Advertisment

ଏହି କାରଣ ପାଇଁ ଆତ୍ମସମର୍ପଣ କଲେ ୨ ମହିଳା ଓ ୭ ପୁରୁଷ ମାଓବାଦୀ

୯ ଜଣ ମାଓବାଦୀ KKBN ଡିଭିଜନର ହୋଇଥିବା ବେଳେ ସେମାନେ ଛତିଶଗଡ଼ର ମୁଲେର ଗାଁର ଲୋକ।

Naxal

Naxal

Advertisment

ବୌଦ୍ଧ ପୁଲିସକୁ ମିଳିଛି ବଡ଼ ସଫଳତା। ଏନକାଉଣ୍ଟର କିଛି ଦିନ ପରେ ଆତ୍ମସମର୍ପଣ କରିଛନ୍ତି ୯ ଜଣ ମାଓବାଦୀ। ଆତ୍ମସମର୍ପଣ କରିଥିବା ନକ୍ସଲମାନେ କେକେବିଏନ ସଂଗଠନରେ ଦୀର୍ଘ ବର୍ଷ ହେଲା ସକ୍ରିୟ ଥିଲେ। ହେଲେ ନକ୍ସଲ ସଂଗଠନରେ ଦିଆଯାଉଥିବା ନିର୍ଯାତନାକୁ ସହି ନ ପାରି ସେମାନେ ସମାଜ ମୁଖ୍ୟ ସ୍ରୋତରେ ସାମିଲ ହେବାକୁ ନିଷ୍ପତ୍ତି ନେଇଛନ୍ତି।

Advertisment

ଆତ୍ମସମର୍ପଣ କରିଥିବା ମାଓବାଦୀଙ୍କ ମଧ୍ୟରେ ୨ ଜଣ ମହିଳା ଓ ୭ ଜଣ ପୁରୁଷ ଥିବା ଦକ୍ଷିଣାଞ୍ଚଳ ଆଇଜି ଜୟ ନାରାୟଣ ପଙ୍କଜ ସୂଚନା ଦେଇଛନ୍ତି। ତାଙ୍କ କହିବା କଥା ଯେ ହିଂସା ଛାଡ଼ି ଏମାନେ ସମାଜର ମୁଖ୍ୟ ସ୍ରୋତରେ ସାମିଲ ହେବା ଉଦ୍ଦେଶ୍ୟରେ ଆତ୍ମସମର୍ପଣ କରିଛନ୍ତି। ୯ ଜଣ ମାଓବାଦୀ KKBN ଡିଭିଜନର ହୋଇଥିବା ବେଳେ ସେମାନେ ଛତିଶଗଡ଼ର ମୁଲେର ଗାଁର ଲୋକ।

ଆତ୍ମସମର୍ପଣ କରିଥିବା ମହିଳା ମାଓବାଦୀ ୟୋଗି ମାଡ଼ବି ୨୦୧୯ରେ ସଙ୍ଗଠନର କାର୍ଯ୍ୟକର୍ତ୍ତା ଭାବେ ଯୋଗ ଦେଇଥିଲେ। ତାଙ୍କୁ କେକେବିଏନ୍‌ ଡିଭିଜନର ଅଷ୍ଟମ ଲିଡର ସିଲାର ସିକ୍ୟୁରିଟୀ ଗାର୍ଡ ଭାବେ ନିଯୁକ୍ତି ମିଳିଥିଲା। ୫ ବର୍ଷ ହେବ ବିଭିନ୍ନ ସ୍ଥାନରେ ସକ୍ରିୟ ଥିଲେ। ହେଲେ ପରବର୍ତ୍ତୀ ସମୟରେ ନକ୍ସଲ ସଙ୍ଗଠନ ଦ୍ୱାରା ବିଭିନ୍ନ ଅନୈତିକ ଗତିବିଧି ଦେଖିବାକୁ ମିଳିଥିଲା।

Advertisment

କ୍ୟାମ୍ପରେ ମହିଳା କ୍ୟାଡଙ୍କୁ ଶାରୀରିକ ନିର୍ଯାତନା ଓ ଯୌନ ଉତ୍ପୀଡ଼ନର ଶିକାର ହେବାକୁ ପଡ଼ୁଥିଲା। ବଡ଼ ବଡ଼ ଠିକାଦାରଙ୍କୁ ଧମକାଇ ଅର୍ଥ ହଡ଼ପ, ଗଞ୍ଜେଇ ଚାଷ ତଥା ଚୋରା ଚାଲାଣକୁ ପ୍ରୋତ୍ସାହିତ କରିବା, ଗଞ୍ଜେଇ ମାଫିଆଙ୍କଠାରୁ ଟଙ୍କା ଆଣିବା ଓ ଯୁବକ, ବାଳକ ଓ ବାଳିକାମାନଙ୍କୁ ମିଥ୍ୟା ପ୍ରତିଶ୍ରୁତି ଦେଇ ସଂଗଠନରେ ମିଶାଇବା ଭଳି କାମ କରାଯାଉଛି। ଏଥିଯୋଗୁ ୯ ଜଣ ନକ୍ସଲ ଅସନ୍ତୋଷ ପ୍ରକାଶ କରି ସଂଗଠନ ଛାଡ଼ିଥିବା କହିଛନ୍ତି।

ଏହା ବ୍ୟତୀତ ସେମାନେ କହିଛନ୍ତି ଯେ ଉଚ୍ଚ ପାହ୍ୟାରେ କାମ କରୁଥିବା ସଦସ୍ୟମାନେ ନିମ୍ନ ପାହ୍ୟାରେ ଥିବା ସଦସ୍ୟଙ୍କୁ ନିୟମିତ ଭାବେ ଅଶ୍ଳୀଳ ବ୍ୟବହାର କରି ଚାଲିଥିଲେ। ଏଥିପାଇଁ ସେମାନେ ବନ୍ଧୁକ ଛାଡ଼ି ସମାଜର ମୁଖ୍ୟ ସ୍ରୋତରେ ସାମିଲ୍ ହୋଇ ବେଶ ଖୁସି ବୋଲି କହିଛନ୍ତି।

Odisha Naxal Boudh
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe