Advertisment

ଝାଡ଼ାବାନ୍ତିରେ ଦମ୍ପତି ମୃତ, ୩୦ ଆକ୍ରାନ୍ତ

ଗାଁରେ ଏକ ମେଡିକାଲ ଟିମ୍ ପହଞ୍ଚି ଘର ଘର ବୁଲି ସ୍ଥିତି ଅନୁଧାନ କରିବା ସହିତ ଆକ୍ରାନ୍ତଙ୍କ ଚିକିତ୍ସା କରିଛନ୍ତି।

Village

Village

Advertisment

ବରଗଡ଼ ଜିଲ୍ଲା ଭେଡେନ ବ୍ଲକ୍ ଅମଲିପାଲି ଗାଁରେ ଝାଡ଼ାବାନ୍ତିରେ ଏକ ଦମ୍ପତିଙ୍କ ମୃତ୍ୟୁ ଘଟିଥିବା ବେଳେ ସେମାନଙ୍କ ପରିବାରର ଆଉ ୩ ଜଣ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି। ସେହିପରି ଗାଁର ଆହୁରି ୩୦ ଜଣ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇଥିବା ଜଣାପଡ଼ିଛି।

Advertisment

ଝାଡ଼ାବାନ୍ତି ନେଇ ଖବର ପାଇବା ପରେ ଗାଁରେ ପହଞ୍ଚିଥିଲେ ଅତାବିରା ବିଧାୟକ ନିହାର ରଞ୍ଜନ ମହାନନ୍ଦ। ସେ ଏ ସଂପର୍କରେ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗକୁ ସୂଚନା ଦେବା ସହିତ ତୁରନ୍ତ ଆକ୍ରାନ୍ତଙ୍କୁ ଚିକିତ୍ସା ସେବା ଯୋଗାଇ ଦେବା ପାଇଁ ସିଡିଏମ୍‌ଓଙ୍କୁ କହିଥିଲେ।

ଗାଁରେ ଏକ ମେଡିକାଲ ଟିମ୍ ପହଞ୍ଚି ଘର ଘର ବୁଲି ସ୍ଥିତି ଅନୁଧାନ କରିବା ସହିତ ଆକ୍ରାନ୍ତଙ୍କ ଚିକିତ୍ସା କରିଛନ୍ତି। ଗାଁରେ ଥିବା ନଳକୂପର ଦୂଷିତ ପାଣି ପିଇ ଲୋକେ ଝାଡ଼ବାନ୍ତିରେ ଆକ୍ରାନ୍ତ ହୋଇଥିବା କୁହାଯାଉଛି। ପାନୀୟ ଜଳ ଯୋଗାଣ ବିଭାଗ ଓ ଡାକ୍ତରୀ ଟିମ୍ ଗାଁରେ ଥିବା ନଳକୂପର ପାଣି ସଂଗ୍ରହ କରି ପରୀକ୍ଷା କରିବା ପାଇଁ ପଠାଇଥିବା ଗାଁଲୋକେ କହିଛନ୍ତି।

Advertisment
Diarrhea
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe