Advertisment

ମତ୍ସ୍ୟଜୀବୀଙ୍କ ଜାଲରେ ପଡ଼ିଲା ବିରଳ ପ୍ରଜାତିର ମାଛ

ମହାନଦୀର ସାତକୋଶିଆରେ ଏହି ବିରଳ ପ୍ରଜାତିର ମାଛ ଦେଖିବାକୁ ମିଳୁଥିବା ବେଳେ ବର୍ଷା ଦିନ ହେଲେ ଉପରମୁଣ୍ଡକୁ ପଳାଇ ଆସିଥାନ୍ତି।

author-image
Tapaswini Nayak
ଅଦ୍ୟତନ ହୋଇଛି
Fish

Fish

ବୌଦ୍ଧ ଜିଲ୍ଲା ବୋହି ଯାଇଥିବା ମହାନଦୀରୁ ଧରାପଡ଼ିଲା ବିରାଟକାୟ ବୁଦ ମାଛ। ଏହି ବୁଦ ମାଛର ଓଜନ ପ୍ରାୟ ୪୦ କେଜି ହେବ। ମହାନଦୀରେ ମାଛ ମାରୁଥିବା ବେଳେ ମତ୍ସ୍ୟଜୀବୀଙ୍କ ମାନଙ୍କ ଜାଲରେ ପଡିଛି ଏହି ମାଛ।

Advertisment

ମହାନଦୀର ସାତକୋଶିଆରେ ଏହି ବିରଳ ପ୍ରଜାତିର ମାଛ ଦେଖିବାକୁ ମିଳୁଥିବା ବେଳେ ବର୍ଷା ଦିନ ହେଲେ ଉପରମୁଣ୍ଡକୁ ପଳାଇ ଆସିଥାନ୍ତି। ପୂର୍ବରୁ ମଧ୍ୟ ଏକାଧିକ ଥର ଏହି ବିରଳ ପ୍ରଜାତିର ମାଛ ଧରିଥିବା କହିଛନ୍ତି ମତ୍ସ୍ୟଜୀବୀ।

ଜଣେ ମତ୍ସ୍ୟଜୀବୀ କହିଛନ୍ତି, ମହାନଦୀରୁ ଏହି ମାଛ ଧରାଯାଇଛି। ବର୍ଷା ଦିନରେ ଗୋଳିଆ ପାଣି ଆସିଲେ ଏହି ମାଛ  ଜାଲରେ ପଡ଼ିଥାନ୍ତି। ଜାଲରେ ପଡ଼ିଥିବା ମାଛର ଓଜନ ୪୦ କେଜି। ଏହାଠୁ ବଡ଼ ମାଛ ମଧ୍ୟ ଜାଲରେ ପଡ଼େ। ଏହି ମାଛର ଚାହିଦା ବଜାରରେ ଅଧିକ ରହିଛି। ଲୋକେ ମଧ୍ୟ ଏହି ମାଛକୁ ଖାଇବାକୁ ପସନ୍ଦ କରନ୍ତି। ବର୍ଷା ଦିନରେ ଏହି ମାଛ ଜାଲରେ ପଡ଼େ। ଅନ୍ୟ ସମୟରେ ଏହି ମାଛ ପଡ଼େ ନାହିଁ।

Advertisment
Boudh Fish