Advertisment

DMF ଫଣ୍ଡରୁ ୯ କୋଟି ଟଙ୍କା ନେଇଗଲେ, ଅକଳରେ ବ୍ୟାଙ୍କ କର୍ତ୍ତୃପକ୍ଷ

ଖଣି ଅଞ୍ଚଳର ବିକାଶ କରିବା ପାଇଁ ଏହି ଫଣ୍ଡ ଗଠନ କରାଯାଇଥିଲା। ଏହାର ଆକାଉଣ୍ଟ ବାରିପଦା ଟାଉନ୍‌ରେ ଥିବା ବ୍ୟାଙ୍କ ଅଫ୍‌ ଇଣ୍ଡିଆ ଶାଖାରେ ରହିଛି।

ଅଦ୍ୟତନ ହୋଇଛି
Bank

Bank

Advertisment

ଖଣି ଅଞ୍ଚଳର ବିକାଶ ପାଇଁ ଗଠନ ହୋଇଥିଲା DMF ଫଣ୍ଡ। ଆଜି ସେଥିରୁ ୯ କୋଟିରୁ ଅଧିକ ଟଙ୍କା ହଡପ୍‌ ହୋଇଛି। ୪ଟି ଚେକ୍‌ ଦେଇ ବ୍ୟାଙ୍କକୁ ଚୂନା ଲଗାଇଦେଲେ ବାହାର ରାଜ୍ୟର କମ୍ପାନୀ। ଯାହାକୁ ନେଇ ହରଡ ଘଣାରେ ପଡ଼ିଛନ୍ତି ବ୍ୟାଙ୍କ ଅଫ୍‌ ଇଣ୍ଡିଆର ବାରିପଦା ଶାଖା କର୍ତ୍ତୃପକ୍ଷ। ଟଙ୍କା ହଡପ୍‌ ହୋଇଥିବା ଜାଣି ବ୍ୟାଙ୍କ କର୍ତ୍ତୃପକ୍ଷ ଆଜି ଥାନାରେ ଲିଖିତ ଅଭିଯୋଗ କରିଛନ୍ତି।

Advertisment

ମୟୂରଭଞ୍ଜ ପିଡି ଡିଆରଡିଏ ଅଧୀନରେ ରହିଛି District Mineral Foundation(DMF)। ଖଣି ଅଞ୍ଚଳର ବିକାଶ କରିବା ପାଇଁ ଏହି ଫଣ୍ଡ ଗଠନ କରାଯାଇଥିଲା। ଏହାର ଆକାଉଣ୍ଟ ବାରିପଦା ଟାଉନ୍‌ରେ ଥିବା ବ୍ୟାଙ୍କ ଅଫ୍‌ ଇଣ୍ଡିଆ ଶାଖାରେ ରହିଛି। ଜିଲ୍ଲା ପ୍ରଶାସନର ଅଜାଣତରେ ଏହି ଫଣ୍ଡର ୨ଟି ଚେକ୍‌ ଗତ ୧୦ ତାରିଖରେ ବ୍ୟାଙ୍କରେ ଜମା ହୋଇଥିଲା। ବ୍ୟାଙ୍କ କର୍ତ୍ତୃପକ୍ଷ କୌଣସି ତର୍ଜମା ନକରି Chq No-017795ରେ ୨,୬୮,୪୨,୩୦୦ ଟଙ୍କା ପିଟି କନ୍‌ଷ୍ଟ୍ରକ୍‌ସନ୍‌ ଆଣ୍ଡ ସପ୍ଲାୟର୍ସ ଆକାଉଣ୍ଟ ଟ୍ରାନ୍ସଫର କରାଯାଇଥିବା ବେଳେ Chq No-01776ରେ ୧,୮୪,୨୭,୪୦୦ ଟଙ୍କା ଏସ୍‌କେ ଏଣ୍ଟ୍ରପ୍ରାଇଜେସ୍‌କୁ ଟ୍ରାନ୍ସଫର କରିଥିଲେ। 

