Advertisment

୫ ଦିନ ହେବ ନିଖୋଜ ଥିଲେ ଓମ୍ ପ୍ରକାଶ; ଆଜି ମିଳିଲା ମୃତଦେହ

ଗତ ୮ ତାରିଖରେ ରିଲ୍ସ କଲାବେଳେ ତାପଙ୍ଗ ଖଣି ପୋଖରୀରେ ବୁଡି ଯାଇଥିଲେ ଓମ୍।

ଅଦ୍ୟତନ ହୋଇଛି
Om prakash

Om prakash

Advertisment

ଖୋର୍ଦ୍ଧା ଜିଲ୍ଲା ତାପଙ୍ଗ ଖଣି ପୋଖରୀରୁ ମିଳିଲା ନିଖୋଜ ଯୁବକ ଓମ୍ ପ୍ରକାଶ ରଥଙ୍କ ମୃତଦେହ। ୫ ଦିନ ପରେ ଆଜି ସକାଳେ ଖଣି ପାଣିରେ ଭାସୁଥିବା ଅବସ୍ଥାରେ ମୃତଦେହ ଉଦ୍ଧାର ହୋଇଛି। ଓମ୍ ପ୍ରକାଶ ରଥଙ୍କ ମୃତଦେହକୁ ଉଦ୍ଧାର କରିଛି ଅଗ୍ନିଶମ ବାହିନୀ।

Advertisment

ଗତ ୮ ତାରିଖରେ ୪ ଜଣ ସାଙ୍ଗ ତାପଙ୍ଗ ଖଣି ପୋଖରୀକୁ ବୁଲିବାକୁ ଆସିଥିଲେ। ସେଠାରେ ରିଲ୍ସ କଲାବେଳେ ଖଣି ପୋଖରୀରେ ବୁଡି ଯାଇଥିଲେ ଦୁଇ ଜଣ ଯୁବକ। ଜଣଙ୍କୁ ଉଦ୍ଧାର କରାଯାଇଥିବା ବେଳେ ଓମ୍‌ଙ୍କର ପତ୍ତା ମିଳିନଥିଲା। ପରେ NDRF, ଓଡ୍ରାଫ୍ , ନାଭାଲ ଟିମ୍ ସହ ଅଗ୍ନିଶମ ବାହିନୀ ଓମ୍‌ଙ୍କୁ ଖୋଜାଖୋଜି କରିଥିଲେ। ହେଲେ ତାଙ୍କର କୌଣସି ପତ୍ତା ମିଳିନଥିଲା।

ଗତକାଲି  ସକାଳେ ୮ ଜଣିଆ NITର ସ୍ୱତନ୍ତ୍ର ରୋବଟ୍ ଟିମ୍‌ ଖୋଜାଖୋଜି କରିଥିଲେ। ଆଜି ସକାଳେ ଓମ୍ ପ୍ରକାଶ ରଥଙ୍କ ମୃତଦେହ ପାଣିରେ ଭାସୁଥିବା ଅବସ୍ଥାରେ ଉଦ୍ଧାର କରାଯାଇଛି। ଏନେଇ ଓମଙ୍କ ପରିବାର ଲୋକଙ୍କୁ ଖବର ଦିଆଯାଇଛି।  ପରିବାର ଲୋକେ ପହଞ୍ଚି ପୁଅର ମୃତଦେହକୁ ଚିହ୍ନଟ କରିବେ। 

Advertisment
Deadbody Khodha
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe