ଓଡ଼ିଶାରେ ଅଛନ୍ତି ମୋଟ୍ ୬୯୬ କଲରାପତରିଆ। ରାଜ୍ୟର ପ୍ରଥମ କଲରାପତରିଆ ଗଣନା ରିପୋର୍ଟରୁ ଆସିଛି ଏହି ତଥ୍ୟ। ଚଳିତ ଥର ନିଜସ୍ୱ କଲରାପତରିଆ ଗଣନା କରିଛି ବନ ବିଭାଗ। NTCA ରିପୋର୍ଟ ଅନୁସାରେ ୨୦୨୨ରେ ଓଡ଼ିଶାର ବିଭିନ୍ନ ଜଙ୍ଗଲରେ ୫୬୮ଟି କଲରାପତରିଆ ରହିଥିଲେ। ୨୦୧୮ରେ କଲରାପତରିଆ ବାଘ ସଂଖ୍ୟା ଥିଲା ୭୬୦ ଥିଲା।
ଓଡ଼ିଶା ଜଙ୍ଗଲରେ କଲରାପତରିଆଙ୍କ ସଂଖ୍ୟା ଦୁଇ ବର୍ଷରେ ୧୨୮ ବଢ଼ିଛି। ୨୦୨୨ରେ ଥିଲେ ୫୬୮ । ଆଉ ଏବେ ଅଛନ୍ତି ୬୯୬। ରାଜ୍ୟସ୍ତରୀୟ ବନ୍ୟପ୍ରାଣୀ ସପ୍ତାହ ପାଳନ
ଯଦିଓ ରାଜ୍ୟର ନିଜସ୍ୱ ପ୍ରଥମ କଲରାପତରିଆ ଗଣନାରେ ପୂର୍ବଥର ଅପେକ୍ଷା ସଂଖ୍ୟା ବଢ଼ିଛି, ହେଲେ ୨୦୧୮ର ଗଣନା ତୁଳନାରେ ଢେର୍ କମ୍ ଥିବାରୁ ଏହାକୁ ନେଇ ଉଠିଛି ପ୍ରଶ୍ନ। ଖୋଦ୍ ଜଙ୍ଗଲ ମନ୍ତ୍ରୀ ବି କହିଛନ୍ତି, ଯଦିଓ ଚଳିତ ଗଣନାରେ କଲରାପତରିଆଙ୍କ ସଂଖ୍ୟା ବଢ଼ିଛି, ତାହା ଆହୁରି ବଢ଼ିବା କଥା। ନିୟମିତ ଶିକାର ଓ ବାଘଛାଲ ଜବତ ଯୋଗୁ କଲରାପତରିଆ ସଂଖ୍ୟା ହ୍ରାସ ପାଇଛି ବୋଲି କୁହାଯାଉଛି।
ବନ୍ୟପ୍ରାଣୀ ପିସିସିଏଫ ସୁଶାନ୍ତ ନନ୍ଦ କହିଛନ୍ତି, ୨୦୧୮ ଓ ୨୦୨୨ରେ NTCAର ଗଣନା ଷ୍ଟାଟିଷ୍ଟିକଲ ମଡେଲ ଥିଲା। ସେମାନେ ଶିମିଳିପାଳ ଓ ସାତକୋଶିଆ ଭଳି ସୀମିତ ସ୍ଥାନରେ କ୍ୟାମେରା ଲଗାଉ ଥିଲେ। କିନ୍ତୁ ରାଜ୍ୟ ସରକାରଙ୍କ ନିଜସ୍ୱ କଲରାପତରିଆ ଗଣନା ବେଳେ ୪୭ଟି ଡିଭିଜନରେ କ୍ୟାମେରା ଲଗାଯାଇଥିଲା।
୨୦୧୮ ରେ ଷ୍ଟାଟିଷ୍ଟିକାଲ ଏରର ୩୫% ଥିଲା। ୨୦୧୬ ରେ ୩୩% ଏରର ହୋଇଥିଲା। ଏଥର କ୍ୟାମେରା ଟ୍ରାପରେ ୨୮୪ରୁ ୨୯୬ ବିରଳ କଲରାପତରିଆ ଚିହ୍ନଟ ହୋଇଛନ୍ତି। ଆମର ଏଷ୍ଟିମେସନ ଷ୍ଟାଟିଷ୍ଟିକାଲ ଏରର ୧୦%ରୁ କମ। କିନ୍ତୁ NTCAର ୟୁନିକ୍ କଲରାପତରିଆ ସଂଖ୍ୟା ୧୦୦ ତଳେ ଥିଲା।
ତଥ୍ୟ ଅନୁସାରେ, ଶିମିଳିପାଳ ଅଭୟାରଣ୍ୟ ଥିବା ମୟୂରଭଞ୍ଜ- କେନ୍ଦୁଝର ଲ୍ୟାଣ୍ଡସ୍କେପରେ ସର୍ବାଧିକ ୨୦୦ କଲରାପତରିଆ ଅଛନ୍ତି। ସାତକୋଶିଆ- ଆଠମଲ୍ଲିକ- ବୌଦ୍ଧ ଲ୍ୟାଣ୍ଡସ୍କେପରେ ୧୫୦ରୁ ୧୬୦, ହୀରାକୁଦ- ରେଢ଼ାଖୋଲ- ସମ୍ବଲପୁର ଲ୍ୟାଣ୍ଡସ୍କେପରେ ୭୦ରୁ ୮୦, ଖରିଆର- ସୁନାବେଡ଼ା ଅଞ୍ଚଳରେ ୪୦-୫୦ ପାଖାପାଖି ଓ ଢେଙ୍କାନାଳ ଅଞ୍ଚଳରେ ପ୍ରାୟ ୨୦ଟି କଲରାପତରିଆ ରହିଛନ୍ତି।
ଆମ ରାଜ୍ୟରେ ଘଞ୍ଚ ଜଙ୍ଗଲ ଥିବାରୁ କଲରାପତରିଆ ବାଘ ସଂଖ୍ୟା ବଢ଼ିବାର ଆଶଙ୍କା କମ୍। କଲାପତରିଆ ସଂଖ୍ୟ ୭ଶହ ରୁ ୮ଶହ ରହିବ ବୋଲି ପିସିସିଏଫ୍ ଆକଳନ କରିଛନ୍ତି।