Advertisment

ରାସ୍ତାରେ ବୁଲୁଛି ଭାଲୁ, ଭୟରେ ଲୋକେ

ବନ୍ୟ ଜନ୍ତୁ ରାସ୍ତାଉପରକୁ ଓ ଏନଏସି ଭିତରକୁ ଚାଲିଆସୁଥିବାରୁ ଲୋକମାନେ ଏକପ୍ରକାର ଡରିକି ଅଛନ୍ତି।

Bear

Bear

Advertisment

ରାତିହେଲେ ରାଜରାସ୍ତାରେ ବୁଲୁଛି ଭାଲୁ। ଏଭଳି ଘଟଣା ଦେଖିବାକୁ ମିଳିଛି ଢେଙ୍କାନାଳ ଜିଲ୍ଲା ଭୁବନ ବନାଞ୍ଚଳ ଅଧୀନ ୫୩ ନମ୍ବର ଜାତୀୟ ରାଜପଥରେ।

Advertisment

ରବିବାର (ଗତକାଲି) ବିଳମ୍ବିତ ରାତିରେ ଭାଲୁଟି ଭୁବନ ବାଇପାସ ଓଭରବ୍ରିଜ ଉପରେ ବୁଲୁଥିବାର ଦେଖିବାକୁ ମିଳିଛି। ତେବେ ଏହି କିଛିଦିନ ହେଲା ଭୁବନର ପୂର୍ତ୍ତବିଭାଗ ଡାକବଙ୍ଗଳା, ଅଗ୍ନିଶମ ପରିସର ଓ ନୂଆଭୁବନ ଅଞ୍ଚଳରେ ମଧ୍ୟ ଭାଲୁକୁ ଦେଖିବାକୁ ମିଳିଥିଲା।

ଅଳ୍ପଦିନ ଭିତରେ ଦୁଇଟି ଭାଲୁର ଗାଡ଼ି ଦୁର୍ଘଟଣାରେ ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ବାରମ୍ବାର ବନ୍ୟ ଜନ୍ତୁ ରାସ୍ତାଉପରକୁ ଓ ଏନଏସି ଭିତରକୁ ଚାଲିଆସୁଥିବାରୁ ଲୋକମାନେ ଏକପ୍ରକାର ଡରିକି ଅଛନ୍ତି। ତେଣୁ ଭୁବନ ବନବିଭାଗ ରାତିରେ ପାଟ୍ରୋଲିଂ କରିବାକୁ ଅଞ୍ଚଳବାସୀ ଦାବି କରିଛନ୍ତି।

Advertisment
Bear Attack
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe