Advertisment

ହୀରାକୁଦ ଡ୍ୟାମ ପ୍ରକଳ୍ପ କେନାଲର ହେବ ନବୀକରଣ; ଜାରି ହେଲା ସଂକଳ୍ପ ପତ୍ର

ଆସନ୍ତା ୪ ବର୍ଷ ଭତିରେ ନବୀକରଣ କାମ ସାରିବାକୁ ଲକ୍ଷ୍ୟ ରଖିଛନ୍ତି ରାଜ୍ୟ ସରକାର।

ଅଦ୍ୟତନ ହୋଇଛି
Hirakud Dam

Hirakud Dam

Advertisment

ଖୁବଶୀଘ୍ର ହୀରାକୁଦ ଡ୍ୟାମ କେନାଲର ହେବ ନବୀକରଣ। ଖର୍ଚ୍ଚ ହେବ ୮୫୫ କୋଟି ଟଙ୍କା। ଏଥିପାଇଁ ଜଳ ସମ୍ପଦ ବିଭାଗ ପକ୍ଷରୁ ସଂକଳ୍ପ ପତ୍ର ଜାରି ହୋଇଛି। ହୀରାକୁଦ ଡ୍ୟାମ୍ ପ୍ରକଳ୍ପ କେନାଲ ପଦ୍ଧତିର ନବୀକରଣ ଯୋଜନାର ବିସ୍ତୃତ ତଥ୍ୟ ମଧ୍ୟ ଆସିଛି। ଆସନ୍ତା ୪ ବର୍ଷ ଭତିରେ ନବୀକରଣ କାମ ସାରିବାକୁ ଲକ୍ଷ୍ୟ ରଖିଛନ୍ତି ରାଜ୍ୟ ସରକାର।

Advertisment

୨୦୨୪-୨୫ରୁ ୨୦୨୭-୨୮ମଧ୍ୟରେ ଉପଯୁକ୍ତ ଜଳ ବଣ୍ଟନ ଓ ପରିଚାଳନା ସୁନିଶ୍ଚିତ କରିବା ପାଇଁ ଜଳଭଣ୍ଡାରର ସିମେଣ୍ଟ ଲାଇନିଂ ପାଇଁ ୮୫୫ କୋଟି ଟଙ୍କା ଖର୍ଚ୍ଚ କରାଯିବ। ନବୀକରଣ ଯୋଜନାରେ ଜଳପଥଗୁଡ଼ିକୁ ମାଇନର, ସବମାଇନର ଭାବରେ ପୁନଃନାମିତ କରାଯିବ। ଏଥସହ ମାଟିରେ ନିର୍ମିତ ହୋଇଥିବା ଜଳପଥଗୁଡ଼ିକରେ ସିମେଣ୍ଟ କଂକ୍ରିଟ ଲାଇନିଂ କରି ଜଳ ପରିଚାଳନା ସ୍ଥିରତା ସୁନିଶ୍ଚିତ କରାଯିବ।

କେନାଲର ଜଳସେଚନ କାର୍ଯ୍ୟଦକ୍ଷତାକୁ ବୃଦ୍ଧି କରିବା ସହ ବଣ୍ଟନ ବ୍ୟବସ୍ଥାରେ ଜଳ କ୍ଷତିକୁ ହ୍ରାସ କରି ତଳ ମୁଣ୍ଡରେ ପାଣି ଉପଲବ୍ଧତା ବୃଦ୍ଧି କରାଯିବ। ବରଗଡ଼ ମୁଖ୍ୟ କେନାଲ୍, ଶାସନ ମୁଖ୍ୟ କେନାଲ ଓ ଅନ୍ୟାନ୍ୟ ଡିଷ୍ଟ୍ରିବ୍ୟୁଟାରୀରେ ଜରାଜୀର୍ଣ୍ଣ ଅବସ୍ଥାରେ ଥିବା ଫଲ ଓ ଆଉଟଲେଟର ନବୀକରଣ କରାଯବ। ଦକ୍ଷିଣ ଓ ବା ସ୍ପିଲୱେ ଫାଉଣ୍ଡେସନ୍ ଗ୍ୟାଲେରୀର ମରାମତି ଓ ନବୀକରଣ ସହିତ ଏହାର ସଂଲଗ୍ନ ହୀରାକୁଦ ଡ୍ୟାମର ଛୋଟ କୁଦର ପୁନଃସଯୋଜନ କରାଯିବ। ୧୯୫୭ ମସିହାରେ ଦେଶର ସବୁଠାରୁ ଲମ୍ବା ମାଟିବନ୍ଧ ହୀରାକୁଦ ଡ୍ୟାମ୍ ନିର୍ମାଣ କରାଯାଇଥିଲା।

Advertisment
Hirakud Dam Sambalpur
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe