍ତି, ଦର ବୃଦ୍ଧି ନେଇ ବିଭିନ୍ନ ବଜାର ଓ ମଣ୍ଡିରେ ଯାଞ୍ଚ କରାଯାଉଛି। ମୁନାଫାଖୋର୍ ବ୍ୟବସାୟୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ।
ବ୍ରହ୍ମପୁରରୁ ବାଲେଶ୍ୱର, ଭୁବନେଶ୍ୱରରୁ ରାଉରକେଲା ସବୁଠି ତାଉ ଖାଉଛି ପରିବା ଦର। ୭୦, ୮୦ ଟଙ୍କା ତଳକୁ ଯେପରି ପରିବା ବଜାରରେ ମିଳୁ ହିଁ ନାହିଁ। ଏମିତିକି ରୋଷେଇ ଘରରଅତି ଆବଶ୍ୟକ ସାମଗ୍ରୀ ଆଳୁ, ପିଆଜ ଓ ଟମାଟୋ ଦର ଅଧିକାଂଶ ସ୍ଥାନରେ ୪୦ ପାର କରିଛି। ପରିବା ବଜାରରେ ମହଙ୍ଗା ମାଡ଼ ସିଧାସଳଖ ଖାଉଟିଙ୍କ ପକେଟକୁ ବାଧୁଛି। ଦୈନିକ ପରିବା ବଜାରଠୁ ନେଇ ସାପ୍ତାହିକ ହାଟ, ସବୁଆଡ଼େ ଖାଁ ଖାଁ ସ୍ଥିତି।
ଆଗରୁ କେଜିଏ ପରିବା ନେଉଥିବା ଲୋକେ ଅଧାକେଜି କିମ୍ବା ଅଢେଇଶ ଗ୍ରାମରେ କାମ ଚଳାଉଛନ୍ତି। ବ୍ରହ୍ମପୁରରେ ବାଇଗଣ କିଲୋ ୮୦ ଟଙ୍କା, ବିନ୍ସ ୧୬୦, କାଙ୍କଡ଼ ୧୦୦ ପୋଟଳ କିଲୋ ପିଛା ୭୦ ଟଙ୍କା ରହିଛି। ସେହିପରି ରାଉରକେଲାରେ ଭେଣ୍ଡି ୭୦ ଟଙ୍କା, ପୋଟଳ ୮୦, ବିନ୍ସ ୨୦୦ ଟଙ୍କା ରହିଛି। ରାଜଧାନୀ ଭୁବନେଶ୍ୱରରେ ଦର ମଧ୍ୟ ବେଶ ଉଚ୍ଚା ରହିଛି। ୟୁନିଟ ୧ ହାଟରେ ପୋଟଳ ୬୦, ବାଇଗଣ ୫୦, ଭେଣ୍ଡି ୭୦, ବିନ୍ସ ୧୮୦, ଟମାଟୋ କିଲୋ ପିଛା ୬୦ ଟଙ୍କାରେ ବିକ୍ରି ହେଉଛି।
ଏପଟେ ବ୍ୟବସାୟୀଙ୍କ କହିବା କଥା ବାହାର ରାଜ୍ୟରୁ ଆମଦାନୀ କମ ହେଉଥିବାରୁ ଦର ବୃଦ୍ଧି ହେଉଛି। ସେହିପରି ଆମ ରାଜ୍ୟରେ ନିଅଣ୍ଟିଆ ବର୍ଷା, ଅଭାବୀ ବିକ୍ରି, ଶୀତଳ ଭଣ୍ଡାର ସମସ୍ୟା ଚାଷୀ ପାଇଁ ମୁଣ୍ଡବିନ୍ଧାର କାରଣ ପାଲଟିଛି। ଅହୁରି ମାସେ ଏହିପରି ଦର ଉଚ୍ଚା ରହିବା ନେଇ ଆକଳନ କରିଛନ୍ତି ବ୍ୟବସାୟୀ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploadimage/library/16_9/16_9_0/Vegetable__1718897672.jpeg)