Advertisment

ହବିଷ୍ୟାଳୀ ଶିବିରରେ ପଡ଼ିଛି ମଦ ବୋତଲ

ପୁରୀର ୫ଟି ସ୍ଥାନରେ ହବିଷ୍ୟାଳୀଙ୍କ ରହିବା ଖାଇବା ଲାଗି ବ୍ୟବସ୍ଥା ହୋଇଛି।

author-image
Tapaswini Nayak
ଅଦ୍ୟତନ ହୋଇଛି
wine bottle

wine bottle

ହବିଷ୍ୟାଳୀ ଶିବିରରେ ପଡ଼ିଛି ମଦ ବୋତଲ। ଏଭଳି ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି ପୁରୀ ବୃନ୍ଦାବତୀ ନିବାସର ସପ୍ତମ ମହଲାରେ। ଯେଉଁଠି ହବିଷ୍ୟାଳୀମାନେ ରହିବେ, ସେଠାରେ ମଦ ବୋତଲ କୁଆଡୁ ଆସିଲା ତାକୁ ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

Advertisment

କାର୍ତ୍ତିକ ବ୍ରତ କରିବାକୁ ପ୍ରତିବର୍ଷ ଶହ ଶହ ହବିଷ୍ୟାଳୀ ପୁରୀ ଆସିଥାନ୍ତି। ସରକାରଙ୍କ ପକ୍ଷରୁ ହବିଷ୍ୟାଳୀଙ୍କ ରହିବା, ଖାଇବା ଓ ବୁଲାଇବା ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଥାଏ। ରବିବାର କାର୍ତ୍ତିକ ବ୍ରତ ଆରମ୍ଭ ହେଉଥିବାରୁ ଗୋଟିଏ ଦିନ ପୂର୍ବରୁ ହବିଷ୍ୟାଳୀମାନେ ପୁରୀରେ ପହଞ୍ଚିଥିଲେ। ସେମାନେ ଶିବିରରେ ପହଞ୍ଚି ବେଳକୁ ସେଠାରେ ମଦ ବୋତଲ ଥୁଆ ହୋଇଥିବା ଦେଖିବାକୁ ମିଳିଥିଲା। ଯାହାକୁ ନେଇ ହବିଷ୍ୟାଳୀମାନେ ଅସନ୍ତୋଷ ପ୍ରକାଶ  କରିଛନ୍ତି।

ହବିଷ୍ୟାଳୀଙ୍କ ରହଣୀ ପାଇଁ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି। ହେଲେ ଏହା ଠିକ୍‌ ଭାବରେ କାର୍ଯ୍ୟକାରୀ ହୋଇପାରୁ ନାହିଁ।

Advertisment

ଅନ୍ୟପକ୍ଷରେ ଆସନ୍ତାକାଲିଠୁ କାର୍ତ୍ତିକ ବ୍ରତ ଆରମ୍ଭ ହେଉଥିବାରୁ ଶ୍ରୀକ୍ଷେତ୍ରରେ ହବିଷ୍ୟାଳୀଙ୍କ ଭିଡ଼ ଜମିଲାଣି। ପୂର୍ବ ବର୍ଷ ଭଳି ଚଳିତ ଥର ମଧ୍ୟ ହବିଷ୍ୟାଳୀଙ୍କ ରହିବା ଲାଗି ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି। ପୁରୀର ୫ଟି ସ୍ଥାନରେ ହବିଷ୍ୟାଳୀଙ୍କ ରହିବା ଖାଇବା ଲାଗି ବ୍ୟବସ୍ଥା ହୋଇଛି। ବୃନ୍ଦାବତୀ ନିବାସ, ଅକ୍ଷୟ ପାତ୍ର ଫାଉଣ୍ଡେସନ, ବଗଲା ଧର୍ମଶାଳା, ବାଗେଡିଆ ଧର୍ମଶାଳା ଓ ମୋଚିସାହି କଲ୍ୟାଣ ମଣ୍ଡପ ଠାରେ ହବିଷ୍ୟାଳୀଙ୍କ ରହଣି ଲାଗି ସ୍ୱତନ୍ତ୍ର ବନ୍ଦୋବସ୍ତ କରାଯାଇଛି।

ହବିଷ୍ୟାଳୀଙ୍କ ଜଗା ଦର୍ଶନ, ମହାପ୍ରସାଦ ସେବନ, ପ୍ରବଚନ, ଭଜନ, ପାଲା ପାଇଁ ବ୍ୟବସ୍ଥା କରିଛି ପ୍ରଶାସନ। ସବୁକିଛି ସୁପରିଚାଳନା ଲାଗି ନୋଡାଲ ଅଧିକାରୀ ଓ ବିଭିନ୍ନ ବିଭାଗର ବରିଷ୍ଠ ଅଧିକାରୀମାନଙ୍କୁ ଦାୟିତ୍ୱ ଦିଆଯାଇଛି।

Puri Shreemandir Puri