Advertisment

ଲାଂଚ ନେଇ ପଶ୍ଚିମଦ୍ୱାର ପଟେ ଶ୍ରଦ୍ଧାଳୁଙ୍କୁ ଶ୍ରୀମନ୍ଦିର ଭିତରକୁ ଛାଡ଼ିବା ମହଙ୍ଗା ପଡ଼ିଲା, ଯବାନ ନିଲମ୍ୱିତ

ଏଭଳି ଲଜ୍ଜାଜନକ କାର୍ଯ୍ୟ କରୁଥିବା ଓଏସଏପି ଥାର୍ଡ ବାଟାଲିୟନ କନଷ୍ଟେବଳ ଶୁଭାଶିଷ ଦାସ ସସ୍‌ପେଣ୍ଡ।

ଅଦ୍ୟତନ ହୋଇଛି
Police take bribe

Police take bribe

Advertisment

ଲାଂଚ ନେଇ ପଶ୍ଚିମଦ୍ୱାର ପଟେ ଶ୍ରଦ୍ଧାଳୁଙ୍କୁ ଶ୍ରୀମନ୍ଦିର ଭିତରକୁ ଛାଡ଼ିବା ମହଙ୍ଗା ପଡ଼ିଲା। ଏଭଳି ଲଜ୍ଜାଜନକ କାର୍ଯ୍ୟ କରୁଥିବା ଓଏସଏପି ଥାର୍ଡ ବାଟାଲିୟନ କନଷ୍ଟେବଳ ଶୁଭାଶିଷ ଦାସ ସସ୍‌ପେଣ୍ଡ। ତାଙ୍କୁ ନିଲମ୍ବନ କରିଛନ୍ତି ପୁରୀ ଏସପି। ଏହି ପୁଲିସ କର୍ମଚାରୀ ଜଣକ ଟଙ୍କା ନେଇ ପ୍ରବେଶ କଟକଣା ଜାରି ହୋଇଥିବା ଦ୍ୱାର ଦେଇ ଭକ୍ତଙ୍କୁ ଶ୍ରୀମନ୍ଦିର ଭିତରକୁ ଛାଡ଼ୁଥିବାର ଦୃଶ୍ୟ କ୍ୟାମେରାରେ କଏଦ ହୋଇଥିଲା। ଯାହା ପରେ ଏହି କାର୍ଯ୍ୟାନୁଷ୍ଠାନ ହୋଇଛି। ଏହି ଘଟଣାର ପୂରା ତଦନ୍ତ କରି ରିପୋର୍ଟ ଦେବା ପାଇଁ ଏଏସ୍‌ପିଙ୍କୁ ଦାୟିତ୍ୱ ଦିଆଯାଇଥିବା ସୂଚନା ମିଳିଛି।

Advertisment

ସିଂହଦ୍ୱାରରେ ଭକ୍ତଙ୍କ ଅସମ୍ଭବ ଭିଡ଼ ହେଉଥିବାରୁ ଓ ଭିଡ଼ ଯୋଗୁ ଭକ୍ତମାନେ ଖରାବର୍ଷାରେ ଘଣ୍ଟାଘଣ୍ଟା ଠିଆ ହୋଇ କଷ୍ଟ ପାଉଥିବାରୁ ଶ୍ରୀମନ୍ଦିର ୪ ଦ୍ୱାର ଦେଇ ଭକ୍ତଙ୍କ ସ୍ୱଚ୍ଛନ୍ଦ ପ୍ରବେଶପ୍ରସ୍ଥାନ ବ୍ୟବସ୍ଥା କରିବାକୁ ଦାବି ଜୋର ଧରିଥିବା ବେଳେ ଏଭଳି ସ୍ଥିତିରେ ପୁଲିସ କର୍ମଚାରୀ ଲାଂଚ ନେଇ ଅନ୍ୟ ଦ୍ୱାରରେ ଭକ୍ତଙ୍କୁ ଛାଡ଼ିବା ନିନ୍ଦାର ବିଷୟ ହୋଇଛି। ଏହି ଘଟଣାକୁ ନେଇ ଭକ୍ତ, ସେବାୟତ, ବୁଦ୍ଧିଜୀବୀ ମହଲରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ଏହି ଯବାନ ନିଜର ଦାୟିତ୍ୱଜ୍ଞାନ ଭୁଲିବା ସହ ପଦବୀ ଓ ପୁଲିସ ପୋଷାକର ଦୁରୁପୋଯୋଗ କରି ଜଣେ ଯାତ୍ରୀ ସହାୟକଙ୍କ ଠାରୁ ଟଙ୍କା ଲାଞ୍ଚ ନେବା ପରେ କିଛି ଭକ୍ତଙ୍କୁ ଶ୍ରୀମନ୍ଦିର ଭିତରକୁ ଛାଡ଼ୁଥିବାର ଭିଡିଓ କ୍ୟାମେରାରେ କଏଦ ହୋଇଥିଲା।

ଯାହାପରେ ଶ୍ରୀମନ୍ଦିର ୩ ଦ୍ୱାର ଦେଇ ଭକ୍ତଙ୍କ ପ୍ରବେଶ ବନ୍ଦ କଟକଣା ଉଠାଇବାକୁ ସବୁ ମହଲରେ ତୀବ୍ର ଦାବି ଉଠିଛି।

Advertisment

ସେପଟେ ମୁଦୁଲି ନିଯୋଗର ମୁଖ୍ୟ ପରାମର୍ଶଦାତା ପ୍ରଫେସର ସୌମେନ୍ଦ୍ର ମୁଦୁଲି ଅଭିଯୋଗ କରିଛନ୍ତି, ଯେଉଁମାନେ ଟଙ୍କା ନେଉଛନ୍ତି ସେମାନଙ୍କ ବିରୋଧରେ କଡା କାର୍ଯ୍ୟନୁଷ୍ଠାନ ହେଉ। ଭକ୍ତମାନଙ୍କ ପ୍ରବେଶ ନିମନ୍ତେ ଚାରିଦ୍ୱାରରେ ଲାଗିଥିବା କଟକଣା ତୁରନ୍ତ ହଟାଯାଉ। ଏନେଇ ଗତ ଛତିଶା ନିଯୋଗ ବୈଠକରେ ମଧ୍ୟ ଦାବି ହୋଇଥିଲା। ଏନେଇ ଅଗଷ୍ଟ ୧ତାରିଖ ଭିତରେ ସବ କମିଟି ରିପୋର୍ଟ ଦେବ।

Puri Shreemandir Puri Jagannath Temple
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe