Advertisment

୨୦୦୨ ଗ୍ୟାସ୍‌ ବେଲୁନ ବିସ୍ଫୋରଣ ପୀଡ଼ିତଙ୍କ କ୍ଷୋଭ; ଆମକୁ ବଞ୍ଚାଉଥିଲ କାହିଁକି?

୨୦୦୨ ମସିହାରେ ଭୁବନେଶ୍ୱର ଗାନ୍ଧି ମାର୍ଗରେ ଗ୍ୟାସ୍‌ ବେଲୁନ୍‌ ବିସ୍ଫୋରଣ ହୋଇଥିଲା। ଏଥିରେ ୯ ଯୁବକ ଗୁରୁତର ଆହତ ହୋଇଥିଲେ। ସେମାନଙ୍କୁ କ୍ୟାପିଟାଲ୍‌ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଥିଲା।

author-image
Manoranjan Sial
Capital

Capital

ସରକାର ଆମ ଦୁଃଖ ଯଦି ନଶୁଣିବେ, ତାହାହେଲେ ବଞ୍ଚାଉଥିଲେ କାହିଁକି? ପୂର୍ବର ବିଜେଡି ସରକାର ଉପରେ କ୍ଷୋଭ ପ୍ରକାଶ କରି ଆଜି ଏମିତି କହିଛନ୍ତି ୨୦୦୨ ମସିହାର ଗ୍ୟାସ୍‌ ବେଲୁନ ବିସ୍ଫୋରଣ ପୀଡ଼ିତ। ଘର ଖଣ୍ଡିଏ ଲେଖାଏଁ ଯୋଗାଇଦେବା ପାଇଁ ପୀଡ଼ିତମାନେ ଆଜି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଭିଯୋଗ ପ୍ରକୋଷ୍ଠକୁ ଆସିଥିଲେ।

Advertisment

୨୦୦୨ ମସିହାରେ ଭୁବନେଶ୍ୱର ଗାନ୍ଧି ମାର୍ଗରେ ଗ୍ୟାସ୍‌ ବେଲୁନ୍‌ ବିସ୍ଫୋରଣ ହୋଇଥିଲା। ଏଥିରେ ୯ ଯୁବକ ଗୁରୁତର ଆହତ ହୋଇଥିଲେ। ସେମାନଙ୍କୁ କ୍ୟାପିଟାଲ୍‌ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଥିଲା। ସେଠାରେ ସେମାନଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ହେବାରୁ କଟକ ବଡ଼ ମେଡିକାଲ୍‌ ସ୍ଥାନାନ୍ତରିତ କରାଯାଇଥିଲା। ଏପରିକି ସେମାନଙ୍କ ଚିକିତ୍ସା ପାଇଁ ଦିଲ୍ଲୀରୁ ଚକ୍ଷୁ ଡାକ୍ତର ଆସିଥିଲେ। ମେଡିକାଲ୍‌ରେ ଚିକିତ୍ସା ଚାଲିଥିବା ବେଳେ ସେତେବଳର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମେଡ଼ିକାଲ୍‌ ଯାଇ ଅସୁସ୍ଥଙ୍କୁ ଭେଟିଥିଲେ। ସବୁ ପ୍ରକାର ସହାୟତା ଯୋଗାଇ ଦିଆଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ। ହେଲେ କେବଳ ଭତ୍ତା ଛଡ଼ା ଆଉ କିଛି ମିଳୁନି ବୋଲି ପୀଡ଼ିତମାନେ କହିଥିଲେ।

ଗ୍ୟାସ ବେଲୁନ ବସ୍ଫୋରଣରେ ଅନ୍ଧ ହୋଇଥିବା ବିଶ୍ୱଜିତ ପଣ୍ଡା କହିଛନ୍ତି, ଭତ୍ତା ଟଙ୍କା ମିଳୁଛି। ତେଣୁ ଆମେ ସେହି ଟଙ୍କାରେ କିଛିନା କିଛି କରି ପରିବାର ଭରଣ ପୋଷଣ କରୁଛୁ। ହେଲେ ଭୁବନେଶ୍ୱରରେ ରହିବା ପାଇଁ ଆମର ବାସଗୃହ ନାହିଁ। ସେତେବେଳେ ବ୍ୟାଚଲର ଥିବାରୁ ବାପା-ମାଆଙ୍କ ପାଖରେ ରହି ଚଳି ଯାଉଥିଲୁ। ଏବେ ବାପା-ମାଆ ପରିଣତ ବୟସରେ ପହଞ୍ଚିଲେଣି। ବର୍ତ୍ତମାନ ସେମାନଙ୍କ ଅବସ୍ଥା ଭଲ ନାହିଁ। ଏବେ ସେମାନଙ୍କୁ ପୋଷିବା ଦାୟିତ୍ୱ ଆମର। ଆମେ ୯ ଜଣଙ୍କୁ ଘର ଖଣ୍ଡିଏ ଲେଖାଏଁ ଦେଇଦେଲେ ଭଲ ହୁଅନ୍ତା। ଆମର ଆଉ କିଛି ଅଭିଯୋଗ ନାହିଁ ବୋଲି ବିଶ୍ୱଜିତ କହିଛନ୍ତି।

Advertisment

ସେ ଆହୁରି କହିଛନ୍ତି, ସରକାର ଆମକୁ ସମୁଦ୍ର ମଝିରୁ ଆଣି କୂଳରେ ମାରିଦେଲେ। ଯଦି ଆଣିନଥାଆନ୍ତେ, ତାହାହେଲେ ଯିଏ ଯେଉଁ କର୍ମ କରି ବଞ୍ଚି ଥାଆନ୍ତେ ବା ମରିଯାଇଥାନ୍ତେ। କିନ୍ତୁ ଆମକୁ ବଞ୍ଚେଇଦେଇ ମାରିଦେଲା ଭଲି କଥା ହେଲା ବୋଲି ସେ କହିଛନ୍ତି।

ସେପଟେ ବିଶ୍ୱଜିତଙ୍କ ବନ୍ଧୁ କହିଛନ୍ତି, ସରକାର ଯଦି ଆମ ଦୁଃଖ ଶୁଣିବେ ନାହିଁ, ନାହାହେଲେ ବଞ୍ଚାଉଥିଲେ କାହିଁକି?

Bhubaneswar Bhubaneswar News