Advertisment

ଧରାପଡ଼ିଲା ୧୨ ଫୁଟ୍‌ର ଅଜଗର

ଚିଙ୍ଗୁଡ଼ି ଘେରିରେ ଏକ ୧୨ଫୁଟ ଲମ୍ବର ଅଜଗର ସାପ ଉଦ୍ଧାର କରାଯାଇଛି

python snake

python snake

Advertisment

ଧରାପଡ଼ିଲା ବିଶାଳ ଅଜଗର। ଚିଙ୍ଗୁଡ଼ି ଘେରିରେ ଜିଙ୍ଗୁଡ଼ି ଖାଉଥିବା ବେଳେ ଧରାପଡ଼ିଛି। ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି କେନ୍ଦ୍ରାପଡ଼ା ଜିଲ୍ଲା ରାଜକନିକା ଥାନା ଅନ୍ତର୍ଗତ ବଜରପୁର ପୋଖରୀ ସାହି ଗାଁରେ।

Advertisment

ପୋଖରୀ ସାହି ଗାଁର ମେଘୁ ସାହୁ ଓ ବିଷ୍ଣୁ ଦାସଙ୍କ ଚିଙ୍ଗୁଡ଼ି ଘେରିରେ ଏକ ୧୨ଫୁଟ ଲମ୍ବର ଅଜଗର ସାପ ଉଦ୍ଧାର କରାଯାଇଛି। ଆଜି ଅଜଗର ସାପ ଘେରିରେ ପଶି ଚିଙ୍ଗୁଡ଼ି ଖାଉଥିଲା। ଗାଁ ଲୋକ ଅଜଗରକୁ ଦେଖି ସ୍ନେକ ହେଲ୍ପ ଲାଇନ୍‌କୁ ଖବର ଦେଇଥିଲେ। ସ୍ନେକ ହେଲ୍ପ ଲାଇନର ସଦସ୍ୟ ତପନ କୁମାର ଜେନା ଗାଁରେ ପହଞ୍ଚି ସାପଟିକୁ ଉଦ୍ଧାର କରିଥିଲେ। ତେବ ବଜରପୁର ଗାଁ ଟି ଭିତରକନିକା ଅଭୟାରଣ୍ୟ ନିକଟବର୍ତ୍ତୀ ହୋଇଥିବାରୁ ଖାଦ୍ୟ ଅନ୍ୱେଷଣ ରେ ଅଜଗରଟି ଚାଲିଆସିଥିବା କୁହାଯାଉଛି। ଉଦ୍ଧାର ପରେ ଅଜଗରକୁ ବନବିଭାଗକୁ ହସ୍ତାନ୍ତର କରାଯାଇଛି।

Python
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe