Advertisment

ସମୂହ ଛୁଟିରେ ପଶୁ ଡାକ୍ତର, ଯନ୍ତ୍ରଣା ରେ ଗୋମାତା

ଗାଈଟି ଗର୍ଭବତୀ ଥିଲା ଏବେ ସେ ଗାଈଟି ପିଲା ଜନ୍ମ ପାଇଁ ଗର୍ଭ ଯନ୍ତ୍ରଣା ରେ ଛଟପଟ ହେଉଛି।

author-image
Biswajit Samal
cow in labor

cow in labor

ଗର୍ଭ ଯନ୍ତ୍ରଣାରେ ଛଟପଟ ହେଉଛି ଗୋ ମାତା। ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ବ୍ୟାସନଗର ଅଞ୍ଚଳରେ। ସୂଚନା ଅନୁସାରେ ୬ ମାସ ପୂର୍ବରୁ ଏକ ଗାଡ଼ି ଦୁର୍ଘଟଣାରେ ଗୋଟିଏ ଗାଈର ମେରୁଦଣ୍ଡ ଭାଙ୍ଗି ଯାଇଥିଲା। ବ୍ୟାସନଗର ଅଞ୍ଚଳର କିଛି ଯୁବକ ସେହି ଗାଈଟିକୁ ଆଣି ଚୋରଦା ଛକ ନିକଟରେ ଏକ ଖୋଲା ଯାଗାରେ ପାଲ ଟାଣି ପ୍ରାଥମୀକ ଚିକିତ୍ସା କରିଥିଲେ। ପୂର୍ବରୁ ସେ ଗାଈଟି ଗର୍ଭବତୀ ଥିଲା ଏବେ ସେ ଗାଈଟି ପିଲା ଜନ୍ମ ପାଇଁ ଗର୍ଭ ଯନ୍ତ୍ରଣା ରେ ଛଟପଟ ହେଉଛି।

Advertisment

ଗୋ ସେବା କରୁଥିବା କିଛି ଯୁବକ ଏନେଇ ଡାକ୍ତରକୁ ଫୋନ କରିଥିଲେ ହେଲେ ସମସ୍ଥ ପଶୁ ଡାକ୍ତର ୪ ଦଫା ଦାବି ନେଇ ଅନ୍ଦୋଳନରେ ବସିଛନ୍ତି ଆସି ପାରିବେ ନାହିଁ ବୋଲି କହିଥିଲେ।

ଏଭଳି ସମୟରେ ଗାଈର ଚିକିତ୍ସା କରାଉଥିବା ଯୁବକ ମାନେ ବାରମ୍ବାର ଫୋନ କରିବା ପରେ ମଧ୍ୟ ଆସୁ ନାହାନ୍ତି ଡାକ୍ତର। ସେପଟେ ଗର୍ଭଯନ୍ତ୍ରଣାରେ ଛଟପଟ ହେଉଛି ଗୋମାତା। ତେବେ ସରକାର ଜାରି କରିଥିବା ଟୋଲ ଫ୍ରି ନମ୍ବର ୧୯୬୨କୁ କଲ୍ କଲେ କେବଳ ଦୁର୍ଘଟଣା ପାଇଁ ଯିବ ଅନ୍ୟ କୌଣସି କ୍ଷେତ୍ରରେ ଯାଇ ହେବ ନାହିଁ ଏଭଳି ଉତ୍ତର ପାଇବା ପରେ ଚିନ୍ତାରେ ଗୋସେବା କରୁଥିବା ଯୁବକ ମାନେ।

Advertisment
Jajpur