କେବଳ ସେହି ଦୁଇଟି ଚେକ୍‌ ନୁହେଁ, ଗତ ୧୮ ତାରିଖରେ ପୁଣି ଆଉ ଦୁଇଟି ଚେକ୍‌ ମଧ୍ୟ ବ୍ୟାଙ୍କରେ ଜମା ହୋଇଥିଲା। Chq No-୦୧୭୭୯୮ରେ ୩,୧୫,୭୪,୨୦୦ ଟଙ୍କା ପିଟି କନ୍‌ଷ୍ଟ୍ରକ୍‌ସନ୍‌ ଆଣ୍ଡ ସପ୍ଲାୟର୍ସ ଆକାଉଣ୍ଟକୁ ଯାଇଥିବା ବେଳେ Chq No- 017797ରେ ୧,୮୮,୩୨,୭୦୦ ଟଙ୍କା ଏସ୍‌କେ ଏଣ୍ଟ୍ରପ୍ରାଇଜର୍ସ ଆକାଉଣ୍ଟକୁ ଟ୍ରାନ୍ସଫର ହୋଇଥିଲା। ଦୁଇଟି ପର୍ଯ୍ୟାୟରେ ଦୁଇଟି କମ୍ପାନୀକୁ ୯ କୋଟି ୫୬ ଲକ୍ଷ ଟଙ୍କା ଟ୍ରାନ୍ସଫର ହୋଇଛି। ହେଲେ ଏନେଇ ଜିଲ୍ଲା ପ୍ରଶାସନ ପାଖରେ କୌଣସି ଖୋଜ ଖବର ନାହିଁ।

Advertisment

ଟଙ୍କା ଟ୍ରାନ୍ସଫର କରିବା ପରେ ବ୍ୟାଙ୍କ କର୍ତ୍ତୃପକ୍ଷ ଚେକ୍‌ ନମ୍ୱର ଗୁଡ଼ିକୁ ଜିଲ୍ଲା ପ୍ରଶାସନ ପାଖକୁ ପଠାଇଥିଲେ। କୌଣସି ଚେକ୍‌ କାହାକୁ ଦିଆଯାଇନଥିବା ଜିଲ୍ଲାପ୍ରଶାସନ ସ୍ପଷ୍ଟ କରିଥିଲା। ଏହାପରେ ବ୍ୟାଙ୍କ କର୍ତ୍ତୃପକ୍ଷଙ୍କ ଅକଲ ଗୁଡ଼ୁମ ହୋଇଯାଇଥିଲା। ଆଜି ବ୍ୟାଙ୍କ ମ୍ୟାନେଜର ଏ ନେଇ ଭଞ୍ଜପୁର ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗକୁ ଭିତ୍ତିକରି ପୁଲିସ ଦଫା ୪୨୦, ୪୬୮, ୪୧୯, ୪୭୧ ମାମଲା ରୁଜୁ କରିଛି। ଶେଷ ଖବର ସୁଦ୍ଧା ମାମଲାର ତଦନ୍ତ କ୍ରାଇମବ୍ରାଞ୍ଚ EOW ତଦନ୍ତ କରୁଥିବା ଜଣାପଡ଼ିଛି।

ପିଡି ଡିଆରଡିଏ ରଜନ କୁମାର ସ୍ୱାଇଁ କହିଛନ୍ତି, ବହୁଦିନ ହେଲା ଆମର ଚେକ୍ ସିଷ୍ଟମ୍‌ ବନ୍ଦ ହୋଇଗଲାଣି। ଜିଲ୍ଲାପାଳଙ୍କ ଦସ୍ତଖତ ଥିବା ଚିଠି ସହ ଚେକ୍‌ ଯାଇଛି। କିନ୍ତୁ ଆମେ କୌଣସି ପ୍ରାଇଭେଟ୍‌ କମ୍ପାନୀକୁ ଚେକ୍‌ ଦେଇନାହୁ ବୋଲି ଶ୍ରୀ ସ୍ୱାଇଁ କହିଛନ୍ତି।

ସେପଟେ ଏନେଇ ବ୍ୟାଙ୍କ କର୍ତ୍ତୃପକ୍ଷ ବା ପୁଲିସ୍‌ର ପ୍ରତିକ୍ରିୟା ମିଳିପାରି ନାହିଁ।

ରିପୋର୍ଟ- ବାରିପଦାରୁ ମାନିକଲାଲ ପାଣି

Baripada EOW
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe